ଆଜିର ଖାସ ଖବର
Sat. Apr 18th, 2026

ଏକ୍‌ଜିକ୍ୟୁଟିଭ୍ ସେଂଟର୍ ଇଣ୍ଡିଆ ପକ୍ଷରୁ ୨୬୦୦ କୋଟି ଟଙ୍କା ସଂଗ୍ରହ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Jul27,2025

ଭୁବନେଶ୍ୱର: ପ୍ରିମିୟମ୍ ନମନୀୟ କର୍ମକ୍ଷେତ୍ର ସମାଧାନ ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା ଏକ୍‌ଜିକ୍ୟୁଟିଭ୍ ସେଂଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ଏହି ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ୨୬୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ। ଏଥିରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ କମ୍ପାନି ଏକ ପ୍ରତ୍ୟକ ସହାୟକ ସଂସ୍ଥା ଟିଇସି ଆବୁଧାବିରେ ନିବେଶ କରିବା ଏବଂ ଟିଇସି ସିଙ୍ଗାପୁରର ଦୁଇ ସହାୟକ କମ୍ପାନି ଟିଇସି ଏସ୍‌ଜିପି ଓ ଟିଇସି ଦୁବାଇର ଅଧିଗ୍ରହଣ ପାଇଁ ଆଂଶିକ ଫାଇନାନ୍ସ ପ୍ରଦାନ କରିବାରେ ବ୍ୟବହାର କରାଯିବ। ଅନ୍ତର୍ଜାତୀୟ ପୁନର୍ଗଠନ ଚୁକ୍ତିନାମା ଅନୁସାରେ ଏହି କାରବାର ହେବ। ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
ଏକ୍‌ଜିକ୍ୟୁଟିଭ୍ ସେଂଟର୍ ଇଣ୍ଡିଆ ଲିମିଟେଡ୍ ହେଉଛି ଅନ୍ୟତମ ଆଗୁଆ ଆସିଥିବା ଅନ୍ତର୍ଜାତୀୟ ବ୍ରାଣ୍ଡ୍ ଯାହା ଭାରତରେ ପ୍ରିମିୟମ୍ ନମନୀୟ କର୍ମକ୍ଷେତ୍ର ସମାଧାନ ପ୍ରଦାନ କରୁଛି। ୨୦୦୮ ପରଠାରୁ କମ୍ପାନି ଭାରତରେ କାମ କରୁଥିବା ବେଳେ ଟିଇସି ଗ୍ରୁପ୍‌ର ଅଂଶହୋଇରହିଛି। ଏହା କାରବାର ଭାରତ ସମେତ ସିଙ୍ଗାପୁର, ମଧ୍ୟପ୍ରଦ୍ୟେ, ଦୁବାଇ, ଆବୁଧାବି, ଜକାର୍ତା, ହୋ ଚି ମିନ୍ ସିଟି, ମାନିଲା ଓ କଲମ୍ବୋରେ ରହିଛି।
କମ୍ପାନି ଲିଜ୍ ଆଧାରରେ ପ୍ରପର୍ଟି ଆଣି ତାହାକୁ ଏକ ସମ୍ପୂର୍ଣ୍ଣ ପରିଚାଳିତ, ପ୍ରଯୁକ୍ତି ସକ୍ଷମ, ଆଧୁନିକ ଓ ସୁନ୍ଦର କାର୍ଯ୍ୟାଳୟ କ୍ଷେତ୍ରରେ ପରିଣତ କରୁଛି। ବହୁଦେଶୀୟ କମ୍ପାନିଠାରୁ ଆରମ୍ଭ କରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଆଇନଗତ ସଂସ୍ଥାଗୁଡ଼ିକ ପାଇଁ ଏହା କର୍ମକ୍ଷେତ୍ର ସ୍ଥାନ ଯୋଗାଇ ଦେଉଛି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଏହାର ୮୯ରୁ ୮୦ଟି ପରିଚାଳନା କେନ୍ଦ୍ରରେ ଘରୋଇ କାର୍ଯ୍ୟାଳୟ ରହିଛି ଏବଂ ଭାରତ ଓ ମଧ୍ୟପ୍ରାଚ୍ୟରେ ୬ଟି ପରିଚାଳନା କାର୍ଯ୍ୟକ୍ଷେତ୍ର ରହିଛି।
କମ୍ପାନି ପକ୍ଷରୁ ଆର୍ନେଷ୍ଟ ଟାୱାର୍ସ ପ୍ରାଇଭେଟ୍ ଲିମିଟେଡ୍‌, ପଂଚଶୀଳ କର୍ପୋରେଟ୍ ପାର୍କ ପ୍ରାଇଭେଟ୍ ଲିମିଟେଡ୍‌, ପ୍ରେଷ୍ଟିଜ୍ ଇଷ୍ଟେଟ୍‌ସ ପ୍ରୋଜେକ୍ଟସ ଲିମିଟେଡ୍‌, ଆର୍‌ଏମ୍‌ଜେଡ୍‌, ସତ୍ୱ ଗ୍ରୁପ୍‌, ଦୁବାଇ ୱାର୍ଲଡ ସେଂଟର, ଆଲବୋର୍ଜ ଡେଭେଲପର୍ସ, ଓଭରସିଜ୍ ରିଅଲଟି, ଏମ୍‌ଏସ୍‌ଆର୍ ଡେଭେଲପର୍ସ ଓ ଅଲିମ୍ପିଆ ଟେକ୍ ପାର୍କ ଭଳି ସଂସ୍ଥା ସହ ଦୀର୍ଘକାଳୀନ ଓ ଦ୍ୱିପାକ୍ଷିକ ଲାଭଦାୟକ ସମ୍ପର୍କ ସ୍ଥାପନ କରିଛି।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଓ ନୋମୁରା ଫାଇନାନ୍ସିଆଲ ଆଡଭାଇଜରି ଆଣ୍ଡ୍ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍‌।

Related Post