ଆଜିର ଖାସ ଖବର
Sat. May 30th, 2026

କନୋଡିଆ ସିମେଂଟ୍ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha May28,2025

ଭୁବନେଶ୍ୱର: ଉତର ପ୍ରଦେଶ ଓ ବିହାରରେ ସାଟେଲାଇଟ୍ ଗ୍ରାଇଣ୍ଡିଂ ୟୁନିଟ୍ ଜରିଆରେ ପରିଚାଳିତ ହେଉଥିବା ସିମେଂଟ୍ କମ୍ପାନି କନୋଡିଆ ସିମେଂଟ୍ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
କମ୍ପାନି ଇନିସିଆଲ ପବ୍ଲିକ୍ ଅଫରିଂ ଜରିଆରେ ଇକ୍ୱିଟି ସେୟାର ଜାରି କରି ପାଣ୍ଠି ସଂଗ୍ରହ କରିବାକୁ ଯୋଜନା ରଖିଛି। ଅଫର୍ ଫର୍ ସେଲ୍‌ରେ ୧୪,୯୧୩,୯୩୦ ଇକ୍ୱିଟି ସେୟାର ବିକ୍ରି କରାଯିବ।
କ୍ରିସିଲ୍ ରିପୋର୍ଟ ଅନୁସାରେ କନୋଡିଆ ସିମେଂଟ୍ ହେଉଛି ଭାରତରେ ସିମେଂଟ୍‌ର ଚୁକ୍ତିଭିତିକ ଉତ୍ପାଦନର ଅଗ୍ରଣୀ ସଂସ୍ଥା। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନିର ପାଂଚଟି ସାଟେଲାଇଟ୍ ଗ୍ରାଇଣ୍ଡିଂ ୟୁନିଟ୍ ରହିଛି ଯାହା ହାରାହାରି ସିମେଂଟ୍ ଉତ୍ପାଦନ କ୍ଷମତା ହେଉଛି ୩.୫୪ ଏମ୍‌ଟିପିଏ। ଏହାର ସିମେଂଟ୍ ଗ୍ରାଇଣ୍ଡିଂ କ୍ଷମତା ୨୨.୧୨ ଚକ୍ରବୃଦ୍ଧି ହାରରେ ବଢିଛି ଯାହା ଶିଳ୍ପର ହାରାହାରି ୭.୩୧ ପ୍ରତିଶତ ଅଭିବୃଦ୍ଧି ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ୯.୬୪ ପ୍ରତିଶତ ଅଭିବୃଦ୍ଧିଠାରୁ ଅଧିକ।
୨୦୨୨ରୁ ୨୦୨୪ ଆର୍ଥିକ ବର୍ଷ ମଧ୍ୟରେ ବିକ୍ରି ବଢ଼ାଇବା କ୍ଷେତ୍ରରେ ୩୬.୧୪ ପ୍ରତିଶତ ଚକ୍ରବୃଦ୍ଦି ହାରରେ ଅଭିବୃଦ୍‌ଧି ହାସଲ କରି କମ୍ପାନିର ଅନ୍ୟତମ ସର୍ବବୃହତ୍ ସିମେଂଟ୍ ନିର୍ମାତା ଭାବେ ଉଭା ହୋଇଛି। ଏହାର ଅଭିବୃଦ୍ଧି ଶିଳ୍ପର ହାରାହାରି ୧୧.୧୦ ପ୍ରତିଶତ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ୮.୮୦ ପ୍ରତିଶତ ଅଭିବୃଦ୍ଧିଠାରୁ ଅଧିକ। ରାଜସ୍ୱ କ୍ଷେତ୍ରରେ ଚକ୍ରବୃଦ୍ଧି ହାରରେ କମ୍ପାନି ୩୪.୮୩ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଯାହା ଶିଳ୍ପର ହାରାହାରି ୧୩.୬୧ ପ୍ରତିଶତ ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ୧୨.୦୪ ପ୍ରତିଶତ ଅଭିବୃଦ୍ଧିଠାରୁ ଅଧିକ।
ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆନନ୍ଦ ରାଠି ଆଡଭାଇଜର୍ସ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସର୍ଭିସେସ୍ ଲିମିଟେଡ୍ ଓ ୱାନ୍‌ଭିଉ କର୍ପୋରେଟ୍ ଆଡଭାଇଜର୍ସ ଲିମିଟେଡ୍‌।

Related Post