ଆଜିର ଖାସ ଖବର
Fri. May 29th, 2026

ହିନ୍ଦୁଜା ଫାଉଣ୍ଡେସନର ଜଳ ଜୀବନ ମିସନ ୫ ଟ୍ରିଲିୟନ୍ ଲିଟର ଜଳ ପୁନରୁଦ୍ଧାର କରିଛି, ୫ ନିୟୁତ ଲୋକ ଉପକୃତ

By Admin_Dainkasha Mar26,2025
Hinduja Foundation’s Jal Jeevan initiative restores 5 trillion litres of water, benefiting 5 million people

ଭୁବନେଶ୍ୱର: ବିଶ୍ୱ ଜଳ ଦିବସରେ ୧୧୦ ବର୍ଷ ପୁରୁଣା ହିନ୍ଦୁଜା ଗ୍ରୁପ୍‌ର ଶାଖା ହିନ୍ଦୁଜା ଫାଉଣ୍ଡେସନ ଏହାର ପ୍ରମୁଖ ଜଳ ଜୀବନ ମିସନ ଅଭିଯାନରେ ୧୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୪୦୦୦ରୁ ଅଧିକ ଗ୍ରାମରେ ୫ ନିୟୁତ ଲୋକଙ୍କ ସକାରାତ୍ମକ ଭାବେ ପ୍ରଭାବିତ କରିଛି।
ଫାଉଣ୍ଡେସନର ଏହି ଜଳ ସୁରକ୍ଷା ଅଭିଯାନରେ ୪ ନିୟୁତ ଏକର ଚାଷ ଜମିରେ ୫ ଟ୍ରିଲିୟନ ଲିଟର ଜଳ ପୁନରୁଦ୍ଧାର କରାଯାଇଛି। ଏହା ୧୦୦ ହ୍ରଦ ପୁନରୁଦ୍ଧାର, ୨୦,୦୦୦ ଖୋଲା କୂପକୁ ପୁନରୁଦ୍ଧାର କରାଯାଇଥିବା ବେଳେ ଭୂତଳ ଜଳ ରିଚାର୍ଜ ପାଇଁ ୭୬୫ ଚେକ୍‌-ଡ୍ୟାମ୍ ସ୍ଥାପନ କରାଯାଇଛି ଏବଂ ୧.୨ ବିଲିୟନ୍ ଲିଟର ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଇଛି। ପୁନଶ୍ଚ, ୪୦୦୦ ରୁଫଟପ୍ ବର୍ଷାଜଳ ଅମଳ ଢ଼ାାଂଚା ସ୍ଥାପନ କରାଯାଇଛି ଯାହା ଜଳାଭାବ ଗୋଷ୍ଠୀଙ୍କୁ ଉପକୃତ କରିଛି।
ହିନ୍ଦୁଜା ଫାଉଣ୍ଡେସନର ସଭାପତି ପଲ ଆବ୍ରାହମ୍ କହିଛନ୍ତି ଯେ, “ଜଳାଭାବ ହେଉଛି ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଯାହା ୨୦୩୦ ସୁଦ୍ଧା ଦ୍ୱିଗୁଣିତ ହେବ। ହିନ୍ଦୁଜା ଫାଉଣ୍ଡେସନରେ ଆମେ ଗୋଷ୍ଠୀ ପରିଚାଳିତ, ସ୍ଥାୟୀ ସମାଧାନକୁୁ ସମର୍ଥନ କରୁଛୁ ଯାହା ଦୀର୍ଘକାଳୀନ ସ୍ଥାୟିତ୍ୱ ଗଠନ କରିବ। ଜଳ ଜୀବନ ହେଉଛି ଏକ ଜଳ ଅଭିଯାନଠାରୁ ଅଧିକ, ଏହା ସଫଳ ହେବା ପାଇଁ ଗୋଷ୍ଠୀକୁ ସଶକ୍ତ କରୁଛି। ଜଳ ସୁରକ୍ଷା ହେଉଛି ଆମର ପ୍ରମୁଖ ଉଦ୍ୟମ ଯାହା ଜଳବାୟୁ ସ୍ଥାୟିତ୍ୱ ଓ ଜୀବନଜୀବିକାକୁ ଆଗକୁ ବଢ଼ାଉଛି।’’
ଜଳ ସଂରକ୍ଷଣ ଉଦ୍ୟମକୁ ବଢ଼ାଇବା, ଗୋଷ୍ଠୀକୁ ସଶକ୍ତ କରିବା ପାଇଁ ଫାଉଣ୍ଡେସନ ପ୍ରତିବଦ୍ଧ ରହିଛି। ହିନ୍ଦୁଜା ଗ୍ରୁପ୍ କମ୍ପାନିଗୁଡ଼ିକର ବିଶେଷତାକୁ ନେଇ ଜଳ ଜୀବନ ଅଭିଯାନ ଜଳ ଚାପ ଅଂଚଳରେ ରୂପାନ୍ତରୀତ ପରିବର୍ତନକୁ ବଢ଼ାଇ ଭାରତର ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବ।
ଫାଉଣ୍ଡେସନ ପକ୍ଷରୁ ରୁଫଟପ୍ ଜଳଅମଳ ଢ଼ାଂଚା ଜରିଆରେ ସୁରକ୍ଷିତ ପାନୀୟ ଜଳ ପହଂଚାଇବାର ପ୍ରସାର କରିବ ଯାହା ଗ୍ର୍ରାମୀଣ ଅଂଚଳରେ ମହିଳାଙ୍କ ଚାପକୁ ଦୂର କରିବ ଏବଂ ମହିଳା ସଶକ୍ତୀକରଣ ଏବଂ ଜୀବନଜୀବିକା ସୁଯୋଗକୁ ବଢ଼ାଇବ। ଜଳାଶୟର ପୁନରୁଦ୍ଧାର ଏବଂ ଭୂତଳ ଜଳ ପୂରଣ କରିବା ଏବଂ ଜଳ ସଂରକ୍ଷଣ କ୍ଷମତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ବୃହତ ଜଳ ବିଭାଜିତା ଏବଂ ଜଳ ଉତ୍ସ ପରିଚାଳନା ସହିତ ୱାଡି ଚାଷ, ସ୍କ୍ରିଙ୍କଲର ଡ୍ରିପ୍ ଏବଂ ଲଘୁ ଜଳସେଚନ ବ୍ୟବସ୍ଥା ଜଳ ସଂରକ୍ଷଣ ପ୍ରତି ଯୋଗଦାନ ଦେବ।

