ଏହି କାର୍ଯ୍ୟକଳାପ ଅତିଥିମାନଙ୍କୁ ସୁଗନ୍ଧ ପ୍ରସ୍ତୁତି କଳାରେ ନିୟୋଜିତ ହେବାକୁ ଆମନ୍ତ୍ରଣ କରୁଛି। ଏହା ଦ୍ୱାରା ସେମାନେ ଅତ୍ୟାବଶ୍ୟକ ତେଲ ଚୟନ କରି ଏକ ବ୍ୟକ୍ତିଗତ ଭାବେ ୫୦ ମିଲି ପରଫ୍ୟୁମ ପ୍ରସ୍ତୁତ କରିପାରିବେ। ଏହା ମା’ ଓ ଶିଶୁଙ୍କ ମଧ୍ୟରେ ମିଳିତ ପ୍ରୟାସ ହେଉ ଅବା ତାଙ୍କ ପାଇଁ ପ୍ରେମରେ ସୃଷ୍ଟି ହୋଇଥିବା ଏକ ଉପହାର, ଯାହା ସ୍ମୃତି ଏବଂ ଗଭୀର ସମ୍ପର୍କର ଭାବନା ଜାଗ୍ରତ କରିବ। ଏହି ଷ୍ଟୋର୍ ଭିତର ଅନଭୂତି ପାରମ୍ପରିକ ସପିଂ ଠାରୁ ଦୂରରେ ଥିବା ଆକର୍ଷଣୀୟ, ଅନୁଭୂତିମୂଳକ ମୁହୂର୍ତ ସୃଷ୍ଟି କରିବା ପାଇଁ ଟାଇଟାନର ଜାରି ରହିଥିବା ପ୍ରତିବଦ୍ଧତା ସହିତ ସମନ୍ୱିତ ରହିଛି।
ଟାଇଟନ୍ କମ୍ପାନି ଲିମିଟେଡ୍ର ୱାଚ୍ସ ଆଣ୍ଡ୍ ୱେରେବଲ୍ସର ଉପାଧ୍ୟକ୍ଷ ତଥା ମୁଖ୍ୟ ବିକ୍ରୟ ଓ ମାର୍କେଟିଂ ଅଫିସର ରାହୁଲ ଶୁକ୍ଳା କହିଛନ୍ତି ଯେ, “ଟାଇଟାନ୍ରେ ଆମେ ସବୁବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କକୁ ପାଳନ କରିବାରେ ବିଶ୍ୱାସ କରୁଛୁ। ଏହି ଅନନ୍ୟ ପରଫ୍ୟୁମ ତିଆରି ଅଭିଜ୍ଞତା ସହିତ ଆମେ ପ୍ରକୃତରେ ବ୍ୟକ୍ତିଗତ ଏବଂ ହୃଦୟସ୍ପର୍ଶୀ ଅନୁଭୂତି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା ଆମ ଗ୍ରାହକମାନଙ୍କୁ କେବଳ ଏକ ଉପହାର ନୁହେଁ ବରଂ ସେମାନଙ୍କ ମା’ଙ୍କ ସହିତ ଏକ ସ୍ଥାୟୀ ସ୍ମୃତି ସୃଷ୍ଟି କରିବାର ଏକ ସୁଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଅର୍ଥପୂର୍ଣ୍ଣ ମୁହୂର୍ତ ଓ କାଳଜୟୀ ବନ୍ଧନ ପାଇଁ ଟାଇଟାନ୍ର ଭାବକୁ ଏହି ପଦକ୍ଷେପ ସୁନ୍ଦର ଭାବରେ ଉପସ୍ଥାପନ କରିଛି।”
ଟାଇଟନ୍ ୱାର୍ଲଡ୍ ଷ୍ଟୋରଗୁଡ଼ିକରେ ଉତ୍ସର୍ଗୀକୃତ ଜୋନ୍ ରହିବ ଯେଉଁଠାରେ ବିଶେଷଜ୍ଞମାନେ ଅତର ପ୍ରସ୍ତୁତି ପ୍ରକ୍ରିୟା ମାଧ୍ୟମରେ ଗ୍ରାହକମାନଙ୍କୁ ସହଯୋଗ କରିବେ, ଅତର ପ୍ରୋଫାଇଲ୍ ବୁଝିବାଠାରୁ ଆରମ୍ଭ କରି ସେମାନଙ୍କର ନିଜସ୍ୱ ଅନନ୍ୟ ମିଶ୍ରଣକୁ ମିଶାଇବା ପର୍ଯ୍ୟନ୍ତ ସହଯୋଗ କରିବେ। ଗ୍ରାହକମାନେ ଏକ ପ୍ରିମିୟମ୍ ବୋତଲରେ ପ୍ରସ୍ତୁତ ହୋଇଥିବା ପରଫ୍ୟୁମ୍ ନେଇଯିବେ, ଯାହା କି ଏହାକୁ ଏହି ଅବସରର ଏକ ଉପଯୁକ୍ତ ରକ୍ଷଣାବେକ୍ଷଣରେ ପରିଣତ କରିବ ।
ବିଶେଷ କରି ଅଶୋକ ନଗର, ପଟିଆ ସହିଦନଗର ଷ୍ଟୋରରେ ଇନ୍ ଷ୍ଟୋର ଗୁଡ଼ିକରେ ଏହାକୁ ପାଳନ କରାଯିବ ।

