ଆଜିର ଖାସ ଖବର
Sat. May 30th, 2026

ଲାଇନ୍‌ମ୍ୟାନ୍ ଦିବସ ୨୦୨୫: କେନ୍ଦ୍ରୀୟ ବିଦ୍ୟୁତ୍ କତୃପକ୍ଷଙ୍କ ଦ୍ୱାରା ଟାଟା ପାୱାରର ଲାଇନ୍‌ମ୍ୟାନ୍ ସମ୍ମାନିତ

By Admin_Dainkasha Mar6,2025

ଭୁବନେଶ୍ୱର: ଟାଟା ପାୱାର ଓଡ଼ିଶା ଓ ଦିଲ୍ଲୀ ଡିସ୍‌କମ୍‌କୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଲାଇନ୍‌ମ୍ୟାନ୍ ଦିବସ ୨୦୨୫ରେ ଟାଟା ପାୱାର୍ ଓଡିଶା ଏବଂ ଦିଲ୍ଲୀ ଡିସକମ୍‌ର ଲାଇନ୍‌ମ୍ୟାନମାନେ କେନ୍ଦ୍ରୀୟ ବିଦ୍ୟୁତ କର୍ତୃପକ୍ଷ (ସିଇଏ)ଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି।
କମ୍ପାନି ଓଡିଶା, ଦିଲ୍ଲୀ, ମୁମ୍ବାଇ ଏବଂ ଆଜମେରରେ ବିଦ୍ୟୁତ୍ ବିତରଣ ଦାଇତ୍ୱ ନେଇଛି। ଏହି ଅଂଚଳଗୁଡ଼ିକରେ ଉଭୟ ଗ୍ରାମାଚଂଳ ଓ ସହରାଚଂଳରେ ଏହା ୧୨.୫ ନିୟୁତ ବିଦ୍ୟୁତ୍ ଗ୍ରାହକଙ୍କୁୁ ବିଶ୍ୱସନୀୟ ଏବଂ ସୁଲଭ ବିଦ୍ୟୁତ୍ ସେବା ପ୍ରଦାନ କରୁଛି।
ଏକ ବିଶେଷ ସ୍ୱୀକୃତି ବର୍ଗରେ ଚାରି ଉଚ୍ଚ ପ୍ରଦର୍ଶନ କରୁଥିବା ଡିସକମ୍ ଏବଂ ପାଂଚ ଜଣ ସର୍ବୋତ୍ତମ ଲାଇନମ୍ୟାନ୍‌ଙ୍କୁ ସମ୍ମାନିତ କରାଯାଇଛି। ପୁରସ୍କାରପ୍ରାପ୍ତ ଲାଇନ୍‌ମ୍ୟାନ୍‌ମାନଙ୍କ ମଧ୍ୟରେ ରହିଛନ୍ତି ଟିପି ସେଂଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ଲଡୁ କିଶୋର ପ୍ରଧାନ ଏବଂ ଟାଟା ପାୱାର-ଡିଡିଏଲ୍‌ର ଜୟ ହିନ୍ଦ। ବିଦ୍ୟୁତ୍ ବିତରଣ ଏବଂ ସେବା ବିଶ୍ୱସନୀୟତାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଛି।
ଭାରତର ୪୫ରୁ ଅଧିକ ରାଷ୍ଟ୍ରାୟତ୍ତ ଏବଂ ଘରୋଇ ବିଦ୍ୟୁତ୍ ବିତରଣ, ଉତ୍ପାଦନ ଏବଂ ସଂଚରଣ (ଟ୍ରାନ୍ସମିସନ) କମ୍ପାନିର ୧୬୦ରୁ ଅଧିକ ଲାଇନମ୍ୟାନ୍ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଆନ୍ଧ୍ର ପ୍ରଦେଶ, ବିହାର, ଚଣ୍ଡୀଗଡ, ଛତିଶଗଡ, ଗୁଜରାଟ, ହରିୟାଣା, ଝାଡଖଣ୍ଡ, ଜମ୍ମୁ ଏବଂ କାଶ୍ମୀର, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଓଡିଶା, ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମ ବଙ୍ଗର ପ୍ରତିନିଧିମାନେ ସାମିଲ ହୋଇଥିଲେ।
