ଆଜିର ଖାସ ଖବର
Sat. May 30th, 2026

ସ୍କୁଲସ ବାଙ୍ଗାଲୋର ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୫ ମେ ୨୬ରେ ଖୋଲିବ

By Admin_Dainkasha May26,2025
Schloss Bangalore Limited’s initial public offering of equity shares bearing face value of ₹ 10 each aggregating up to ₹35,000.00 million to open on Monday May 26,2025

ଭୁବନେଶ୍ୱର: ସ୍କୁଲସ ବାଙ୍ଗାଲୋର ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୫ ମେ’ ୨୬ ସୋମବାର ଦିନ ଖୋଲିବ। କମ୍ପାନି ଆଇପିଓ ଜରିଆରେ ୩୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ଏହି ଅଫରରେ କମ୍ପାନି ପକ୍ଷରୁ ୨୫୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ୧୦୦୦ କୋଟି ଟଙ୍କାର ସେୟାରକୁ କମ୍ପାନିର ଅଂଶଧନକାରୀ ପ୍ରୋଜେକ୍ଟ ବାଲେଟ ବାଙ୍ଗାଲୋର ହୋଲଡିଂସ ଲିମିଟେଡ ପକ୍ଷରୁ ଅଫର ଫର ସେଲ୍ରେ ବିକ୍ରି କରାଯିବ।
ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୪୧୩ ଟଙ୍କାରୁ ୪୩୫ ଟଙ୍କା ମଧ୍ୟରେ ରହିବ। ଅଫର ଲାଗି ବିଡ ଦାଖଲ ଅବଧି ୨୦୨୫ ମେ’ ୨୮ ବୁଧବାର ବନ୍ଦ ହେବ। ଆଙ୍କର ନିବେଶକମାନେ ବିଡ ଖୋଲିବାର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ମେ’ ୨୩ ଶୁକ୍ରବାର ଦିନ ବିଡ ଦାଖଲ କରିପାରିବେ। ନିବେଶକମାନେ ସର୍ବନିମ୍ନ ୩୪ଟି ସେୟାରର ବିଡ ଦାଖଲ କରିପାରିବେ ଏବଂ ଏହାପରେ ସେଥିରେ ୩୪ଟି ଲେଖାଏଁ ସେୟାର ଯୋଡ଼ିପାରିବେ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ। ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ। ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ। ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ। ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ। ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଲିମିଟେଡରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସରେ ପ୍ରସ୍ତାବ ରହିଛି।

Related Post