ଆଜିର ଖାସ ଖବର
Sun. Oct 25th, 2026

ରିଲାଏନ୍ସ ଜେନେରାଲ୍ ଇନସ୍ୟୁରାନ୍ସର ଟିକସ ପରବର୍ତୀ ଲାଭ ୧୨.୫% ବୃଦ୍ଧି ପାଇ ୩୧୫ କୋଟି ଟଙ୍କା

By Admin_Dainkasha May26,2025
Reliance General Insurance delivers PAT up YoY by 12.5% at INR 315 cr, Gross Direct Premium of ₹12,548 crore - up 7.4% YoY, outpacing industry growth of 5.2%

ଭୁବନେଶ୍ୱର: ରିଲାଏନ୍ସ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ଲିମିଟେହ୍ ୨୦୨୪-୨୫ ଆର୍ଥିକ ବର୍ଷର ଫଳାଫଳ ଘୋଷଣା କରିଛି। ଡିଜିଟାଲ୍ ପ୍ରଥମ ଆଭିମୁଖ୍ୟ, ଗ୍ରାହକ କୈନ୍ଦ୍ରୀକ ଉତ୍ପାଦ ଓ ବିବିଧ ବିତରଣ ରଣନୀତିକୁ ନେଇ କମ୍ପାନି ଏହାର ବ୍ୟବସାୟ ବଢ଼ାଇଥିବା ବେଳେ ଖୁଚୁରା, କର୍ପୋରେଟ୍ ଓ ସରକାରୀ ବ୍ୟବସାୟ କ୍ଷେତ୍ରରେ ଏହାର ଉପସ୍ଥିତିର ସମ୍ପ୍ରସାରଣ ଜାରି ରଖିଛି।
ତିନି ବର୍ଷ ପର୍ଯ୍ୟନ୍ତ ଆଇବିସି ଅଧୀନରେ ରହି ଅସ୍ଥିରତା ସାମ୍ନା କରିଥିବା ଏହି କମ୍ପାନିକୁ ଇଣ୍ଡସ୍‌ଇଣ୍ଡ୍ ଇଂଟରନ୍ୟାସନାଲ୍ ହୋଲଡିଂସ୍ ଲିମିଟେଡ୍ (ଆଇଆଇଏଚ୍‌ଏଲ୍‌) ଅଧିଗ୍ରହଣ କରିଛି। କମ୍ପାନିର ପ୍ରତିଷ୍ଠାକୁ ପୁନଃସ୍ଥାପିତ କରିବା ଲାଗି ନୂଆ ପ୍ରମୋଟର ୩୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ବୀମା ବ୍ୟବସାୟରେ ବିତରଣ ମାଧ୍ୟମ ଏକ ବଡ଼ ଶକ୍ତି ହୋଇଥିବା ବେଳେ ପ୍ରମୋଟରଙ୍କ ସାରା ଭାରତରେ ବ୍ୟାପକ ଉପସ୍ଥିତି ରହିଛି।
୨୦୨୪-୨୫ ଆର୍ଥିକ ବର୍ଷରେ କମ୍ପାନିର ମୋଟ ପ୍ରତ୍ୟକ୍ଷ ପ୍ରିମିୟମ୍ ପରିମାଣ ବାର୍ଷିକ ୭.୪ ପ୍ରତିଶତ ବୃଦ୍ଧି ପାଇଛି ଯାହା ଶିଳ୍ପର ୫.୨ ପ୍ରତିଶତ ଅଭିବୃଦ୍ଧିଠାରୁ ଅଧିକ। କମ୍ପାନିର ଟିକସ ପରବର୍ତୀ ଲାଭ ୧୨.୫ ପ୍ରତିଶତ ବୃଦ୍ଧି ପାଇ ୩୧୫ କୋଟି ଟଙ୍କା ହୋଇଛି। ନିବେଶ ବୁକ୍ ୨୧,୩୫୮ କୋଟି ଟଙ୍କା ରହିଛି, ଯାହା ୨୦୨୩-୨୪ରେ ୨୦,୫୧୪ କୋଟି ଟଙ୍କା ଥିଲା। କମ୍ପାନିର ନିଟ୍ କାରବାର ୩୪୨୯ କୋଟି ଟଙ୍କା ରହିିଛି, ଯାହା ବାର୍ଷିକ ହାରରେ ୧୦.୨ ପ୍ରତିଶତ ବୃଦ୍ଧି ପାଇଛି। ଏହାର ସୋଲ୍‌ଭେନ୍ସି ଅନୁପାତ ୧.୫୯ ଗୁଣା ରହିଛି ଯାହା ନିୟାମକ ଆବଶ୍ୟକତା ୧.୫୦ଗୁଣାଠାରୁ ଅଧିକ। ମୂଳ କମ୍ପାନି ତରଫରୁ ୨୦୨୫ ମେ’ରେ ଏଥିରେ ୧୦୦ କୋଟି ଟଙ୍କା ନିବେଶ କରାଯାଇଥିଲା।
