ଆଜିର ଖାସ ଖବର
Sat. May 30th, 2026

ଏମ୍‌ଏଏସ୍ ପକ୍ଷରୁ ଭୁଇଁପୁରରେ ଏମ୍‌ଏଏସ୍ ପୋଷାକ ପାର୍କ ସ୍ଥାପନ ପାଇଁ ଶିଳାନ୍ୟାସ

By Admin_Dainkasha Feb28,2025
MAS breaks ground to establish MAS Apparel Park - Bhuinpur
  • ଏମ୍‌ଏଏସ୍ ହୋଲ୍‌ଡିଂସ୍‌ର ଭାରତୀୟ ବଜାରକୁ ସମ୍ପ୍ରସାରଣ

ଭୁବନେଶ୍ୱର: ଦକ୍ଷିଣ ଏସିଆର ସର୍ବବୃହତ ପୋଷାକ ନିର୍ମାତା ଭାରତର ଓଡ଼ିଶା ରାଜ୍ୟସ୍ଥିତ ଭୁଇଁପୁରରେ ଏହାର ପ୍ରଥମ ୟୁନିଟ୍ ଏମ୍‌ଏଏସ୍ ଆପାରେଲ୍ (ପୋଷାକ) ପାର୍କ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିବା ଲାଗି ଶିଳାନ୍ୟାସ କରିଛି। ବୟନ ଓ ପୋଷାକ କ୍ଷେତ୍ରକୁ ଧ୍ୟାନରେ ରଖି ଓଡ଼ିଶାକୁ ପୁଞ୍ଜିନିବେଶ ଆଣିବା, ରାଜ୍ୟର ଶିଳ୍ପ ଅଭିବୃଦ୍ଧିରେ ଉନ୍ନତି ଆଣିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶା ସରକାରଙ୍କ ଅଭିଯାନ ପାଇଁ ଏହି ସମ୍ପ୍ରସାରଣ ହୋଇଛି।

ଶିଳାନ୍ୟାସ ସମାରୋହରେ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସମେତ ଓଡ଼ିଶା ଶିଳ୍ପ ଭିତିଭୂମି ବିକାଶ ନିଗମ (ଇଡ୍‌କୋ) ଏବଂ ଇଣ୍ଡଷ୍ଟ୍ରିଆଲ ପ୍ରମୋସନ୍ ଆଣ୍ଡ ଇନଭେଷ୍ଟମେଂଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍ (ଇପିକଲ) ଏବଂ ଏମ୍‌ଏଏସ୍ ହୋଲ୍‌ଡିଂସ୍‌ର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଓଡିଶା ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସଚିବ ଶ୍ରୀ ସୁଭେନ୍ଦ୍ର କୁମାର ନାୟକ, ଓଏଏସ୍ ଏହି ଅବସରରେ ପ୍ରତିନିଧିତ୍ୱ କରିଥିଲେ। ।

ଏହି ସ୍ଥାନରେ ପ୍ରଥମ ଯୋଜନାବଦ୍ଧ ୟୁନିଟ୍‌ରୁ ଏମ୍‌ଏଏସ୍ ୨୦୨୬ରେ ପୋଷାକ ଉତ୍ପାଦନ ଆରମ୍ଭ କରିବାକୁ ଆଶା ରଖିଛି । ଏହି ପ୍ରାରମ୍ଭିକ ୟୁନିଟ୍ ମୂଲ୍ୟ ଯୁକ୍ତ ପୋଷାକ ସାମଗ୍ରୀ ଉତ୍ପାଦନ ଉପରେ ଧ୍ୟାନ ଦେବ ଏବଂ ଉଭୟ ସ୍ଥାନୀୟ ଏବଂ ଅନ୍ତର୍ଜାତୀୟ ବଜାର ଆବଶ୍ୟକତାକୁ ପୂରଣ କରିବ। ଏମ୍‌ଏଏସ୍ ର ରହିଥିବା ଶିଳ୍ପ ଦକ୍ଷତା ଉପଯୋଗ କରି ଭାରତର ଘରୋଇ ପୋଷାକ ଆବଶ୍ୟକତା ପୂରଣ କରିବା ଏବଂ ଅନ୍ତର୍ଜାତୀୟ ରପ୍ତାନିକୁ ସମର୍ଥନ କରିବା ପାଇଁ ଏମ୍‌ଏଏସ୍ ର ପ୍ରତିବଦ୍ଧତାକୁ ଏହା ସୁଦୃଢ଼ କରିବ।

ସ୍ଥାନୀୟ ସରକାରଙ୍କ ସହ ସହଯୋଗିତା ସମ୍ପର୍କରେ ଏମ୍‌ଏଏସ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଲ୍ଲିକ ଅହମ୍ମଦିନ କହିଛନ୍ତି ଯେ, “ଏହି ଅଂଚଳରେ ଏକ ସୁଦୃଢ଼ ପୋଷାକ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥିବାରୁ ଓଡ଼ିଶା ସରକାରଙ୍କ ସହ ସହଯୋଗିତା କରି ଏମ୍‌ଏଏସ୍ ଆନନ୍ଦିତ। ବୟନଶିଳ୍ପ କ୍ଷେତ୍ରକୁ ସୁଦୃଢ଼ କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଏହି ଅଂଚଳର ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଓ ଦୀର୍ଘମିଆଦୀ ବିକାଶରେ ଯୋଗଦାନ କରିବାକୁ ଆମେ ଆଶା ରଖିଛୁ।’’

