ଆଜିର ଖାସ ଖବର
Fri. Sep 11th, 2026

ଜେଏସଡବ୍ଲ୍ୟୁ ଗ୍ରୁପର ବ୍ରାଣ୍ଡ ମୂଲ୍ୟ ୫୫% ବୃଦ୍ଧି ସହ ଭାରତର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା କଂଗ୍ଲୋମରେଟ ବ୍ରାଣ୍ଡ ମାନ୍ୟତା ହାସଲ

By Admin_Dainkasha Jul15,2026

ଭୁବନେଶ୍ୱର: ଭାରତର ଅଗ୍ରଣୀ ବ୍ୟବସାୟିକ ଗ୍ରୁପ ମଧ୍ୟରୁ ଅନ୍ୟତମ ଜେଏସଡବ୍ଲ୍ୟୁ ଗ୍ରୁପ୍ ‘ବ୍ରାଣ୍ଡ୍ ଫାଇନାନ୍ସ ଇଣ୍ଡିଆ ୧୦୦ ୨୦୨୬’ ରିପୋର୍ଟରେ ଭାରତର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ବହୁମୁଖୀ ବ୍ୟବସାୟିକ ଗୋଷ୍ଠୀ (କଂଗଲୋମରେଟ୍‌) ବ୍ରାଣ୍ଡ ଭାବରେ ମାନ୍ୟତା ପାଇଛି। ଗ୍ରୁପର ବ୍ରାଣ୍ଡ୍ ମୂଲ୍ୟ ବାର୍ଷିକ ଆଧାରରେ ୫୫% ବୃଦ୍ଧି ପାଇ ୨.୩ ବିଲିୟନ ଆମେରିକୀୟ ଡଲାରରେ ପହଂଚିଛି। ବିଶ୍ୱର ଅଗ୍ରଣୀ ବ୍ରାଣ୍ଡ୍ ମୂଲ୍ୟାଙ୍କନ ପରାମର୍ଶଦାତା ସଂସ୍ଥା ‘ବ୍ରାଣ୍ଡ୍ ଫାଇନାନ୍ସ’ ଦ୍ୱାରା ପ୍ରକାଶିତ ଏହି ମାନ୍ୟତା, କ୍ଷମତା ସଂପ୍ରସାରଣ, ମୂଲ୍ୟଯୁକ୍ତ ଉତ୍ପାଦ ଓ ସ୍ଥାୟିତ୍ୱ କୈନ୍ଦ୍ରିକ ବିନିଯୋଗ ମାଧ୍ୟମରେ ଏହି ଗ୍ରୁପ୍ର ବଜାର ସ୍ଥିତି ଲଗାତାର ଭାବେ ସୁଦୃଢ଼ ହେଉଥିବାକୁ ଏହି ମାନ୍ୟତା ପ୍ରତିଫଳିତ କରୁଛି।
ଏହି ମାନ୍ୟତା ଏପରି ଏକ ବର୍ଷରେ ମିଳିଛି ଯେତେବେଳେ ଭାରତର ବ୍ରାଣ୍ଡେଡ୍ ଅର୍ଥନୀତି ଉଲ୍ଲେଖନୀୟ ଦୃଢ଼ତା ପ୍ରଦର୍ଶନ କରିଛି। ‘ବ୍ରାଣ୍ଡ୍ ଫାଇନାନ୍ସ ଇଣ୍ଡିଆ ୧୦୦ ୨୦୨୬’ ରିପୋର୍ଟ ଅନୁଯାୟୀ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଡିଜିଟାଲ୍ ରୂପାନ୍ତରଣ, ଭିତ୍ତିଭୂମିି, ଉତ୍ପାଦନ, ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଓ ନବସୃଜନ କ୍ଷେତ୍ରରେ କ୍ରମାଗତ ବିନିଯୋଗ ଦ୍ୱାରା ଭାରତର ଶୀର୍ଷ ୧୦୦ଟି ବ୍ରାଣ୍ଡର ମିଳିତ ବ୍ରାଣ୍ଡ୍ ମୂଲ୍ୟ ବାର୍ଷିକ ୭% ବୃଦ୍ଧି ପାଇ ରେକର୍ଡ ୨୫୨.୮ ବିଲିୟନ ଆମେରିକୀୟ ଡଲାରରେ ପହଂଚିଛି। ଏହି ପରିପ୍ରେକ୍ଷୀରେ ଦେଶର ବୃହତ ବ୍ୟବସାୟିକ ଗ୍ରୁପ ବିଶିଷ୍ଠ ବ୍ରାଣ୍ଡଗୁଡ଼ିକ ମଧ୍ୟରେ ଜେଏସଡବ୍ଲ୍ୟୁ ଗ୍ରୁପ୍ର ୫୫% ବୃଦ୍ଧି ସବୁଠାରୁ ଦ୍ରୁତତମ ତଥା ଆଖିଦୃଶିଆ ହୋଇଛି।
‘ବ୍ରାଣ୍ଡ୍ ଫାଇନାନ୍ସ ଇଣ୍ଡିଆ ୧୦୦ ୨୦୨୬’ ରିପୋର୍ଟ ଭାରତର ଶୀର୍ଷ ୧୦୦ଟି ସବୁଠାରୁ ମୂଲ୍ୟବାନ ଓ ଶକ୍ତିଶାଳୀ ବ୍ରାଣ୍ଡଗୁଡ଼ିକୁ ମାନ୍ୟତା ପ୍ରଦାନ କରୁଛି, ଏବଂ ଏଥିରେ ବ୍ୟାଙ୍କିଂ, ଆଇଟି ସେବା, ଆତିଥେୟତା ଓ ଅନ୍ୟାନ୍ୟ ଶିଳ୍ପକୁ ନେଇ ଗଠିତ ଦଶଟି ଉପ-କ୍ଷେତ୍ର ର଼୍ୟାଙ୍କିଂ ମଧ୍ୟ ରହିଛି। ବ୍ରାଣ୍ଡ୍ ମୂଲ୍ୟକୁ ସେହି ଶୁଦ୍ଧ ଆର୍ôଥକ ଲାଭ ଭାବରେ ବୁଝାଯାଏ ଯାହା ଜଣେ ବ୍ରାଣ୍ଡ୍ ମାଲିକ ଖୋଲା ବଜାରରେ ବ୍ରାଣ୍ଡକୁ ଲାଇସେନ୍ସ ଦେଇ ହାସଲ କରିପାରିବେ ଏବଂ ବ୍ରାଣ୍ଡ୍ ଶକ୍ତି ଏହାର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ତୁଳନାରେ ଅଦୃଶ୍ୟ ମାପଦଣ୍ଡଗୁଡ଼ିକ ଉପରେ ଏକ ବ୍ରାଣ୍ଡର କାର୍ଯ୍ୟଦକ୍ଷତାର ପ୍ରଭାବକୁ ମାପିଥାଏ।

Related Post