୨୦୨୧ରେ ସ୍ଥାପିତ ଲାଇନମ୍ୟାନ୍ ଦିବସ ଭାରତର ବିଦ୍ୟୁତ୍ ପ୍ରତିଷ୍ଠାନଗୁନିକରେ ଅନବରତ କାମ କରୁଥିବା ଆଗଧାଡ଼ିର କର୍ମଚାରୀଙ୍କ ପ୍ରତିବଦ୍ଧତାକୁ ସ୍ୱୀକୃତି ପ୍ରଦାନ କରୁଛି। ଚଳିତ ବର୍ଷର କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ବିଦ୍ୟୁତ ମନ୍ତ୍ରଣାଳୟର ସଚିବ ଏବଂ କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ଘନଶ୍ୟାମ ପ୍ରସାଦଙ୍କ ଉପସ୍ଥିତିରେ ଏହି ପେସାଦାରଙ୍କର ତ୍ୟାଗ ଉପରେ ଆଲୋକପାତ କରାଯାଇଥିଲା, ଯେଉଁମାନେ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ପ୍ରଦାନ କରିବା ପାଇଁ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରିଥାନ୍ତି।
ଓଡିଶାରେ ନିକଟରେ ହୋଇଥିବା ସାମୁଦ୍ରିକ ଝଡ଼ ଦାନା ବିଦ୍ୟୁତ୍ ନେଟୱାର୍କରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଟାଟା ପାୱାର୍ ନେତୃତ୍ୱରେ ଥିବା ଓଡିଶା ଡିସକମ୍‌ର ଲାଇନ୍‌ମ୍ୟାନ୍‌ମାନେ ଏହି ପରିସ୍ଥିତିରେ ଦୃଢ଼ ହୋଇ ହସ୍ପିଟାଲ୍‌, ସ୍କୁଲ୍‌, ବ୍ୟାଙ୍କ୍ ଏବଂ ମୌଳିକ ସେବାଗୁଡିକରେ ବିଦ୍ୟୁତ୍ ପୁନରୁଦ୍ଧାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ସେମାନଙ୍କର ଅସାଧାରଣ ସେବାକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି, ଯାହା ବିପର୍ଯ୍ୟୟ ପୁନରୁଦ୍ଧାର ଏବଂ ବିଦ୍ୟୁତ୍ ପୁନରୁଦ୍ଧାରରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୋହରାଉଛି।
ସ୍ୱୀକୃତି ବ୍ୟତୀତ, ଟାଟା ପାୱାର ନେତୃତ୍ୱରେ ଥିବା ଡିସକମ୍‌ଗୁଡ଼ିକ ଲାଇନ୍‌ମ୍ୟାନ୍ ମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଆସୁଛନ୍ତି। ନିୟମିତ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି, ଯାହା ଲାଇନମ୍ୟାନମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଏବଂ ଜ୍ଞାନ ପ୍ରଦାନ କରୁଛି। କମ୍ପାନୀ ଦ୍ୱାରା ଜିରୋ ହାର୍ମ (ଶୂନ ଆଘାତ) ସଂସ୍କୃତି ଗଠନ ସହିତ ପରିଚାଳନା ମୁଳରେ ସୁରକ୍ଷାକୁ ସୁନିଶ୍ଚିତ କରାଯାଉଛି।
ବିଦ୍ୟୁତ୍ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଡିସକମ୍ ରେଟିଂ ପରେ ଟାଟା ପାୱାର୍ ଡିସକମ୍‌ଗୁଡ଼ିକ ପାଇଁ ଏହା ଦ୍ୱିତୀୟ ପ୍ରମୁଖ ଜାତୀୟ ସ୍ତରର ସ୍ୱୀକୃତି। ଟାଟା ପାୱାର୍ ନେତୃତ୍ୱରେ ପରିଚାଳିତ ହେଉଥିବା ବିଦ୍ୟୁତ୍ ବିତରଣ କମ୍ପାନିଗୁଡିକ ଭାରତର ୬୩ ବିଦ୍ୟୁତ୍ ୟୁଟିଲିଟିମାନଙ୍କ ମଧ୍ୟରେ ଶୀର୍ଷ ଜାତୀୟ ର‌୍ୟାଙ୍କିଂ ହାସଲ କରିଛନ୍ତି।

Related Post