ଆଜିର ଖାସ ଖବର
Thu. Apr 16th, 2026

ଭାରତର ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନ ଓ ବିରଳ ଧାତୁ ଖନନ କେନ୍ଦ୍ରକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଉଛି ଟାଟା ପାଓ୍ୱାର ନେତୃତ୍ୱାଧୀନ ଦକ୍ଷିଣ ଓଡ଼ିଶା ବିତରଣ କମ୍ପାନୀ – ଟିପିଏସ୍ଓଡିଏଲ୍

By Admin_Dainkasha Aug13,2025
Tata Power led Southern Odisha DISCOM Proud to powers India’s Strategic Defence and Critical Rare Earth Mining Centres - Factory that makes Sukhoi Su fighter jet engines to mining units of rare earth metals
Tata Power led Southern Odisha DISCOM Proud to powers India’s Strategic Defence and Critical Rare Earth Mining Centres - Factory that makes Sukhoi Su fighter jet engines to mining units of rare earth metals

ସୁଖୋଇ ଲଢୁଆ ବିମାନ ଇଞ୍ଜିନ ନିର୍ମାଣଠାରୁ ଆରମ୍ଭ କରି ଧାତୁ ଖନନ ୟୁନିଟ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଗୁଣାତ୍ମକ ବିଜୁଳି ଯୋଗାଣ

ବ୍ରହ୍ମପୁର, ଅଗଷ୍ଟ ୧୫: ଟାଟା ପାଓ୍ୱାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠିତ ଅନ୍ୟତମ ଯୌଥ ଉଦ୍ୟୋଗ, ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ଦେଶର ଦୁଇ ପ୍ରମୁଖ ଅନୁଷ୍ଠାନକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରୁଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍(ହାଲ୍) ଓ ଆଣବିକ ଶକ୍ତି ବିଭାଗ ଅଧିନରେ ଥିବା ଛତ୍ରପୁରସ୍ଥିତ ଇଣ୍ଡିଆନ୍ ରେୟାର ଆର୍ଥସ୍ ଲିମିଟେଡ୍ (ଆଇଆରଇଏଲ୍) ପ୍ରତିଷ୍ଠାନକୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ଯୋଗାଣ ହେଉଛି ।

ଗତ ଏପ୍ରିଲରୁ ଜୁନ ମଧ୍ୟରେ ଆଇଆରଇଏଲ୍ କୁ ବିଜୁଳି ଯୋଗାଣରେ କୌଣସି ବାଧା ଉତ୍ପନ୍ନ ହୋଇନଥିବା ବେଳେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ବିଜୁଳି ସେବା ସୁନିଶ୍ଚିତ ହୋଇପାରିଛି । ଟିପିଏସ୍ଓଡିଏଲର ବିଶ୍ୱସନୀୟ ଭିତ୍ତିଭୂମି ଓ ସଠିକ ଗ୍ରୀଡ୍ ପରିଚାଳନା ଦ୍ୱାରା ଏହା ସମ୍ଭବ ହୋଇପାରିଛି । ସେହିଭଳି ସୁଖୋଇ ଯୁଦ୍ଧବିମାନର ଇଞ୍ଜିନ ନିର୍ମାଣ ପାଇଁ ଦେଶର ପ୍ରମୁଖ କାରଖାନା ସୁନାବେଡ଼ାସ୍ଥିତ ହାଲ୍ କୁ ମଧ୍ୟ ଗୁଣାତ୍ମକ ବିଜୁଳି ଯୋଗାଣ ହେଉଛି । ଟିପିଏସ୍ଓଡିଏଲ୍ ଦ୍ୱାରା ସ୍ଥାପିତ ସୁନାବେଡ଼ା ଗ୍ରୀଡ୍ ସବଷ୍ଟେସନରୁ ଉଚ୍ଚକ୍ଷମତା ସମ୍ପର୍ଣ୍ଣ ସ୍ୱତନ୍ତ୍ର ୧୩୨ କେଭି ଲାଇନ ଯୋଗେ ହାଲ୍ କୁ ବିଜୁଳି ଯୋଗାଣ ହେଉଛି ।

ସେହିଭଳି ଆଣବିକ ଶକ୍ତି, ପ୍ରତିରକ୍ଷା ଜ୍ଞାନକୌଶଳ ଓ ଅତ୍ୟାଧୁନିକ ଉତ୍ପାଦନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କରୁଥିବା କରୁଥିବା ଛତ୍ରପୁରସ୍ଥିତ ଖଣିଜ ପ୍ରକ୍ରିୟାକରଣ କେନ୍ଦ୍ର ଆଇଆରଇଏଲ୍ କୁ ଛତ୍ରପୁର ଗ୍ରୀଡ୍ ସବଷ୍ଟେସନରୁ ସ୍ୱତନ୍ତ୍ର ୧୩୨ କେଭି ଲାଇନ ଯୋଗେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ହେଉଛି । ଏହାସହ ଲାଇନର ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ଟିପିଏସ୍ଓଡିଏଲ୍ ଦ୍ୱାରା କରାଯାଉଛି ।

