ଆଜିର ଖାସ ଖବର
Sat. May 30th, 2026

ରିଲାଏନ୍ସ ନିପନ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ କମ୍ପାନିର ଟିକସ ପୂର୍ବବର୍ତୀ ଲାଭ ୨୫% ବୃଦ୍ଧି ସହ ୨୪୭ କୋଟି ଟଙ୍କା

By Admin_Dainkasha May15,2025
Reliance Nippon Life Insurance Company Ltd. announces steady performance for FY2024-25
Reliance Nippon Life Insurance Company Ltd. announces steady performance for FY2024-25
ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କମ୍ପାନି ରିଲାଏନ୍ସ ନିପନ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। କମ୍ପାନି ବିଭିନ୍ନ ମାନଦଣ୍ଡରେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଗ୍ରାହକ ଓ ପରିଚାଳନା ଉତ୍କର୍ଷତା ଉପରେ ଗୁରୁତ୍ୱ ବଜାୟ ରଖିପାରିଛି।
ଆର୍ଥିକ ବର୍ଷ ୨୦୨୪-୨୫ରେ କମ୍ପାନିର ଟିକସ ପୂର୍ବବର୍ତୀ ଲାଭ ୨୪୭ କୋଟି ଟଙ୍କା ହୋଇଛି ଯାହା ୨୦୨୩-୨୪ର ୧୯୮ କୋଟି ଟଙ୍କା ତୁଳନାରେ ୨୫ ପ୍ରତିଶତ ଅଧିକ। କମ୍ପାନିର ପରିଚାଳନା ଅଧୀନ ସଂପତି (ଏୟୁଏମ୍‌) ୯ ପ୍ରତିଶତ ବୃଦ୍ଧି ସହ ୩୮,୭୨୫ କୋଟି ଟଙ୍କା ହୋଇଛି। ନୂଆ ବ୍ୟବସାୟ ପ୍ରିମିୟମ୍ ୧୨୪୫ କୋଟି ଟଙ୍କା ହୋଇଥିବା ବେଳେ ମୋଟ୍ ପ୍ର୍ରିମିୟମ୍ ପରିମାଣ ୫୭୧୧ କୋଟି ଟଙ୍କା ରହିଛି।
କମ୍ପାନି ୨୩୫ ପ୍ରତିଶତର ସୋଲ୍‌ଭେନ୍ସି ଅନୁପାତ ବଜାୟ ରଖିଛି ଯାହା ନିୟାମକ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଯାହା କମ୍ପାନିର ଦୃଢ଼ ବାଲାନ୍ସ ସିଟ୍ ଓ ପୁଞ୍ଜି ପରିଚାଳନାକୁ ଦର୍ଶାଉଛି।
୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା କମ୍ପାନିର ଦାବି ସମାଧାନ ଅନୁପାତ ୯୮.୯ ପ୍ରତିଶତ ରହିଛି ଏବଂ ଏହି ବର୍ଷ ୫.୪ ଲକ୍ଷ ଗ୍ରାହକଙ୍କୁ ଏହା ୩୫୨୩ କୋଟି ଟଙ୍କା ପ୍ରଦାନ କରିଛି ଯାହା ପୂର୍ବବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ। ୧୩ତମ ମାସ ପାଇଁ କମ୍ପାନିର ପ୍ରିମିୟମ୍ ପର୍‌ସିଷ୍ଟେନ୍ସି ୮୦.୮ ପ୍ରତିଶତ ରହିଛି। କମ୍ପନିର ସକ୍ରିୟ ଆଡଭାଇଜର୍ ସଂଖା ୧୩ ପ୍ରତିଶତ ବଢ଼ିଥିବା ବେଳେ ପ୍ରାୟ ୬୯,୦୦୦ ପାଖାପାଖି ପହଂଚିଛି।
ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ଦୋହରାଇ କମ୍ପାନି ପଲିସିଧାରକଙ୍କ ପାଇଁ ବୋନସ୍ ଘୋଷଣା କରିବା ସହ ୨୦୨୪-୨୫ରେ ୩୫୧ କୋଟି ଟଙ୍କାର ବୋନସ ବଂଟନ କରିଛି ଯାହାର ଲାଭ ୫.୨ ଲକ୍ଷ ଗ୍ରାହକ ପାଇଛନ୍ତି। ୨୪ତମ ବର୍ଷ ପାଇଁ ନିରନ୍ତର ଭାବେ କମ୍ପାନି ବୋନସ୍ ଘୋଷଣା କରିଛି। କମ୍ପାନିର ଏମ୍ବେଡେଡ୍ ମୂଲ୍ୟ ଗତବର୍ଷର ୬୮୮୫ କୋଟି ଟଙ୍କାରୁ ବୃଦ୍ଧି ପାଇ ୭୩୯୭ କୋଟି ଟଙ୍କା ହୋଇଛି। କମ୍ପାନି ଗ୍ରେଟ୍ ପ୍ଳେସ୍ ଟୁ ୱାର୍କ ୨୦୨୫ରେ ଶ୍ରେଷ୍ଠ ୫୦ ବୃହତ କର୍ମକ୍ଷେତ୍ର ଭିତରେ ସ୍ଥାନ ପାଇଥିଲା। ଏହା ୬ଟି ନୂତନ ଉତ୍ପାଦର ଶୁଭାରମ୍ଭ ମଧ୍ୟ କରିଥିଲା।
ରିଲାଏନ୍ସ ନିପନ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ କମ୍ପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଓ ସିଇଓ ଶ୍ରୀ ଆଶିଷ ବୋହରା କହିଛନ୍ତି ଯେ, “ଶୃଙ୍ଖଳିତ ଯୋଜନା କାର୍ଯ୍ୟକାରୀତା, ପ୍ରଥମେ ଗ୍ରାହକ ଭାବନା ଓ ଦୃଢ଼ ମୂଳଦୁଆ ଆଧାରରେ ଦୃଢ଼ ପ୍ରଦର୍ଶନ ଓ ଉନ୍ନତ ଲାଭର ଏକ ବିଷୟରେ ଜଣାଇ ଆମେ ଆନନ୍ଦିତ। ବଂଟନ ବ୍ୟବସ୍ଥାକୁ ଦୃଢ କରିବା,ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଏବଂ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଉପରେ ନିରନ୍ତର ଗୁରୁତ୍ୱ ଆମକୁ ଏହି ଚମତ୍କାର ପରିବେଶରେ ଆଗକୁ ବଢ଼ିବାରେ ସହାୟକ ହୋଇଛି। ଦୀର୍ଘକାଳୀନ ଅଭିବୃଦ୍ଧି ଓ ଉତ୍କର୍ଷ ପାଇଁ ମିଳିତ ପ୍ରତିବଦ୍ଧତାକୁ ନେଇ ଆଇଆଇଏଚ୍‌ଏଲ୍ ଓ ନିପନ୍ ଲାଇଫ୍ ଇନ୍‌ସ୍ୟୁରାନ୍ସର ମିଳିତ ଦୃଢ଼ତା ଆମକୁ ସମସ୍ତ ଅଂଶୀଦାରଙ୍କ ପାଇଁ ଶ୍ରେଷ୍ଠ ଫଳାଫଳ ପ୍ରଦାନ କରିବା, ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣକୁ ବଢ଼ାଇବା ଏବଂ ଭବିଷ୍ୟତ ପାଇଁ ବିଶ୍ୱାସର ଏକ ପରମ୍ପରା ଗଢ଼ିବାରେ ସହାୟକ ହୋଇପାରିଛି। ବ୍ୟାପକ ହେବା ଏବଂ ବିଶ୍ୱାସ, ନବସୃଜନ ଓ ପ୍ରଦର୍ଶନରେ ଆଗରେ ରହିବା ପାଇଁ ସ୍ପଷ୍ଟ ଲକ୍ଷ୍ୟ ସହ ଆମେ ଭବିଷ୍ୟତ ଲାଗି ପ୍ରସ୍ତୁତ, ଗ୍ରାହକ କୈନ୍ଦ୍ରୀକ ଜୀବନ ବୀମା କମ୍ପାନି ଗଠନ କରିବା ଲାଗି ପ୍ରତିବଦ୍ଧ ରହିଛୁ।’’

Related Post