ଆଜିର ଖାସ ଖବର
Tue. May 26th, 2026

ଲେନ୍‌ସକାର୍ଟ ସଲ୍ୟୁସନ୍ସ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଅକ୍ଟୋବର ୩୧ରେ ଖୋଲିବ

By Admin_Dainkasha Oct30,2025

ଭୁବନେଶ୍ୱର: ଲେନ୍ସକାର୍ଟ ସଲ୍ୟୁସନ୍ସ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ଅକ୍ଟୋବର ୩୧ ଶୁକ୍ରବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ଅକ୍ଟୋବର ୩୦, ଗୁରୁବାର ଦିନ ବିଡ୍ ଦାଖଲ କରିପାରିବେ। ୨୦୨୫ ନଭେମ୍ବର ୪ ମଙ୍ଗଳବାର ଦିନ ବିଡ୍ ଦାଖଲ ଶେଷ ହେବ।
ନିବେଶକମାନେ ସର୍ବନିମ୍ନ ୩୭ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୩୭ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୩୮୨ ଟଙ୍କାରୁ ୪୦୨ ଟଙ୍କା ମଧ୍ୟରେ ରହିଛି । କର୍ମଚାରୀ ସଂରକ୍ଷିତ ଭାଗରୁ ଯୋଗ୍ୟ କର୍ମଚାରୀମାନଙ୍କୁ ଇକ୍ୱିଟି ସେୟାର ପିଛା ୧୯ ଟଙ୍କାର ରିହାତି ମିଳିବ।
ଏହି ଅଫରରେ ୨୧୫୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ଅଂଶଧନକାରୀମାନେ ୧୨୭,୫୬୨,୫୭୩ ଇକ୍ୱିଟି ସେୟାର ବିକ୍ରି କରିବେ। ଅଫର ଫର୍ ସେଲ୍‌ରେ ଅଂଶଧନ ବିକିବେ ପୀୟୂଷ ବଂଶଲ, ନେହା ବଂଶଲ, ଅମିତ ଚୌଧୁରୀ ଓ ସୁମିତ କପାହି, ଏସଭିଏଫ୍ ୨ ଲାଇଟ୍‌ବଲ୍‌ବ (କେମ୍ୟାନ୍‌) ଲିମିଟେଡ୍‌, ସୋଡର୍ସ କ୍ୟାପିଟାଲ ଇକ୍ୱିଟି ଏସିଆ ମରିସସ୍ ଲିମିଟେଡ୍‌, ପିଆଇ ଅପର୍ଚୁନିଟିଜ୍ ଫଣ୍ଡ୍ -୨ ମାରିଚି ଇନଭେଷ୍ଟମେଂଟ୍ ପିଟିଇ ଲିମିଟେଡ, କେଦାର କ୍ୟାପିଟାଲ ଫଣ୍ଡ୍ -୨ ଏଲ୍‌ଏଲ୍‌ପି, ଓ ଆଲ୍‌ଫା ୱେଭ୍ ଭେଂଚସ ଏଲ୍‌ପି। ଏହି ଅଫରରେ ଯୋଗ୍ୟ କର୍ମଚାରୀମାନଙ୍କ ପାଇଁ ୧୫୦ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ସଂରକ୍ଷିତ ରହିବ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ । ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ । ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
କମ୍ପାନିର ଇକ୍ୱିଟି ସେୟାର ବିଏସ୍‌ଇ ଲିମିଟେଡ୍ ଓ ଏନ୍‌ଏସ୍‌ଇରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ରହିଛି। ଏହି ଅଫର୍‌ର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ମୋର୍ଗାନ୍ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ପ୍ରାଇଭେଟ୍ ଲିିମିଟେଡ୍‌, ଆଭେଣ୍ଡସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ଓ ଇନଟେନ୍‌ସିଭ୍ ଫିସ୍‌କାଲ୍ ସର୍ଭିସେସ୍ ଲିମିଟେଡ୍‌।

Related Post