ଆଜିର ଖାସ ଖବର
Sat. Apr 18th, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଂଲଣ୍ଡ ଗସ୍ତ ଅବସରରେ ସ୍ୱାକ୍ଷରିତ ଭାରତ-ବ୍ରିଟେନ୍ ଏଫଟିଏ ‘ମେକ୍ ଇନ୍ ଇଣ୍ଡିଆ’ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ: ଟିଭିଏସ ମୋଟର

By Admin_Dainkasha Jul27,2025

ଭୁବନେଶ୍ୱର: ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଂଲଣ୍ଡ ଗସ୍ତ ସମୟରେ ସ୍ୱାକ୍ଷରିତ ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ)କୁ ସ୍ୱାଗତ କରାଯାଇଛି। ଏହି ଚୁକ୍ତି ଦ୍ୱିପକ୍ଷିକ ବାଣିଜ୍ୟକୁ ୨୦୩୦ ସୁଦ୍ଧା ୬୦ ବିଲିୟନ ଡଲାରରୁ ୧୨୦ ବିଲିୟନ ଡଲାରକୁ ବଢ଼ାଇ ଦ୍ୱିଗୁଣିତ କରିବ ବୋଲି ଆଶା କରାଯାଉଛି ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ।
ଏହି ଏଫଟିଏ ଦ୍ୱାରା ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରୟାସ ଅଧୀନରେ ଭାରତୀୟ ଉତ୍ପାଦନ ଏବଂ ଡିଜାଇନ୍ ପାଇଁ ବିଶ୍ୱସ୍ତରୀୟ ମଂଚରେ ନୂତନ ଅବସର ସୃଷ୍ଟି କରିବ। । ଟିଭିଏସ୍ ମୋଟର କମ୍ପାନି ପାଇଁ ଏହି ଚୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି ଯେତେବେଳେ କମ୍ପାନି ବ୍ରିଟେନ ନୂତନରେ ନର୍ଟନ୍ ମୋଟରସାଇକେଲ୍ ଉନ୍ମୋଚନ କରିବାକୁ ପ୍ରସ୍ତୁତ ହେଉଛି ।
ଏହି ଚୁକ୍ତିକୁ ସ୍ୱାଗତ ଜଣାଇ ଟିଭିଏସ୍ ମୋଟର କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଦର୍ଶନ ବେଣୁ କହିଛନ୍ତି ଯେ, “ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତର ସ୍ୱପ୍ନ ଏବଂ ଭାରତକୁ ଏକ ବିଶ୍ୱସ୍ତରୀୟ ଉତ୍ପାଦନ ଏବଂ ଡିଜାଇନ୍ କ୍ଷେତ୍ରରେ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଗଢିବା ପାଇଁ ତାଙ୍କର ଅଟଳ ପ୍ରତିବଦ୍ଧତାରୁ ଅନୁପ୍ରାଣିତ ହେଉଛୁ । ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷରିତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ। ଏହା ଭାରତୀୟ କମ୍ପାନିଗୁଡିକୁ ‘ମେକ୍ ଇନ୍ ଇଣ୍ଡିଆ’କୁ ବିଶ୍ୱସ୍ତରୀୟ ମଂଚରେ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ। ଆମେ ବିଶେଷ ଭାବରେ ଉତ୍ସାହିତ କାରଣ ଚଳିତ ବର୍ଷ ନୂତନ ନର୍ଟନ୍ ମୋଟରସାଇକଲକୁ ଉନ୍ମୋଚନ କରାଯିବ ଯାହା ଭାରତ ଏବଂ ବ୍ରିଟେନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ମଜଭୁତ ହେବାରୁ ଲାଭାନ୍ୱିତ ହେବ। ଏହା ଆମର ବିଶ୍ୱସ୍ତରୀୟ ଆକାଂକ୍ଷାକୁ ଶକ୍ତି ପ୍ରଦାନ କରିବ ଏବଂ ବିଶ୍ୱସ୍ତରୀୟ ଉତ୍ପାଦ ଏବଂ ବ୍ରାଣ୍ଡ ନିର୍ମାଣ ପାଇଁ ଆମର ସଂକଳ୍ପକୁ ମଜଭୁତ କରିବ।”
ଟିଭିଏସ୍ ମୋଟର କମ୍ପାନି ବିଶ୍ୱାସ କରେ ଯେ ଭାରତ-ବ୍ରିଟେନ ଏଫଟିଏ ଭାରତୀୟ କମ୍ପାନିଗୁଡିକୁ ବିଶ୍ୱସ୍ତରୀୟ ଉପସ୍ଥିତି ବିସ୍ତାର କରିବା ସହିତ ବୃହତ୍ ମଂଚରେ ଭାରତର ନବସୃଜନ ଏବଂ ଯାନ୍ତ୍ରିକ ଦକ୍ଷତାକୁ ପ୍ରଦର୍ଶନ କରିବାରେ ବିପୁଳ ସୁଯୋଗ ସୃଷ୍ଟି କରିବ।

Related Post