ଆଜିର ଖାସ ଖବର
Mon. Apr 20th, 2026

ସୁଧ ହ୍ରାସ ସମୟରେ ନିବେଶକଙ୍କ ପାଇଁ ଆକର୍ଷଣ ପାଲଟିଛି ମନି ମାର୍କେଟ୍ ଫଣ୍ଡ୍‌: ଟାଟା ଏଏମ୍‌ସି

By Admin_Dainkasha Jun25,2025
Amit Somani, Deputy Head-Fixed Income, Tata Asset Management

ଭୁବନେଶ୍ୱର: ସୁଧ ହାର ହ୍ରାସ ପାଉଥିବା ବେଳେ ରିଟର୍ଣ୍ଣ, ସୁରକ୍ଷା ଓ ନଗଦରେ ସନ୍ତୁଳନ ଚାହୁଥିବା ନିବେଶକମାନଙ୍କ ପସନ୍ଦ ପାଲଟିଛି ମନି ମାର୍କେଟ୍ ଫଣ୍ଡ୍‌। ଏହି ଫଣ୍ଡ୍‌ଗୁଡ଼ିକ ଅଳ୍ପ ଅବଧିର ହୋଇଥିବା ବେଳେ ଏଥିରେ ଉଚ୍ଚ ଗୁଣାତ୍ମକ ମାନର ନିବେଶ ରହିଥାଏ ଯାହା ସୁଧ କମ୍ ଭଳି ପରିବେଶରେ ଲାଭକୁ ବହୁତ ଭଲ ଭାବେ ଉପସ୍ଥାପିତ କରିଥାଏ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଚଳିତ ମାସରେ ରେପୋ ହାରରେ ୦.୫୦ ପ୍ରତିଶତ ହ୍ରାସ ଘୋଷଣା କରି ତାହାକୁ ୫.୫ ପ୍ରତିଶତକୁ ହ୍ରାସ କରାଯାଇଥିଲା। ଏଥି ସହିତ ଏହା ନଗଦ ଜମା ଅନୁପାତରେ ୧ ପ୍ରତିଶତ ହ୍ରାସ କରି ଋଣ ଅଭିବୃଦ୍ଧିକୁ ବଢ଼ାଇବା ଲାଗି ଆବଶ୍ୟକ ନଗଦ ପ୍ରଦାନର ବ୍ୟବସ୍ଥା କରିଥିଲା। ଜମା ସୁଧ ହାର କମ୍ ହେଉଥିବା ବେଳେ ପାରମ୍ପରିକ ଫିକ୍ସଡ୍ ଡିପୋଜିଟ୍ ତୁଳନାରେ ବଳକା ନଗଦ ରାଶିକୁ ସ୍ୱଳ୍ପ ସମୟ ପାଇଁ ନିବେଶ କରିବାରେ ମନି ମାର୍କେଟ୍ ଫଣ୍ଡ୍ ଉପଯୁକ୍ତ ପସନ୍ଦ ପାଲଟିଛି।
ଟାଟା ଆସେଟ୍ ମ୍ୟାନେଜମେଂଟ୍‌ର ଉପ ମୁଖ୍ୟ-ଫିକ୍ସଡ୍ ଇନ୍‌କମ୍ ଅମିତ ସୋମାନି କହିଛନ୍ତି ଯେ, “ବର୍ତମାନ ମୁଦ୍ରା ନୀତି କୋହଳ ହେଉଥିବା ବେଳେ ନିବେଶକମାନଙ୍କ ଲାଗି ମନି ମାର୍କେଟ୍ ଫଣ୍ଡ ବୁଦ୍ଧିମାନର ଆବଂଟନ ବିକଳ୍ପ ପ୍ରଦାନ କରୁଛି। ରେପୋ ହାର ଏବେ ୫.୫ ପ୍ରତିଶତ ରହିଥିବାରୁ ନିବେଶକମାନେ ନଗଦ ବଜାୟ ରଖି ଏବଂ ଅସ୍ଥିରତାକୁ ସୀମିତ କରି ମନି ମାର୍କେଟ୍ ଫଣ୍ଡ୍‌ରେ ରେପୋ ତୁଳନାରେ ୦.୫୦-୦.୭୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଆୟ କରିବାର ସମ୍ଭାବନା ରହିଛି।’’
ମନି ମାର୍କେଟ୍ ଫଣ୍ଡ୍‌ରେ ସଂଗ୍ରହ କରାଯାଉଥିବା ରାଶିକୁ ଟ୍ରେଜେରି ବିଲ୍‌, କମର୍ସିଆଲ୍ ପେପର ଓ ସାର୍ଟିଫିକେଟ୍ ଅଫ୍ ଡିପୋଜିଟ୍ ଭଳି ଆର୍ଥିକ ଉପକରଣରେ ନିବେଶ କରାଯାଏ ଯାହା ରିଟର୍ଣ୍ଣ ଓ ସ୍ଥିରତାର ଏକ ସନ୍ତୁଳନ ପ୍ରଦାନ କରିଥାଏ। ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ୍ ସଂଘ (ଆମ୍ଫି) ଅନୁସାରେ ୨୦୨୫ର ଏପ୍ରିଲ୍ ଓ ମେ’ରେ ଏହି ବର୍ଗ ଚକ୍ରବୃଦ୍ଧି ହାରରେ ୪୨,୭୩୦ କୋଟି ଟଙ୍କାର ନିବେଶ ହାସଲ କରିଛି ଯାହା ଏହି ଉତ୍ପାଦ ଉପରେ ନିବେଶକଙ୍କ ବିଶ୍ୱାସକୁ ଦର୍ଶାଉଛି। ଗତ ଦୁଇ ମାସରେ ଟାଟା ମନି ମାର୍କେଟ୍ ଫଣ୍ଡ୍ ଭୁବନେଶ୍ୱରରୁ ୨୪୪.୬୪ କୋଟି ଟଙ୍କାର ପାଣ୍ଠି ହାସଲ କରିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ସହରରୁ ନିବେଶ ୫୭୦.୦୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ୨୦୨୩-୨୪ରେ ୩୨.୦୫ କୋଟି ଟଙ୍କା ଥିଲା, ଯାହା ଏହି ଫଣ୍ଡ୍‌ର ୩୦,୦୦୦ କୋଟି ଟଙ୍କାର ପରିଚାଳନା ଅଧୀନ ସଂପତି ପ୍ରତି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିଛି।

