ଆଜିର ଖାସ ଖବର
Sat. Apr 18th, 2026

ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ୭,୨୬୮ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ହାସଲ

By Admin_Dainkasha Jul28,2025

ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୫ ଜୁନ୍ ୩୦ ସୁଦ୍ଧା ୭୨୬୮ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ୍ ହାସଲ କରାଯାଇଛି। ୨୦୨୪ ଜୁନ ୩୦ ସୁଦ୍ଧା କମ୍ପାନି ୭,୦୩୩ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ହାସଲ କରିଥିଲା। ନିୟମିତ ପ୍ରିମିୟମରେ କମ୍ପାନି ଗତବର୍ଷ ତୁଳନାରେ ୧୨ ପ୍ରତିଶତ ବୃଦ୍ଧି ହାସଲ କରିଛି।
ସୁରକ୍ଷା ଉପରେ ସ୍ପଷ୍ଟ ଗୁରୁତ୍ୱ ଦେଇ ଏସବିଆଇ ଲାଇଫର ସୁରକ୍ଷା କ୍ଷେତ୍ରର ନୂଆ ବ୍ୟବସାୟ ପ୍ରିମିୟମ ୯୮୦ କୋଟି ଟଙ୍କା ରହିଛି। ସୁରକ୍ଷା ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ ଜୁନ୍ ୩୦ ସୁଦ୍ଧା ୧୬୫ କୋଟି ଟଙ୍କା ରହିଛି। ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ୍ ୪,୯୩୯ କୋଟି ଟଙ୍କା ହୋଇଛି ଯାହା ୨୦୨୪ ଜୁନ ୩୦ ସୁଦ୍ଧା ସଂଗ୍ରହ ପ୍ରିମିୟମ ତୁଳନାରେ ୪ ପ୍ରତିଶତ ଅଧିକ।
୨୦୨୫ ଜୁନ ୩୦ ସୁଦ୍ଧା ଏସବିଆଇ ଲାଇଫର ଟିକସ ପରବର୍ତୀ ଲାଭ ୫୯୪ କୋଟି ଟଙ୍କା ହୋଇଛି। ଏହି କ୍ଷେତ୍ରରେ ଗତବର୍ଷ ତୁଳନାରେ ୧୪ ପ୍ରତିଶତ ଅଭିବୃଦ୍ଧି ହୋଇଛି। କମ୍ପାନିର ସଲଭେନ୍ସି ରେସିଓ ଜୁନ ୩୦ ସୁଦ୍ଧା ୧.୯୬ ରହିଛି ଯାହା ବୈଧାନିକ ଆବଶ୍ୟକତା ୧.୫ ଠାରୁ ଅଧିକ।
୨୦୨୫ ଜୁନ ୩୦ ସୁଦ୍ଧା ଏସବିଆଇ ଲାଇଫର ପରିଚାଳନା ଅଧୀନ ସଂପତି (ଏୟୁଏମ) ୧୫ ପ୍ରତିଶତ ବୃଦ୍ଧି ପାଇ ୪,୭୫,୮୧୩ କୋଟି ଟଙ୍କା ହୋଇଛି ଯାହା ୨୦୨୪ ଜୁନ ୩୦ ସୁଦ୍ଧା ୪,୧୪,୭୭୨ କୋଟି ଟଙ୍କା ଥିଲା। ଏଥିରେ ଡେବଟ-ଇକ୍ୱିଟି ଅନୁପାତ ୬୦:୪୦ ରହିଛି ଏବଂ ୯୪ ପ୍ରତିାତ ଡେବଟ ନିବେଶକୁ ଏଏଏ ଓ ସୋଭରେନ ଉପକରଣରେ ନିବେଶ କରାଯାଇଛି।
କମ୍ପାନି ପାଖରେ ସାରା ଦେଶରେ ୩,୨୩,୮୩୮ ତାମିଲପ୍ରାପ୍ତ ବୀମା ପ୍ରଫେସନାଲ, ୧୧୪୬ କାର୍ଯ୍ୟାଳୟର ଏକ ବ୍ୟାପକ ନେଟୱର୍କ ରହିଛି ଏବଂ ଏଥିରେ ବ୍ୟାଙ୍କାସ୍ୟୁରାନ୍ସ ଚ୍ୟାନେଲ, ଏଜେନ୍ସି ଚ୍ୟାନେଲ, କର୍ପୋରେଟ ଏଜେଂଟ, ବ୍ରୋକର , ପଏଂଟ ଅଫ ସେଲ ପର୍ସନ (ପିଓଏସ), ବୀମା ମାର୍କେଟିଂ କମ୍ପାନି, ୱେବ ଏଗ୍ରିଗେଟର ଓ ପ୍ରତ୍ୟକ୍ଷ ବ୍ୟବସାୟ ରହିଛି।
୨୦୨୫ ଜୁନ୍ ୩୦ ସୁଦ୍ଧା ଆଇଆରପି ଓ ଆଇଏନଡି ଏନବିପିରେ ଯଥାକ୍ରମେ ୨୨.୩ ପ୍ରତିଶତ ଓ ୨୫ ପ୍ରତିଶତ ବଜାର ଅଂଶ ସହ ଘରୋଇ ବଜାରରେ କମ୍ପାନି ଅଗ୍ରଣୀ ରହିଛି। ବାର୍ଷିକ ପ୍ରିମିୟମ ଇକ୍ୱିଭାଲେଂଟ ୯ ପ୍ରତିଶତ ବୃଦ୍ଧି ସହ ୩୯୬୯ କୋଟି ଟଙ୍କା ରହିଛି। ବ୍ୟକ୍ତିଗତ ନୂଆ ବ୍ୟବସାୟ ପ୍ରିମିୟମ ୭୩ ପ୍ରତିଶତ ବୃଦ୍ଧି ପାଇ ୬୬,୬୩୧ କୋଟି ଟଙ୍କା ହୋଇଛି। ନୂଆ ବ୍ୟବସାୟର ମୂଲ୍ୟ ୧୦୮୮ କୋଟି ଟଙ୍କା ହୋଇଥିବା ବେଳେ ଅଭିବୃଦ୍ଧି ହାର ୧୨ ପ୍ରତିଶତ ରହିଛି। ଭାରତୀୟ ଏମ୍ବେଡେଡ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ସହ ୭୪,୨୫୭ କୋଟି ଟଙ୍କା ହୋଇଛି।

Related Post