ଭାରତୀୟ ସେନା ସହିତ ନୀଳଗିରି ୱେଲିଙ୍ଗଟନ ୱେଟଲ୍ୟାଣ୍ଡ, ପୁଣେରେ ରାଜ୍ୟ ସଂରକ୍ଷିତ ପୋଲିସ ବଳ ସହିତ ପୋଖରୀର ପୁନରୁଦ୍ଧାର, ଦିଲ୍ଲୀରେ ୧୦୦୦ ବର୍ଷ ପୁରୁଣା ହଜ୍ ଶାମସି, ଅହମ୍ମଦାବାଦର ମକର୍ବା ଟାଙ୍କି, ରାଜସ୍ଥାନ ଅଲୱରର ରାନି ମୋସି ସାଗର, ଯୋଦ୍ଧପୁରର ନବଳଖା ବାୱରି ଭଳି ଅନେକ ଉଲ୍ଲେଖନୀୟ ଜଳାଶୟ ପୁନରୁଦ୍ଧାର କରିବା ଭଳି ଉଦ୍ୟମରେ ଫାଉଣ୍ଡେସନ ପ୍ରତ୍ୟକ୍ଷ ଭାବେ ନିୟୋଜିତ ରହିଛି।
ହିନ୍ଦୁଜା ଫାଉଣ୍ଡେସନର ଉଦ୍ୟମକୁ ନିତି ଆୟୋଗ ଓ ଜାତିସଂଘ ସିଇଓ ୱାଟର ମ୍ୟାନଡେଟର ମାନ୍ୟତା ମିଳିଛି। ହିନ୍ଦୁଜା ଫାଉଣ୍ଡେସନର ଜଳ ଜୀବନ କାର୍ଯ୍ୟକ୍ରମ ଓଡ଼ିଶା, ଉତରାଖଣ୍ଡ, ରାଜସ୍ଥାନ, ହରିୟାଣା, ଗୁଜରାଟ, ଉତରପ୍ରଦେଶ, ପଶ୍ଚିମବଙ୍ଗ, ହରିୟାଣା, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ସମେତ ୧୮ଟି ରାଜ୍ୟରେ ଜାରି ରହିଛି।

Related Post