ଆଜିର ଖାସ ଖବର
Sat. May 30th, 2026

ବୃଦ୍ଧାଶ୍ରମରେ ହୋଲି ପାଳିଲେ ଟାଟା ଷ୍ଟିଲ୍ କର୍ମଚାରୀ

By Admin_Dainkasha Mar18,2025
Tata Steel Employees Celebrate Holi at Old Age Home, Donate Essentials
Tata Steel Employees Celebrate Holi at Old Age Home, Donate Essentials

ଭୁବନେଶ୍ୱର, ୧୭/୦୩/୨୦୨୫: ଦୁଃଖ ବଖାଣିବାକୁ ଆପଣାର ମଣିଷ ଓ ଅନୁଭୂତି ବାଣ୍ଟିବାକୁ ହୃଦୟ ଖୋଜୁଥିବା ଲୋକଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ କରିଛି ଟାଟା ଷ୍ଟିଲ। ଟାଟା ଷ୍ଟିଲ୍‌ର ଫେରୋ ଆଲୟଜ ଆଣ୍ଡ ମିନେରାଲ୍‌ସ ଡିଭିଜନ (ଏଫ୍‌ଏଏମ୍‌ଡି)ର କର୍ମଚାରୀମାନେ ଭୁବନେଶ୍ୱରରେ ଥିବା ‘ସ୍ନେହ ମନ୍ଦିର ବୃଦ୍ଧାଶ୍ରମ’ରେ ହୋଲି ପାଳନ କରିଥିଲେ। ଅନ୍ତେବାସୀମାନଙ୍କ ସହ ସମୟ ବିତାଇବା ସହ ସେମାନଙ୍କୁ ରାସନ ସାମଗ୍ରୀ, ଫଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିଥିଲେ। ସ୍ୱେଚ୍ଛାସେବା ପ୍ରୟାସର ଅଂଶ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ହୋଲି ପର୍ବ ପାଳନ କରିଥିଲେ ଟାଟା ଷ୍ଟିଲ କର୍ମଚାରୀ।

ଟାଟା ଷ୍ଟିଲ କର୍ମଚାରୀଙ୍କ ଏଭଳି ମହତ ଉଦ୍ଦେଶ୍ୟ ସମ୍ପର୍କରେ ଏଫ୍‌ଏଏମ୍‌ଡିର ଏକ୍‌ଜିକ୍ୟୁଟିଭ୍ ଇନ୍ ଚାର୍ଜ ପଙ୍କଜ ସତିଜା କହିଛନ୍ତି, “୨୦୫୦ ବେଳକୁ ଭାରତରେ ବୟସ୍କ ଲୋକଙ୍କ ସଂଖ୍ୟା ୨୦%ରୁ ଅଧିକ ହେବ। ଆମେ ବିକଶିତ ଭାରତ ଉପରେ କାମ କରୁଥିବା ବେଳେ ସମାଜ ପ୍ରତି ବୟସ୍କ ଲୋକଙ୍କ ଅବଦାନକୁ ଅଣଦେଖା କରାଯାଇପାରିବ ନାହିଁ। ସେମାନଙ୍କ କଲ୍‌ଯାଣ ଦିଗରେ ସମସ୍ତେ କାର୍ଯ୍ୟ କରିବା ଆବଶ୍ୟକ। ଏପରି ଛୋଟ ଛୋଟ କାର୍ଯ୍ୟ ଏବଂ ସମ୍ପର୍କ ନିଶ୍ଚିତ ଭାବରେ ସମାଜରେ ବଡ଼ ପ୍ରଭାବ ପକାଇବ।

ଏହି ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ କମ୍ପାନୀର ବ୍ୟାପକ କାର୍ଯ୍ୟକ୍ରମର ଅଂଶବିଶେଷ, ଯାହାଦ୍ୱାରା କର୍ମଚାରୀ ଓ କମ୍ପାନୀର ମିଳିତ ଉଦ୍ୟମରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଦର୍ଶାଉଛି।

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ସହ ଏକାଠି ହୋଲି ପାଳନ କରିଥିବାରୁ ଟାଟା ଷ୍ଟିଲ କର୍ମଚାରୀଙ୍କୁ ଅନ୍ତେବାସୀମାନେ କୃତଜ୍ଞତା ଜ୍ଞାପନ କରିଥିଲେ।

Related Post