ଟାଟା ମନି ମାର୍କେଟ୍ ଫଣ୍ଡ୍‌ର ପ୍ରଦର୍ଶନ ଶୃଙ୍ଖଳିତ ଅବଧି ପରିଚାଳନା ଏବଂ ଉଚ୍ଚ ମାନର କ୍ରେଡିଟ୍ ମାନ ଉପରେ ଧ୍ୟାନ ଉପରେ ଆଧାରିତ। ସ୍ୱଳ୍ପମିଆଦୀ ସୁଧ କମ୍ ହେଉଥିବାରୁ ନିବେଶ ରଣନୀତିରେ ଉଭୟ ରଣନୈତିକ ଓ ବୁଦ୍ଧିମାନ ସଂପତି ଆବଂଟନର ଆବଶ୍ୟକତା ରହିଛି।
ଉଭୟ ନଗଦ ଓ ମନି ମାର୍କେଟ୍ ଫଣ୍ଡ୍ ସ୍ୱଳ୍ପ କାଳୀନ ଆବଶ୍ୟକତା ପୂରଣ କରୁଥିବା ବେଳେ ମନି ମାର୍କେଟ୍ ଫଣ୍ଡର ଅବଧି ୬-୯ ମାସ ପର୍ଯ୍ୟନ୍ତ ବଢ଼ିଥାଏ, ଯାହା ନିବେଶକମାନଙ୍କୁ ସ୍ୱଳ୍ପ ଅବଧିରେ ଉତମ ଫଳାଫଳ ପ୍ରଦାନ କରିଥାଏ। ନିବେଶକମାନେ ନିଜର ସମୟ ଆବଶ୍ୟକତା ଏବଂ ରିସ୍କ ଗ୍ରହଣ କରିବାର କ୍ଷମତା ଅନୁସାରେ ଏହାକୁ ଚୟନ କରିପାରିବେ। କିନ୍ତୁ ଉଭୟ ବିଷୟ ବର୍ତମାନ ସମୟରେ ବେଶ୍ ଆକର୍ଷଣୀୟ ରହିଛି।

Related Post