ଆଜିର ଖାସ ଖବର
Sat. May 30th, 2026

ନାରାୟଣ ସେବା ସଂସ୍ଥାନ ପକ୍ଷରୁ ମିରଟରେ ମେଗା ଅଙ୍ଗ ଫିଟମେଂଟ ଶିବିର ଆୟୋଜିତ

By Admin_Dainkasha Sep23,2025

ଭୁବନେଶ୍ୱର: ଦିବ୍ୟାଙ୍ଗ ଓ ଅନଗ୍ରସର ବର୍ଗର ଲୋକମାନଙ୍କୁ ମାଗଣା ସର୍ଜରି, କୃତ୍ରିମ ଅଙ୍ଗ ଲଗାଇବା, ଦକ୍ଷତା ବିକାଶ, ଶିକ୍ଷା ସୁବିଧା ଦେଉଥିବା ଓ ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ନାରାୟଣ ସେବା ସଂସ୍ଥାନ (ଏନଏସଏସ) ପକ୍ଷରୁ ମିରଟଠାରେ ନାରାୟଣ ମେଗା ଅଙ୍ଗ ଫିଟମେଂଟ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ୨୨୩ ଜଣ ବିଦ୍ୟାଙ୍ଗଙ୍କୁ ୨୭୩ଟି ପ୍ରୋସଥେଟିକ୍ ଅଙ୍ଗ ମାଗଣାରେ ଦିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୨୦ ପ୍ରତିଶତ ଲୋକ ଏକାଧିକ ଅଙ୍ଗ ହାସଲ କରିଥିଲେ ଯାହା ସେମାନଙ୍କ ଜୀବନକୁ ଅଧିକ ଆରାମଦାୟକ ଓ ସହଜ କରିପାରିଛି।
ଜୁନ୍ ୨୨ରେ ଅନୁଷ୍ଠାନ ପକ୍ଷରୁ ମିରଟରେ ନାରାୟଣ ଅଙ୍ଗ ମାପ ଶିବିର ଆୟୋଜନ କରାଯାଇଥିଲା। ସେଥିରେ ଉତରପ୍ରଦେଶ, ଦିଲ୍ଲୀ ଓ ରାଜସ୍ଥାନର ୪୦୦ରୁ ଅଧିକ ଦିବ୍ୟାଙ୍ଗ ଭାଗ ନେଇଥିଲେ। ଏନଏସଏସର ବୈଷୟିକ ଟିମ ସେମାନଙ୍କ ସ୍କ୍ରିନିଂ କରିବା ସହ ୨୨୩ ଜଣ ଦିବ୍ୟାଙ୍ଗଙ୍କୁ ପ୍ରୋସଥେଟିକ ଅଙ୍ଗ ପାଇଁ ଚିହ୍ନଟ କରିଥିଲେ।
ଉଦୟପୁରରେ ଥିବା ଅତ୍ୟାଧୁନିକ କାରଖାନାରେ ଜର୍ମାନୀ ପ୍ରଯୁକ୍ତି ବ୍ୟବହାର କରି ପ୍ରୋସଥେଟିକ ଅଙ୍ଗ ଉତ୍ପାଦନ କରାଯାଉଛି ଯାହାକୁ ମିରଟରେ ଆୟୋଜିତ ଉତ୍ସର୍ଗୀକୃତ ଅଙ୍ଗ ଫିଟିଂ (ଲଗାଇବା) ଶିବିରରେ ହିତାଧିକାରୀମାନଙ୍କୁ ଦିଆଯାଇଥିଲା।
