ଆଜିର ଖାସ ଖବର
Thu. Apr 16th, 2026

ଟିପିଏସ୍ଓଡିଏଲ୍ ପକ୍ଷରୁ ନୈତିକତା ସପ୍ତାହ ୨୦୨୫ ପାଳିତ

By Admin_Dainkasha Mar1,2025
TPSODL Celebrates Ethics Week 2025
TPSODL Celebrates Ethics Week 2025

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପକ୍ଷରୁ ନୈତିକତା ସପ୍ତାହ ୨୦୨୫ ପାଳିତ ହୋଇଛି। ମାର୍ଚ୍ଚ ୩ ରେ ଶେଷ ହେବାକୁ ଥିବା ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଟାଟା ଗ୍ରୁପର ପ୍ରତିଷ୍ଠାତା ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ଜୟନ୍ତୀ ପାଳନ କରାଯାଉଛି।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ନୈତିକତା ସପ୍ତାହର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ କମ୍ପାନୀର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନୈତିକ ଅଭ୍ୟାସ, ସଚ୍ଚୋଟତା, ସ୍ବଚ୍ଛତା ପ୍ରତି ଟିପିଏସ୍ଓଡିଏଲ୍ ଏହାର ପ୍ରତିବଦ୍ଧତାକୁ ଦୋହରାଇଛି।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ନୈତିକତା ସପ୍ତାହ ପାଳନ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ନୈତିକତା ଏବଂ ସଚ୍ଚୋଟତା ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ଆମେ ଏହି କାର୍ଯ୍ୟକ୍ରମରେ ପ୍ରତିବଦ୍ଧ ହେଉ।” ଟିପିଏସ୍ଓଡିଏଲରେ ନୈତିକତା କେବଳ ପ୍ରତିବଦ୍ଧତାରେ ସୀମିତ ନୁହେଁ, ବରଂ ଏହା ଜୀବନ ଶୈଳୀର ଏକ ଅଂଶ ବୋଲି ଶ୍ରୀ ଗର୍ଗ କହିଛନ୍ତି।

ନୈତିକତା ସପ୍ତାହ -୨୦୨୫ ଅବସରରେ ଟିପିଏସ୍ଓଡିଏଲ୍ ଏହାର ଅଂଶୀଦାରମାନଙ୍କୁ ନେଇ ବିଭିନ୍ନ ଆଲୋଚନା, ସଚେତନତା କାର୍ଯ୍ୟକ୍ରମ ଇତ୍ୟାଦି ଆୟୋଜନ କରୁଅଛି। ଯାହା ଦ୍ୱାରା ନିଷ୍ପତ୍ତି ନେବାରେ ନୈତିକ ମୂଲ୍ୟବୋଧକୁ ସାମିଲ କରିବା ସହ ଉତ୍ତରଦାୟିତ୍ଵ ଓ ସ୍ୱଚ୍ଛତାର ସଂସ୍କୃତିକୁ ପ୍ରୋତ୍ସାହିତ କରାଯାଇପାରିବ।

ଉତ୍କର୍ଷର ଯାତ୍ରାରେ ଟିପିଏସ୍ଓଡିଏଲ୍ ଆଗକୁ ବଢୁଥିବା ବେଳେ ନୈତିକତା ପ୍ରତି ସମର୍ପିତ ହୋଇରହିଛି। ଯାହା ଫଳରେ, କମ୍ପାନୀ ଦୀର୍ଘମିଆଦି ସଫଳତା ହାସଲ କରିବା ସହ ସମାଜ ଓ ରାଷ୍ଟ୍ର ପାଇଁ ଯୋଗଦାନ କରିପାରୁଛି।

Related Post