ଆଜିର ଖାସ ଖବର
Thu. Apr 16th, 2026

ନୂତନ ଗ୍ରୀନ୍ ଷ୍ଟିଲ୍ ବିକାଶ ପାଇଁ ନୀତି, ଅର୍ଥବ୍ୟବସ୍ଥା ଏବଂ ପ୍ରଯୁକ୍ତିର ସମନ୍ୱୟ ଆବଶ୍ୟକତା ଉପରେ ଇରେଡା ସିଏମ୍‌ଡିଙ୍କ ଆଲୋକପାତ

By Admin_Dainkasha Sep23,2025

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଆଜି ମୁମ୍ବାଇର ବମ୍ବେ ଏକ୍‌ଜିଭିିସନ୍ ସେଂଟରରେ ଆୟୋଜିତ ଇଣ୍ଡିଆ ଷ୍ଟିଲେକ୍ସ ୨୦୨୫ ଏବଂ “ଲାଭକରୀ ସ୍ଥିରତା – ଗ୍ରୀନ୍ ଷ୍ଟିଲ୍‌’ ଏକ ଭବିଷ୍ୟତ ବିକାଶ’ ଶୀର୍ଷକ ୩୭ତମ ଜାତୀୟ ସମ୍ମିଳନୀରେ “ଆର୍ôଥକ ଉପକରଣ: ମେକ-ଇନ୍‌-ଇଣ୍ଡିଆ ଷ୍ଟିଲ୍‌କୁ ଆଗକୁ ବଢ଼ାଇବା’ ବିଷୟ ଆଲୋଚନା ଅଧିବେଶନରେ ସଭାପତିତ୍ୱ କରିଥିଲେ।
ନୀତି ନିର୍ଦ୍ଧାରକ, ଶିଳ୍ପ ଲିଡର ଏବଂ ଅର୍ଥପ୍ରଦାନକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ଦାସ ଜଣାଇଥିଲେ ଯେ ଭାରତର ଜାତୀୟ ପ୍ରତିଯୋଗିତା ଦ୍ରୁତ ଏବଂ ସୁଶାସିତ ଡିକାର୍ବନାଇଜେସନ୍ ଉପରେ ନିର୍ଭର କରୁଛି। ଗ୍ରୀନ୍ ଷ୍ଟି୍ଟିଲ୍ କେବଳ ଗୋଟିଏ ସମାଧାନରୁ ଆସିବ ନାହିଁ; ଏହା ଚାରୋଟି ଉପାଦାନ ଉପରେ ନିର୍ଭର କରୁଛି। ତାହା ହେଉଛି ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍‌, ସ୍କ୍ରାପ୍ ସହିତ ଇଲେକ୍ଟ୍ରିକ୍‌-ଆର୍କ ଚୁଲ୍ଲା ଏବଂ ଏକ ସ୍ପଷ୍ଟ ଟ୍ୟାକ୍ସୋନୋମି ଦ୍ୱାରା ସମର୍ôଥତ କାର୍ବନ୍ କ୍ୟାପ୍‌ଚର୍ ଏବଂ ସଂରକ୍ଷଣ। “ଗ୍ରୀନ୍ ଟ୍ୟାକ୍ସୋନୋମି ଆଇନଗତ ସ୍ପଷ୍ଟତା, ସ୍ୱଚ୍ଛ ମାନଦଣ୍ଡ ଏବଂ ନିବେଶକାରୀଙ୍କ ଆତ୍ମବିଶ୍ୱାସ ପ୍ରଦାନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଜୋର ଦେଇ କହିଥିଲେ ଯେ ଏହା ସିସିୟୁଏସ୍ ଏବଂ ଦକ୍ଷତା ଅପ୍‌ଗ୍ରେଡ୍ ଭଳି ପ୍ରଯୁକ୍ତିଗୁଡିକୁ ମାର୍ଗଦର୍ଶନ କରିବ।