ଏହି ସମାରୋହରେ ଏମ୍‌ଏଏସ୍ ହୋଲ୍ଡିଂସର ଗ୍ରୁପ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେନ୍ ଫର୍ଣ୍ଣାଣ୍ଡୋ କହିଥିଲେ ଯେ, “ଏହି ନିବେଶ ଏମ୍‌ଏଏସ୍‌ର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଏବଂ ଏହି ଉଦ୍ୟୋଗ ଦ୍ୱାରା ଉପଲବ୍ଧ ବିଶାଳ ବ୍ୟବସାୟିକ ସୁଯୋଗର ଲାଭ ଉଠାଇବା ପାଇଁ ଆମେ ଉତ୍ସାହିତ। ଭାରତ ଦୀର୍ଘ ଦିନ ଧରି ଆମ କାର୍ଯ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି ଏବଂ ଭାରତରେ କାର୍ଯ୍ୟ କରିବାର ୨୫ ବର୍ଷର ଅଭିଜ୍ଞତା ସହିତ ଆମେ ଉଭୟ ବିଶ୍ୱ ଯୋଗାଣ ଶୃଙ୍ଖଳା ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଘରୋଇ ଖୁଚୁରା କ୍ଷେତ୍ର ପାଇଁ ଦେଶର ଉତ୍ପାଦନ କ୍ଷେତ୍ରରେ ରହିଥିବା ବିପୁଳ ସମ୍ଭାବନାକୁ ସ୍ୱୀକାର କରୁଛୁ।’’

ଆଗାମୀ କିଛି ବର୍ଷ ମଧ୍ୟରେ ଏମଏଏସ୍ ଏହି ୬୦ ଏକର ଜମିକୁ ଏକ ସାମଗ୍ରିକ ପୋଷାକ ପାର୍କରେ ବିକଶିତ କରିବାକୁ ଚାହୁଁଛି ଯାହା ଶ୍ରୀଲଙ୍କାରେ କାର୍ଯ୍ୟକରୁଥିବା ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ଏମଏଏସ ଆପାରେଲ୍ ପାର୍କ ମାଧ୍ୟମରେ ମିଳିଥିବା ଦକ୍ଷତା ଅନୁସାରେ ବିକଶିତ ହେବ। ଏହି ପ୍ରକଳ୍ପର ଉଦ୍ଦେଶ୍ୟ ପୋଷାକ ଶିଳ୍ପର ଅଂଶୀଦାରମାନଙ୍କୁ ସମାନ ସ୍ଥାନରେ କାର୍ଯ୍ୟ କରିବାକୁ ଆକୃଷ୍ଟ କରିବା, ବ୍ରାଣ୍ଡଗୁଡିକ ପାଇଁ ଏକ ସମନ୍ୱିତ ଯୋଗାଣ ଶୃଙ୍ଖଳା ସୃଷ୍ଟି କରିବା, ଗତି ଏବଂ ମୂଲ୍ୟର ଲାଭ ପ୍ରଦାନ କରିବା। ଯେହେତୁ ଏମ୍‌ଏଏସ୍ ଏହାର ଉତ୍ପାଦନ ଉପସ୍ଥିତିର ବିସ୍ତାର କରିବ, ତେଣୁ ସମୟ କ୍ରମେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ପ୍ରକଳ୍ପ ପ୍ରସ୍ତାବ ଅନୁଯାୟୀ, ଏମଏଏସ୍ (ମାସ) ହୋଲ୍ଡିଂସ୍ ଏବଂ ଏହାର ସହଯୋଗୀମାନେ ଏକ ଦଶକ ଅବଧି ମଧ୍ୟରେ ୧୦,୦୦୦ ରୁ ଅଧିକ ଚାକିରି ସୁଯୋଗ ସୃଷ୍ଟି କରିବାକୁ ଏବଂ ମୋଟ ୧୪୦ ମିଲିଅନ୍ ଡଲାର୍ ଠାରୁ ଅଧିକ ବିନିଯୋଗ କରିବାକୁ କାର୍ଯ୍ୟ କରିବ। ଏମଏଏସ ହୋଲଡିଂସ ଏହାର ଶିଳ୍ପର ଅଗ୍ରଣୀ ନୈତିକ ଏବଂ ଅଭିନବ ଅଭ୍ୟାସ ପାଇଁ ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଯେଉଁଥିରେ ଏହାର କର୍ମଚାରୀ ସଶକ୍ତୀକରଣ କାର୍ଯ୍ୟକ୍ରମ ରହିଛି ଯାହା ଏକ ନିଯୁକ୍ତିଦାତା ଭାବରେ ଶିଳ୍ପରେ ମାନଦଣ୍ଡ ସ୍ଥିର କରିବାକୁ ଏମଏଏସକୁ ସକ୍ଷମ କରିଛି।

ଏହି କାର୍ଯ୍ୟକ୍ରମରେ ଏମ୍‌ଏଏସ୍ ହୋଲ୍ଡିଂସର ଜିସିଇଓ ସୁରେନ ଫର୍ଣ୍ଣାଣ୍ଡୋ, ଏମ୍‌ଏଏସ୍ ଇଣ୍ଡିଆର ସିଇଓ ମଲ୍ଲିକ ଅହମ୍ମଦିନ୍‌, ଏମ୍‌ଏଏସ୍ ହୋଲ୍ଡିଂସ୍‌ର ସିଓଓ ଶକ୍ତି ରଣତୁଙ୍ଗା, ଏମ୍‌ଏଏସ୍ ଫେବ୍ରିକ୍ ପାର୍କର ସିଇଓ ମୁରାଦ ରାଜୁଦିନ୍ ଏବଂ ଏମ୍‌ଏଏସ୍ ହୋଲଡିଂର କର୍ପୋରେଟ୍ ବ୍ୟାପାର ନିର୍ଦ୍ଦେଶକ ରଜିତା ଜୟସୂରିଆ ଉପସ୍ଥିତ ଥିଲେ।

Related Post