ଆଜିର ଖାସ ଖବର
Thu. Apr 16th, 2026

ସୋଲାରୱାର୍ଲଡ ଏନର୍ଜି ସଲ୍ୟୁସନ୍ସ ଲିମିଟେଡର ୪୯୦ କୋଟି ଟଙ୍କାର ଆଇପିଓ ୨୦୨୫ ସେପ୍ଟେମ୍ବର ୨୩ରେ ଖୋଲିବ

By Admin_Dainkasha Sep23,2025

ଭୁବନେଶ୍ୱର: ସୋଲାରୱାର୍ଲଡ ଏନର୍ଜି ସଲ୍ୟୁସନ୍ସ ଲିମିଟେଡର ଇକ୍ୱିଟି ସେୟାରର ଇନିସିଆଲ ପବ୍ଲିକ୍ ଅଫରିଂ ୨୦୨୫ ସେପ୍ଟେମ୍ବର ୨୩ ମଙ୍ଗଳବାର ଦିନ ଖୋଲିବ । ଆଙ୍କର ନିବେଶକମାନେ ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ୨୦୨୫ ସେପ୍ଟେମ୍ବର ୨୨ ସୋମବାର ବିଡ୍ ଦାଖଲ କରିପାରିବେ । ୨୦୨୫ ସେପ୍ଟେମ୍ବର ୨୫ ଗୁରୁବାର ଦିନ ବିଡ୍ ଦାଖଲ ଶେଷ ହେବ ।
ଏହି ଅଫରର ଆକାର ୪୯୦ କୋଟି ଟଙ୍କା । ସେଥିରୁ ୪୪୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲରେ ଅଂଶଧନକାରୀମାନେ ୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ । ନିବେଶକମାନେ ସର୍ବନିମ୍ନ ୪୨ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୪୨ଟି ଲେଖାଏଁ ଇକ୍ୱିଟି ସେୟାର ଯୋଡ଼ିପାରିବେ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ଦାମ୍ ୩୩୩ ଟଙ୍କାରୁ ୩୫୧ ଟଙ୍କା ମଧ୍ୟରେ ରହିଛି ।
ଏହି ଅଫରରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ସହାୟକ କମ୍ପାନି କାର୍ତିକ ସୋଲାରୱାର୍ଲଡ ପ୍ରାଇଭେଟ ଲିମିଟେଡର ମଧ୍ୟପ୍ରଦେଶର ପାଣ୍ଡୁରଣାରେ ଥିବା ୧.୨ ଗିଗାୱାଟର ସୋଲାର ପିଭି ଟପକନ ସେଲ ଉତ୍ପାଦନ କାରଖାନା ପ୍ରକଳ୍ପରେ ନିବେଶ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ।
ଅଫର ଫର ସେଲରେ ପାୟୋନିୟର ଆଇଟି ଇନଫ୍ରାଡେଭେଲପର୍ସ ପ୍ରାଇଭେଟ ଲିମିଟେଡ ୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବ। ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ନୁଭାମା ୱେଲଥ ମ୍ୟାନେଜମେଂଟ ଲିମିଟେଡ ଓ ଏସବିଆଇ କ୍ୟାପିଟାଲ ମାର୍କେଟସ ଲିମିଟେଡ। କମ୍ପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍‌ଇ ଲିମିଟେଡ୍ ଓ ଏନଏସଇରେ ତାଲିକାଭୁକ୍ତ କରାଯିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଅଫରର ୭୫ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ପାଇଁ ରଖାଯିବ । ବୁକ ରନିଂ ଲିଡ ମ୍ୟାନେଜରଙ୍କ ସହ ଆଲୋଚନା କରି କ୍ୟୁଆଇବି ଭାଗର ୬୦ ପ୍ରତିଶତ ପର୍ଯ୍ୟନ୍ତ ସେୟାରକୁ ଆଙ୍କର ନିବେଶକଙ୍କ ପାଇଁ ଆବଂଟନ କରାଯିବ । ସେଥିରୁ ଏକ ତୃତୀୟାଂଶ ସେୟାରକୁ ଘରୋଇ ମ୍ୟୁଚୁଆଲ ଫଣ୍ଡମାନଙ୍କକୁ ଆବଂଟନ କରାଯିବ ।
ନିଟ କ୍ୟୁଆଇବି ଭାଗର ୫ ପ୍ରତିଶତ ସେୟାରକୁ ସମାନୁପାତିକ ଭିତିରେକେବଳ ମ୍ୟୁଚୁଆଲ ଫଣ୍ଡକୁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ରାଶିକୁ ସମାନୁପାତିକ ଭିତିରେ ସମସ୍ତ କ୍ୟୁଆଇବିଙ୍କୁ ଆବଂଟନ କରାଯିବ । ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ଅଫରର ୧୫ ପ୍ରତିଶତ ସେୟାର ରଖାଯିବ । ବିଭିନ୍ନ ଆକାରର ଆପ୍ଲିକେସନ ଆଧାରରେ ଏହି ସେୟାର ଆବଂଟନ କରାଯିବ । ଅଫରର ୧୦ ପ୍ରତିଶତ ସେୟାରକୁ ଖୁଚୁରା ବ୍ୟକ୍ତିଗତ ନିବେଶକମାନଙ୍କ ଲାଗି ରଖାଯିବ।

Related Post