ନାରାୟଣ ସେବା ସଂସ୍ଥାନର ସଭାପତି ପ୍ରଶାନ୍ତ ଅଗ୍ରୱାଲ କହିଛନ୍ତି ଯେ, “ଆମର ଉଦ୍ୟମ ହେଉଛି ସାରା ଦେଶ ଓ ଦୁନିଆର ଯେକୌଣସି ସ୍ଥାନାର ଥିବା ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ଦୁର୍ଦ୍ଦଶା ଓ ପୀଡ଼ାରୁ ମୁକ୍ତି ଦେଇ ସେମାନଙ୍କୁ ବିଶ୍ୱାସ ଓ ସମ୍ମାନର ସହ ଜୀବନ ବଂଚିବାର ସୁଯୋଗ ଦେବା। ବର୍ତମାନ ସୁଦ୍ଧା ଆମେ ୪୦,୦୦୦ରୁ ଅଧିକ ଦିବ୍ୟାଙ୍ଗଙ୍କ ଜୀବନରେ ନୂଆ ଉଲ୍ଲାସ ଆଣିପାରିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛୁ। ଭବିଷ୍ୟତରେ ଅହମଦାବାଦ, ପୁଣେ ଓ ଲକ୍ଷ୍ନୌ ସମେତ ବିଭିନ୍ନ ରାଜ୍ୟରେ ଏଭଳି ଶିବିର ଆୟୋଜନ କରାଯିବ।”
ଏନଏସଏସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କୃତ୍ରିମ ଅଙ୍ଗ ହାଲୁକା, ଦୀର୍ଘସ୍ଥାୟୀ ଓ ସଠିକ ମାପର। ସେଗୁଡ଼ିକ ବ୍ୟବହାର ପାଇଁ ସହଜ ଓ ଆରାମଦାୟକ ଏବଂ ତାହା ଦୀର୍ଘଦିନ ଚାଲିବ। ସବୁଠୁ ବଡ଼ କଥା ହେଉଛି ନାରାୟଣ ସେବା ସଂସ୍ଥାନ ସେଗୁଡ଼ିକ ବିନା ମୂଲ୍ୟରେ ପ୍ରଦାନ କରୁଥିବା ବେଳେ ଜୀବନବ୍ୟାପୀ ମାଗଣା ମରାମତି ଓ ରକ୍ଷଣାବେକ୍ଷଣ ସୁବିଧା ପ୍ରଦାନ କରୁଛି।
ନାରାୟଣ ସେବା ସଂସ୍ଥାନର ଉଦ୍ୟମ କେବଳ ପ୍ରୋସଥେଟିକ ଅଙ୍ଗ ପ୍ରଦାନ କରିବାରେ ସୀମିତ ନାହିଁ, ଏହା ଦିବ୍ୟାଙ୍ଗମାନଙ୍କୁ ସମାଜରେ ଏକ ସମ୍ମାନଜନକ ସ୍ଥାନ ପ୍ରଦାନ କରିବାକୁ ନିରନ୍ତର ଅଭିଯାନ ଚଲାଇଛି। ମିଟର ଶିବିରର ସଫଳତା ଏହା ପ୍ରମାଣ କରୁଛି ଯେ ସେବା ଓ ସମର୍ପଣ ସହ ଅସମ୍ଭବ ବି ସମ୍ଭବ ହୋଇପାରିବ।
ଏଥି ସହିତ ସଂଗଠନ ପକ୍ଷରୁ ଉଦୟପୁରରେ ୫୧ ଜଣ ଦିବ୍ୟାଙ୍ଗ ଓ ଅନଗ୍ରସର ଦମ୍ପତିଙ୍କ ପାଇଁ ୪୪ତମ ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପଞ୍ଜାବ ବନ୍ୟାରେ ପୀଡ଼ିତ ପରିବାରଙ୍କ ସହାୟତା ପାଇଁ ନିକଟରେ ଏକ ରିଲିଫ୍ ଶିବିର ଏବଂ ଇନ୍ଦୋରରେ ୨୪୦ ଜଣଙ୍କ ପାଇଁ ମାଗଣା ନାରାୟଣ ଅଙ୍ଗ ଫିଟମେଂଟ ଶିବିର ଆୟୋଜନ କରାଯାଇଥିଲା।

Related Post