ସର୍ବଭାରତୀୟ ସ୍ତରରେ କମ୍ପାନିର ଉପସ୍ଥିତି ୧,୧୫,୦୦୦ରୁ ଅଧିକ ଗ୍ରାହକ ଟଚପଏଂଟ୍‌ରେ ରହିି। ଏହାର ମୋଟର, ସ୍ୱାସ୍ଥ୍ୟ ଓ ଏସ୍‌ଏମ୍‌ଇ ବର୍ଗରେ ନୂଆ ପିଢ଼ିର ଉତ୍ପାଦ ଶୁଭାରମ୍ଭ କରିଛି। ଏହାର ଦାବି ଫଇସଲା ଅନୁପାତ ୯୯.୫୭ ପ୍ରତିଶତ ରହିଛି। ଦାବିଗୁଡ଼ିକୁ ତିନି ମାସରୁ କମ୍ ସମୟ ଭିତରେ ଫଇସଲା କରାଯାଇଛି। ଏଆଇ ଆଧାରିତ ଅଣ୍ଡରରାଇଟିଂ ଓ ଡିଜିଟାଲ୍ ସମାଧାନ ଭଳି ପ୍ରଯୁକ୍ତି ଉପଯୋଗ କରି କମ୍ପାନି ଏହାର ଅଭିବୃଦ୍ଧି ବଢ଼ାଇପାରିଛି।
ରିଲାଏନ୍ସ ଜେନେରାଲ୍ ଇନ୍‌ସ୍ୟୁରାନ୍ସର ସିଇଓ ଶ୍ରୀ ରାକେଶ ଜୈନ କହିଛନ୍ତି ଯେ, “ଏକ ଚମତ୍କାର ଓ ଆହ୍ୱାନପୂର୍ଣ୍ଣ ବଜାର ପରିବେଶ ସତ୍ୱେ ୨୦୨୪-୨୫ ଆର୍ଥିକ ବର୍ଷ ଏକ ଶୃଙ୍ଖଳିତ କାର୍ଯ୍ୟକାରିତା, ଗୁରୁତ୍ୱପୂର୍ଣ୍ଣ ନିବେଶ ଓ ସ୍ଥାୟୀ ଅଭିବୃଦ୍ଧି ବର୍ଷ ସାବ୍ୟସ୍ତ ହୋଇଛି। ନିରବଚ୍ଛିନ୍ନ ଗ୍ରାହକ ଅନୁଭୂତି ପ୍ରଦାନ କରିବା, ଅତ୍ୟାଧୁନିକ ପ୍ରଯୁକ୍ତି ଗ୍ରହଣ କରିବା ଏଂବ ପ୍ରତିଭାରେ ନିବେଶ କରିବା ଆମକୁ ଏକ ଦୃଢ଼, ଭବିଷ୍ୟତ ପାଇଁ ପ୍ରସ୍ତୁତ ସଂସ୍ଥା ଗଢ଼ିବାରେ ସହାୟକ ହୋଇଛି। ଅଭିନବ ଓ ବିଶ୍ୱସନୀୟ ବୀମା ସମାଧାନ ଜରିଆରେ କୋଟି କୋଟି ଭାରତୀୟଙ୍କ ଆକାଂକ୍ଷାକୁ ସୁରକ୍ଷୀତ ରଖିବ ଲାଗି ଆମ ପ୍ରତିବଦ୍ଧତାରେ ଆମେ ଦୃଢ଼ ରହିଛୁ।”
୨୦୨୫ ମାର୍ଚ୍ଚରେ ରିଲାଏନ୍ସ କ୍ୟାପିଟାଲ୍ ଲିମିଟେଡ୍‌ର ସଫଳତାର ସହ ସିଆର୍‌ପି ହେବା ଆମ ପାଇଁ ଇଣ୍ଡସ୍‌ଇଣ୍ଡ୍ ଇଂଟରନ୍ୟାସନାଲ ହୋଲ୍‌ଡିଂ ଲିମିଟେଡ୍ (ଆଇଆଇଏଚ୍‌ଏଲ୍‌)ର ଦାୟିତ୍ୱବାନ ନେତୃତ୍ୱ ଅଧୀନରେ ଏକ ପରିବର୍ତନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି। ଆଇଆଇଏଚ୍‌ଏଲ୍ ତରଫରୁ ଦୃଢ଼ ଆର୍ଥିକ ସହାୟତା ଓ ଆର୍ଥିକ ସେବା କ୍ଷେତ୍ରରେ ବିଶେଷତାକ ନେଇ ଅଆମ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଭାରତରେ ସାଧାରଣ ବୀମା କ୍ଷେତ୍ରରେ ନବସୃଜନର ନେତୃତ୍ୱ ନେବା ଲାଗି ଆମ ଦକ୍ଷତା ଉପରେ ଆମର ବିଶ୍ୱାସ ରହିଛି ବୋଲି ଶ୍ରୀ ଜୈନ୍ କହିଛନ୍ତି।

Related Post