ଆଜିର ଖାସ ଖବର
Sat. May 30th, 2026

ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ପୋଖରାସାଲେଠାରେ ନୂତନ 33/11 କେ.ଭି. ପାୱାର ସବ୍-ଷ୍ଟେସନର ସ୍ଥାପନ

By Admin_Dainkasha Feb6,2025

ବୁର୍ଲା, 05.09.2024: ବିଦ୍ୟୁତ୍ ବିତରଣର ଗୁଣବତ୍ତା ପାଇଁ ଏହାର ଭିତ୍ତିଭୂମି ସୁଦୃଢ କରିବା ପଦକ୍ଷେପର ଏକ ଅଂଶ ଭାବରେ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ପୋଖରାସାଲେଠାରେ ଏକ ନୂତନ 33/11 କେ.ଭି. ପାୱାର ସବ୍-ଷ୍ଟେସନର ସ୍ଥାପନ କରାଯାଇଅଛି, ଯାହାକୁ ଚାର୍ଜ କରାଯାଇ ଗତକାଲି (ତା.04.02.2025ରିଖ) ଠାରୁ କାର୍ଯ୍ୟକ୍ଷମ କରାଯାଇଅଛି । କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଟିପିଡବ୍ଲ୍ୟୁଓଡିଏଲର ପରିଚାଳନା ବିଭାଗର ମୁଖ୍ୟ ଶ୍ରୀ ଆଶିଷ କୁମାର ପାଟ୍ଟଯୋଶୀ ଏହି ପାୱାର ସବ୍-ଷ୍ଟେସନକୁ ଉଦଘାଟନ କରିଛନ୍ତି ।

ଏହି ନୂତନ ପି.ଏସ୍.ଏସ୍. ଦ୍ୱାରା ପୋଖରାସାଲେ, ପଣ୍ଡାକିମାଲ୍, ଲାରିଆପାଲି, ଝିରଲାପାଲି, ଜୋଗିଆଡିହି ଏବଂ ଆଖପାଖ ଅଞ୍ଚଳର ଘରୋଇ ଏବଂ ବାଣିଜ୍ୟ ଉପଭୋକ୍ତା ସମେତ ପାଖାପାଖି 5000 ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ । ଏହା ପୂର୍ବରୁ, ଏହି ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍ ସେବା କୋଲାବିରା ପି.ଏସ୍.ଏସ୍.ରୁ ଯୋଗାଇ ଦିଆଯାଉଥିଲା । ଏହା ନିଶ୍ଚିତ ଭାବରେ ଉପରୋକ୍ତ ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣର ଭୋଲଟେଜ୍ ପ୍ରୋଫାଇଲ୍ ଏବଂ ବିଶ୍ୱସନୀୟତାକୁ ବୃଦ୍ଧି କରିବ । ତେଣୁ ଏକ ରଣନୈତିକ ନିଷ୍ପତ୍ତି ସ୍ୱରୂପ କମ୍ପାନୀ ରେମେଡ ଠାରେ ଏକ ନୂତନ ଉତ୍ସର୍ଗୀକୃତ 33/11 କେଭି ପାୱାର ସବଷ୍ଟେସନ (ପି.ଏସ୍.ଏସ୍.) ସ୍ଥାପନ କରିଅଛି । ଏହା କେବଳ ପରିଚାଳନା ଦକ୍ଷତାକୁ ବୃଦ୍ଧି କରିବ ନାହିଁ ବରଂ ଆମର ଗ୍ରାହକମାନଙ୍କ ପାଇଁ ବିଦ୍ୟୁତ୍ ସେବା ପୁନରୁଦ୍ଧାର ସମୟକୁ ମଧ୍ୟ ଉଲ୍ଲେଖନୀୟ ଭାବରେ ହ୍ରାସ କରିବ ।

ଏହି ଅବସରରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, ଝାରସୁଗୁଡ଼ା ଜିଲ୍ଲା ପାଇଁ କମ୍ପାନୀ ଏହାର ଭିତ୍ତିଭୂମି ବିକାଶ କାର୍ଯ୍ୟକଳାପକୁ ପ୍ରାଥମିକତା ଦେଇଅଛି ଏବଂ ପ୍ରକଳ୍ପ କାର୍ଯ୍ୟକାରୀ ଦଳକୁ ଯୋଜନାବଦ୍ଧ ସମୟ ମଧ୍ୟରେ ଏହିପରି ସମସ୍ତ ପଦକ୍ଷେପ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Post