ଏହି ଗ୍ରୀଡଗୁଡ଼ିକର ଭୂମିକା କେବଳ ବିଜୁଳି ଯୋଗାଣରେ ସୀମିତ ନୁହେଁ । ପରିଚାଳନାଗତ ରୂପାନ୍ତରଣ, ରକ୍ଷଣାବେକ୍ଷଣ କାର୍ଯ୍ୟ, ଟାଉନସିପ୍ କୁ ବିଜୁଳି ଯୋଗାଣ, ଭବିଷ୍ୟତରେ ପ୍ରକଳ୍ପ ସଂପ୍ରସାରଣ ନିମନ୍ତେ ଆବଶ୍ୟକୀୟ ପ୍ରସ୍ତୁତି ସାଙ୍ଗକୁ ବିଜୁଳି ସମ୍ୱନ୍ଧୀୟ ସମସ୍ତ ପ୍ରକାର ଆନୁଷଙ୍ଗିକ ସହାୟତା ପ୍ରଦାନରେ ଟିପିଏସ୍ଓଡିଏଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାସହ ଟିପିଏସଓଡିଏଲ୍ ନିଜର ଅତ୍ୟାଧୁନିକ ବିଦ୍ୟୁତ ପରିଚାଳନା ବ୍ୟବସ୍ଥା, ଯେପରି, ସ୍ୱୟଂଚାଳିତ ତ୍ରୁଟି ଚିହ୍ନଟ, ଡ୍ରୋନ୍ ଆଧାରିତ ନିରୀକ୍ଷଣ, ରିଅଲ-ଟାଇମ୍ ଲୋଡ୍ ମନିଟରିଂ ଏବଂ ଦ୍ରୁତ-ପ୍ରତିକ୍ରିୟା ରକ୍ଷଣାବେକ୍ଷଣ ସ୍କ୍ୱାଡ୍ ମାଧ୍ୟମରେ ଏହି ପ୍ରତିଷ୍ଠାନଗୁଡ଼ିକୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ଯୋଗାଣ ସୁନିଶ୍ଚିତ କରାଇପାରିଛି ।

ଭାରତର ଏହି ଦୁଇ ପ୍ରମୁଖ ଅନୁଷ୍ଠାନ ଦେଶ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କରୁଥିବା ହେତୁ ଏଠାକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ କରି ଟିପିଏସ୍ଓଡିଏଲ୍ ଗର୍ବ ଅନୁଭବ କରେ । ଜାତୀୟ ପ୍ରତିଷ୍ଠାନଗୁଡ଼ିକର ଉଚ୍ଚସ୍ତରୀୟ କାର୍ଯ୍ୟକ୍ଷେତ୍ରକୁ ସୁନିଶ୍ଚିତ ରଖିବା ସହ ଉତ୍ପାଦନ ସମୟସୀମାରେ ଯେପରି କୌଣସି ବ୍ୟାହାତ ନହୁଏ, ସେଦିଗରେ ଟିପିଏସ୍ଓଡିଏଲ୍ ସର୍ବଦା ସଚେତନ ରହିଛି । ହାଲ୍ ର ପ୍ରତିରକ୍ଷା ଉତ୍ପାଦନଠାରୁ ଆରମ୍ଭ କରି ଆଇଆରଇଏଲ୍ ର ଏରୋସ୍ପେସ୍ ଉପାଦାନ, ସବୁଜ ଶକ୍ତି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଓ ବିରଳ ଧାତୁ ଉତ୍ପାଦନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ଷେତ୍ରକୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ହେଉଛି ।

ପ୍ରତିରକ୍ଷା ଓ ଅତ୍ୟାଧୁନିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଦିନକୁ ଦିନ ଅଧିକ ଆତ୍ମନିର୍ଭରଶୀଳ ହେଉଥିବା ବେଳେ, ଦେଶର ଏହିଭଳି ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନଗୁଡ଼ିକୁ ବିଜୁଳି ଯୋଗାଣର ଦାୟିତ୍ୱ ଟିପିଏସ୍ଓଡିଏଲ୍ ଉପରେ ରହିଛି । ଟିପିଏସ୍ଓଡିଏଲ୍ ନିରବଚ୍ଛିନ୍ନ ବିଜୁଳି ଯୋଗାଣ କରି ନିଜର ଦାୟିତ୍ୱ ସମ୍ପାଦନରେ ପୂର୍ଣ୍ଣ ପ୍ରତିବଦ୍ଧତାର ପ୍ରମାଣ ଦେବା ସହ ଜାତୀୟ ସେବାରେ ଏକ ମାନଦଣ୍ଡ ଭାବେ ଉଭା ହୋଇଛି । କମ୍ପାନୀ ସୁନିଶ୍ଚିତ କରୁଛି ଯେ, ଦେଶର ସୃଜନଶୀଳତା ଓ ସୁରକ୍ଷା କାର୍ଯ୍ୟକ୍ଷେତ୍ର ସଦାସର୍ବଦା ଆଲୋକିତ ରହୁ ।

Related Post