ଆଜିର ଖାସ ଖବର
Tue. Apr 21st, 2026

ନାଗା ସାଧୁଙ୍କ ପାଇଁ ଭାରତ ବିଶ୍ୱବ୍ୟାପୀ ଗର୍ବିତ, ମହାକୁମ୍ଭ ୨୦୨୫ରେ ସ୍ୱାସ୍ଥ୍ୟ ଅଭିଯାନ ପାଇଁ ଫ୍ରାନ୍ସରେ ମିଳିଲା ସ୍ୱୀକୃତି

By Admin_Dainkasha Jun20,2025

ଭୁବନେଶ୍ୱର: ପୂଜନୀୟ ନାଗା ସାଧୁମାନେ ‘ନାଗା ସେଂଟ ଆଇ ଟେଷ୍ଟ’ ମାଧ୍ୟମରେ ଭାରତ ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ଆଣିଛନ୍ତି। ଏହି ସାର୍ବଜନୀନ ସ୍ୱାସ୍ଥ୍ୟ ଉଦ୍ୟମକୁ କେନ୍ସ ଲାୟନ୍ସ ଇଂଟରରନ୍ୟାସନାଲ ଫେଷ୍ଟିଭାଲ ଅଫ କ୍ରିଏଟିଭିଟି ୨୦୨୫ରେ ସ୍ୱାସ୍ଥ୍ୟ ଏବଂ ୱେଲନେସ ବର୍ଗରେ ସିଲଭର ଲାୟନ୍ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅଭିଯାନ ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଜିସିପିଏଲ) ଏବଂ ଆଇବେଟେସ ଫାଉଣ୍ଡେସନର ମିଳିତ ସହଯୋଗରେ ଆୟୋଜନ କରାଯାଇଥିଲା, ଯେଉଁଥିରେ ମଧୁମେହ ଏବଂ ପ୍ରତିରୋଧଯୋଗ୍ୟ ଅନ୍ଧତ୍ୱ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା।
ଭାରତରେ ପ୍ରାୟ ୧୦୦ ନିୟୁତ ମଧୁମେହ ରୋଗୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୬୦%ରୁ ଅଧିକ ରୋଗୀ ଚିହ୍ନଟ ହୋଇନାହାଁନ୍ତି। ମଧୁମେହ ମଧ୍ୟ ପ୍ରତିରୋଧଯୋଗ୍ୟ ଅନ୍ଧତ୍ୱର ମୁଖ୍ୟ କାରଣ। ଜିସିପିଏଲର ନିଜସ୍ୱ କ୍ରିଏଟିଭ୍ ଷ୍ଟୁଡିଓ ଗୋଦରେଜ କ୍ରିଏଟିଭ୍ ଲ୍ୟାବ୍ ଦ୍ୱାରା ପରିକଳ୍ପନା କରାଯାଇଥିବା ‘ନାଗା ସେଂଟ ଆଇ ଟେଷ୍ଟ’ ଏହି ସମସ୍ୟାକୁ ଏକ ସାହସିକ ଏବଂ ସାଂସ୍କୃତିକ ଆଧାର ଉପରେ ଅବସ୍ଥାପିତ କରିଛି।
ନାଗା ସାଧୁଙ୍କ ଆଧ୍ୟାତ୍ମିକ ପ୍ରଭାବ ଏବଂ ଦୃଶ୍ୟମାନତାକୁ ଉପଯୋଗ କରି ସେମାନଙ୍କ ପିଠିରେ ବଡ଼ ବଡ଼ ଦେବନାଗରୀ ଲିପିରେ ହିନ୍ଦୀ ଭାଷାରେ ଲେଖା ଯାଇ ସେମାନଙ୍କୁ ଚକ୍ଷୁ ପରୀକ୍ଷା ଚାର୍ଟ ଭାବେ ବ୍ୟବହାର କରାଯାଇଥିଲା। ଯେଉଁମାନେ ସେହି ଭାଷା ପଢ଼ିବାରେ ସକ୍ଷମ ନ ଥିଲେ ସେମାନଙ୍କୁ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିରକୁ ନିଆଯାଉଥିଲା। ଉତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହୋଇଥିବା ମହାକୁମ୍ଭ ମେଳା ୨୦୨୫ର ତ୍ରିବେଣୀ ସଂଗମ ସ୍ଥଳରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଗୋଦରେଜ କ୍ରିଏଟିଭ୍ ଲ୍ୟାବର ଗ୍ଲୋବାଲ୍ ହେଡ୍ ସ୍ୱାତୀ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ‘ସବୁଠାରୁ ଜଟିଳ ମାନବିକ ସମସ୍ୟାର ସରଳ ସମାଧାନ ହୋଇପାରେ। ନାଗା ସାଧୁ ସମ୍ପ୍ରଦାୟ ଆମକୁ ‘ହଁ’ କହିବା ଆମର ପ୍ରଥମ ବିଜୟ ଥିଲା। ଏହି ବିଜୟ ବର୍ତମାନ ଆଇବେଟେସ ଫାଉଣ୍ଡେସନ ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ଆଣିଦେଇଛି। ଆମର ଧାରଣା ବିଶ୍ୱର ସବୁଠାରୁ ବଡ଼ ଆଧ୍ୟାତ୍ମିକ ଉତ୍ସବରୁ ବିଶ୍ୱର ସବୁଠାରୁ ବଡ଼ ସୃଜନଶୀଳ ଉତ୍ସବକୁ ଯାଇଛି।”
ଆଇବେଟେସ ଫାଉଣ୍ଡେସନର ପ୍ରତିଷ୍ଠାତା ଡକ୍ଟର ନିଶାନ୍ତ କୁମାର କହିଛନ୍ତି ଯେ, ‘ମଧୁମେହ ଯୋଗୁଁ ହେଉଥିବା ପ୍ରତିରୋଧଯୋଗ୍ୟ ଅନ୍ଧତ୍ୱ ଦୂର କରିବା ମୋ ହୃଦୟର ଲକ୍ଷ୍ୟ। ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଏବଂ ଗୋଦରେଜ କ୍ରିଏଟିଭ୍ ଲ୍ୟାବ୍ ସହଯୋଗିତାରେ ଆମେ ମହାକୁମ୍ଭରେ ସଚେତନତାକୁ ଏଭଳି ଏକ ଉପାୟରେ କାର୍ଯ୍ୟରେ ପରିଣତ କରିଥିଲୁ ଯାହା ସାଂସ୍କୃତିକ ଭାବରେ ପ୍ରତିଧ୍ୱନିତ ଏବଂ ଭାବନାତ୍ମକ ଭାବରେ ଶକ୍ତିଶାଳୀ ଥିଲା। ନାଗା ସାଧୁଙ୍କୁ ଆଖି ପରୀକ୍ଷା ଚାର୍ଟ ଭାବରେ ବ୍ୟବହାର କରି ଜନସାଧାରଣଙ୍କ କଳ୍ପନାକୁ ଆକୃଷ୍ଟ କରିବା ଏବଂ ହଜାର ହଜାର ଆଖି ପରୀକ୍ଷା କରାଯାଇଥିଲା। କେନ୍ସରେ ସିଲଭର ଲାୟନ୍ ଜିତିବା ଏହି ଅଭିଯାନର ସୃଜନଶୀଳତା ଏବଂ ଉଦ୍ଦେଶ୍ୟକୁ ସଠିକ୍ ପ୍ରମାଣିତ କରିଛି ଏବଂ ଏକ ଭାରତୀୟ ନବସୃଜନକୁ ବିଶ୍ୱ ସ୍ତରରେ ଆଲୋକିତ କରିଛି ଯାହା ଦୃଷ୍ଟିଶକ୍ତି ଏବଂ ଜୀବନ ବଂଚାଇଛି।”
ମହା କୁମ୍ଭ ମେଳା ୨୦୨୫ରେ ନାଗା ସେଂଟ ଆଇ ଟେଷ୍ଟ ଅଭିଯାନ ୬୦ କୋଟି ଲୋକଙ୍କ ନିକଟରେ ପହଂଚିଥିଲା ଏବଂ ୪ ଲକ୍ଷ ଲୋକଙ୍କ ଆଖିର ଯତ୍ନ ନିଆଯାଇଥିଲା।

Related Post