ଭାରତର ସ୍ୱଚ୍ଛ ଶକ୍ତି ଧାରା ଉପରେ ଆଲୋକପାତ କରି ଶ୍ରୀ ଦାସ କହିଥିଲେ ଯେ ୨୦୨୫ ଅଗଷ୍ଟ ସୁଦ୍ଧା ପ୍ରାୟ ୨୪୨ ଗିଗାୱାଟ୍ ଅକ୍ଷୟ କ୍ଷମତା ସହିତ ବିଦ୍ୟୁତ୍ ଉତ୍ପାଦନରେ ପ୍ରାୟ ୫୦% ଅଣ ଜୀବାଶ୍ମ ଇନ୍ଧନର ଭାଗ ରହିଛି ଏବଂ ଏହି ଆର୍ôଥକ ବର୍ଷର ମାତ୍ର ପାଂଚ ମାସରେ ପ୍ରାୟ ୨୨ ଗିଗାୱାଟ୍ ଯୋଡ଼ା ଯାଇଛି। ଅକ୍ଷୟ ଶକ୍ତି କ୍ଷେତ୍ରରେ ମହାରାଷ୍ଟ୍ରର ନେତୃତ୍ୱ ଏବଂ କୃଷି କ୍ଷେତ୍ରକୁ ସୌରଶକ୍ତି ଯୋଗାଇବା ଏବଂ ଅକ୍ଷୟ ଶକ୍ତି ଆଧାରକୁ ମଜଭୁତ କରିବା ପାଇଁ ପିଏମ-କୁସୁମ୍ ଭଳି ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ସ୍ଥାୟିତ୍ୱକୁ ବଜାୟ ରଖିବା ପାଇଁ ଅକ୍ଷୟ କ୍ରୟ ବାଧ୍ୟତା (ଆରପିଓ) ଜରୁରୀ ବୋଲି ସେ କହିଥିଲେ ଏବଂ ଭାରତର ପ୍ରାୟ ୮୦% ଅକ୍ଷୟ ଶକ୍ତି କ୍ଷମତା ଘରୋଇ ସଂସ୍ଥା ଦ୍ୱାରା ବିକଶିତ ହୋଇଛି ଯାହା ବଡ଼ ପରିମାଣରେ ପୁଞ୍ଜି ଆକର୍ଷିତ କରିବାର ଆବଶ୍ୟକତାକୁ ଦର୍ଶାଉଛି।
ଇରେଡାର ଶାସନ-ନେତୃତ୍ୱାଧୀନ ଅଭିବୃଦ୍ଧି ଏବଂ ବିପଦ ହ୍ରାସ କରିବାର ଦାୟିତ୍ୱକୁ ଦୋହରାଇ ଶ୍ରୀ ଦାସ କହିଥିଲେ ଯେ କମ୍ପାନି ୩୮ ବର୍ଷରେ ୧.୬୩ ଲକ୍ଷ କୋଟିରୁ ଅଧିକ ଅର୍ଥ ଯୋଗାଇଛି, ଯେଉଁଥିରେ ମାତ୍ର ୧୩୫ କୋଟି ଟଙ୍କାର ଚକ୍ରବୃଦ୍ଧି ରାଇଟ୍‌-ଅଫ୍ ରହିଛି ଯାହା ମଜଭୁତ ଶାସନ ଏବଂ ଉଦ୍ଧାର ମାନକକୁ ଉଜାଗର କରୁଛି। ସେ କହିଥିଲେ ଯେ ଗ୍ରୀନ୍ ହାଇଡ୍ରୋଜେନରୁ ଆରମ୍ଭ କରି ଷ୍ଟୋରେଜ୍ ଏବଂ ସୌର ଉତ୍ପାଦନ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ କିନ୍ତୁ ଉଦୀୟମାନ କ୍ଷେତ୍ରଗୁଡିକୁ ବିପଦମୁକ୍ତ କରିବାର ଦାୟିତ୍ୱ ଆମର ଅଛି ଯାହା ଦ୍ୱାରା ଭାରତ କେବଳ ଏହି ପ୍ରଯୁକ୍ତିଗୁଡିକୁ ଗ୍ରହଣ କରିପାରିବ ନାହିଁ ବରଂ ଉତ୍ପାଦନ ଏବଂ ରପ୍ତାନି କରିପାରିବ। ଗ୍ରିନ ଷ୍ଟିଲ୍‌କୁ ସମ୍ପ୍ରସାରଣ କରିବା ପାଇଁ ଅନୁଗ୍ରହମୂଳକ ଏବଂ ମିଶ୍ରିତ ଅର୍ଥବ୍ୟବସ୍ଥା, ଗ୍ରୀନ୍ ବଣ୍ଡ, ଇଏସଜି ସହିତ ଜଡିତ ଋଣ, ଏବଂ ଗ୍ରୀନ୍ ସରକାରୀ କ୍ରୟ ଗୁରୁତ୍ୱପୂର୍ଣ୍ଣ ଉପକରଣ ଅଟେ।
କେବଳ ପରିମାଣ ପାଇଁ ନୁହେଁ, ବରଂ ଗୁଣବତା ଏବଂ ସ୍ଥିରତା ପାଇଁ “ମେକ-ଇନ୍‌-ଇଣ୍ଡିଆ ଷ୍ଟ୍ଟିଲ୍ ବିଶ୍ୱସ୍ତରରେ ଉଜ୍ଜ୍ୱଳ ହେବା ଉଚିତ ବୋଲି ଶେଷରେ ଇରେଡା ସିଏମ୍‌ଡି କହିଥିଲେ।

Related Post