ଆଜିର ଖାସ ଖବର
Thu. Apr 16th, 2026

ଅତ୍ୟାଧୁନିକ ସୋଲାର୍ ଉତ୍ପାଦନ ପାଇଁ ଜୁପିଟର ଇଂଟରନ୍ୟାସନାଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

By Admin_Dainkasha Jan31,2025
Jupiter International signs MoU with the Odisha Government to advance sustainable solar manufacturing
Jupiter International signs MoU with the Odisha Government to advance sustainable solar manufacturing

ଭୁବନେଶ୍ୱର: ଫଟୋଭୋଲ୍‌ଟାଇକ୍ ସୋଲାର୍ ସେଲ୍‌ର ଅଗ୍ରଣୀ ନିର୍ମାତା ଜୁପିଟର ଇଂଟରନ୍ୟାସନାଲ୍ ପକ୍ଷରୁ ଓଡ଼ିଶାର ଖୋର୍ଦ୍ଧାରେ ଏକ ଫଟୋଭୋଲ୍‌ଟାଇକ୍ ସୋଲାର୍ ସେଲ୍ ଓ ମଡ୍ୟୁଲ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବା ପାଇଁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି।
ଏହି ବୁଝାମଣା ଅନୁସାରେ ଜୁପିଟର ଇଂଟରନ୍ୟାସନାଲ୍ ପକ୍ଷରୁ ଏହାର ସହାୟକ ସଂସ୍ଥା ଜୁପିଟର ରିନୁଏବଲ୍‌ସ ଜରିଆରେ ୨୦୦୫ କୋଟି ଟଙ୍କା ନିବେଶ କରାଯିବ। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୪.୨ ଗିଗାୱାଟ୍‌ର ସୋଲାର୍ ସେଲ୍ ଓ ୩.୬ ଗିଗାୱାଟ୍‌ର ମଡ୍ୟୁଲ୍ ରହିବ ଯାହା ଭାରତରେ ସୋଲାର ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ଼ କରିବ।
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା ୨୦୨୫ ପରିପ୍ରେକ୍ଷୀରେ ଏହି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି। ସେଥିରେ ଜୁପିଟର ଇଂଟରନ୍ୟାସନାଲ୍ ଭାରତର ସୋଲାର ଉତ୍ପାଦନ କ୍ଷମତାରେ ଉନ୍ନତି ଆଣିବା ଓ ସ୍ୱଚ୍ଛ ଶକ୍ତି ବ୍ୟବସ୍ଥାକୁ ସୁଦୃଢ଼ କରିବା ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରିଥିଲା। ଓଡ଼ିଶା ଏକ ପ୍ରମୁଖ ଶିଳ୍ପ ଓ ନିବେଶ ହବ୍ ଭାବେ ଉଭା ହେଉଥିବା ବେଳେ ରାଜ୍ୟର ଅକ୍ଷୟ ଶକ୍ତି ଅଭିଳାଷ ଏବଂ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ପାଇଁ ରହିଥିବା ଜାତୀୟ ଲକ୍ଷ୍ୟ ସହ ଏହି ପ୍ରକଳ୍ପ ସମନ୍ୱିତ ରହିଛି।
ପ୍ରକଳ୍ପ ସମ୍ପର୍କରେ ଜୁପିଟର ଇଂଟରନ୍ୟାସନାଲ୍‌ର ପରିଚାଳନା ନିର୍ଦ୍ଦେଶକ ଆଲୋକ ଗାରୋଡିଆ କହିଛନ୍ତି ଯେ, “ଭାରତରେ ଏକ ସମ୍ପୂର୍ଣ୍ଣ ସମନ୍ୱିତ ସୌର ଉତ୍ପାଦନ ବ୍ୟ ବସ୍ଥା ଗଠନ କରିବା ଲାଗି ଆମର ରହିଥିବା ଲକ୍ଷ୍ୟରେ ଏହି ନିବେଶ ଏକ ପ୍ରମୁଖ ମାଇଲଖୁଂଟ। ଉନ୍ନତ ସୋଲାର ସେଲ୍ ଓ ମଡ୍ୟୁଲ ଉତ୍ପାଦନକୁ ସମନ୍ୱିତ କରି ଏହି ପ୍ରକଳ୍ପ ଏକ ସ୍ଥାୟୀ ଯୋଗାଣ ଶୃଙ୍ଖଳ ସୃଷ୍ଟି ଓ ସୁଦୃଢ଼ କରିବାରେ ସହାୟକ ହେବ ଯାହା ସ୍ୱଚ୍ଛ ଶକ୍ତି ରୂପାନ୍ତରଣକୁ ସମର୍ଥନ କରିବ।’’
ଆସନ୍ତା ତିନି ବର୍ଷରେ ୩ ଗିଗାୱାଟ ୱାଫର କ୍ଷମତା, ୯.୪ ଗିଗାୱାଟର ସୋଲାର ସେଲ୍ କ୍ଷମତା ଓ ୬ ଗିଗାୱାଟ୍‌ର ମଡ୍ୟୁଲ୍ ଉତ୍ପାଦନ କ୍ଷମତା ହାସଲ କରିବା ଲାଗି ଜୁପିଟର ଇଂଟରନ୍ୟାସନାଲ୍‌ର ରହିଥିବା ବୃହତର ଅଭିଯାନର ଏହା ହେଉଛି ଏକ ଅଂଶ। କମ୍ପାନି ଏକ ସମ୍ପୂର୍ଣ୍ଣ ସମନ୍ୱିତ ସୌର ଉତ୍ପାଦନ ବ୍ୟବସ୍ଥା ବିକାଶ କରିବା ସହ ଗୁଣାତ୍ମକ ମାନ, ସୁଲଭତା ଓ ଯୋଗାଣ ଶୃଙ୍ଖଳ ସ୍ଥାୟିତ୍ୱ ଉପରେ ନିୟନ୍ତ୍ରଣ ସୁନିଶ୍ଚିତ କରିବାକୁ ଚାହୁଛି। ଆମଦାନୀ କମ୍ କରିବା,

ନିଯୁକ୍ତି ସୃଷ୍ଟି ଏବଂ ଅକ୍ଷୟ ଶକ୍ତିରେ ବିଶ୍ୱର ଅଗ୍ରଣୀ ଭାବେ ଭାରତକୁ ଉପସ୍ଥାପିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଲାଗି କମ୍ପାନି ଉପଯୁକ୍ତ ସ୍ଥିତିରେ ରହିଛି।

Related Post