ଆଜିର ଖାସ ଖବର
Sat. May 30th, 2026

ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ କୃଷିରେ ନବସୃଜନକୁ ପ୍ରୋତ୍ସାହନ କରିବା ପାଇଁ କୃଷି ସମ୍ମିଳନୀ ଆୟୋଜିତ

By Admin_Dainkasha Feb17,2025

ଭୁବନେଶ୍ୱର/ବ୍ରହ୍ମପୁର, ୧୨ ଫେବ୍ରୁଆରି ୨୦୨୫: ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସଏଫ) ଦ୍ୱାରା ଆୟୋଜିତ ଦୁଇଦିନିଆ ସାମୁହିକ ଯୋଗଦାନ କାର୍ଯ୍ୟକ୍ରମ ଅରୁଣିମା-୨୦୨୫ର ଶେଷ ଦିବସରେ କୃଷକ ଓ ବୈଜ୍ଞାନିକମାନେ ଏକାଠି ହୋଇ ଜଳବାୟୁ ସହନଶୀଳ କୃଷିକ୍ଷେତ୍ରରେ ଉଦ୍ଭାବନ ସମ୍ପର୍କରେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସର ସମ୍ମାନନୀୟ ବକ୍ତାମାନଙ୍କ ମଧ୍ୟରେ ଥିଲେ ଓୟୁଏଟିର ଫଳ ବିଜ୍ଞାନ ଓ ଉଦ୍ୟାନ କୃୃଷି ବିଭାଗର ମୁଖ୍ୟ ଡକ୍ଟର ସୁବାସ ଚନ୍ଦ୍ର ସ୍ୱାଇଁ ଉଦ୍ୟାନ କୃଷି ବୈଷୟିକ ଓୟୁଏଟି, ବରିଷ୍ଠ ବୈଜ୍ଞାନିକ ତଥା ଗଞ୍ଜାମ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡକ୍ଟର ସୁଜିତ ନାଥ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ କୁମାର ସାହୁ, ଓଡିଶା ସରକାରଙ୍କ ଏସ୍‌ସି ଓ ଏସ୍‌ଟି ବିଭାଗର ପ୍ରୋଗ୍ରାମ ଅଫିସର ଇଂ ରଶ୍ମି ରଞ୍ଜନ ବାରିକ, ଓଏମଫେଡର ପ୍ଳାଂଟ ପ୍ରବନ୍ଧକ ଡକ୍ଟର ହରପ୍ରିୟା ଦାସ, ଟାଟା ଷ୍ଟିଲର ଓଡିଶା ସିଏସ୍‌ଆର୍ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
ଏଥିରେ ସ୍ଥାନୀୟ ଅଂଚଳର ୩୦୦ରୁ ଅଧିକ କ୍ଷୁଦ୍ର ଚାଷୀ ଅଂଶଗ୍ରହଣ କରି ବିଭିନ୍ନ କୃଷି କ୍ଷେତ୍ରକୁ ପ୍ରତିନିଧିତ୍ୱ କରିଥିଲେ।
ବୈଜ୍ଞାନିକ-କୃଷକ ସମ୍ମିଳନୀ “ଦି ଏଗ୍ରିକଲଚର ମିଟ୍‌” –କୃଷି ସମ୍ମିଳନୀ (ବିଏଏଆରଟିଏ) ଜ୍ଞାନ ବିନିମୟ ଏବଂ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା ଯେଉଁଥିରେ ନୂତନ ଉଦ୍ଭାବନ, ସର୍ବୋତ୍ତମ ଅଭ୍ୟାସ ଏବଂ ସରକାରୀ ଯୋଜନା ଉପରେ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ବାତ୍ୟା ପ୍ରବଣ ଗଞ୍ଜାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରିବା, କୃଷକ ଅନୁଷ୍ଠାନକୁ ସୁଦୃଢ଼ କରିବା, ସରକାରୀ ଯୋଜନାର ଲାଭ ଉଠାଇବା ଏବଂ ଜଳବାୟୁ-କୁଶଳ କୃଷି ପଦ୍ଧତି ଗ୍ରହଣ କରିବା ଉପରେ ଆଲୋଚନା ହୋଇଥିଲା।
ଅରୁଣିମା ୨୦୨୫ର ଉଦଘାଟନୀ କାର୍ଯ୍ୟକ୍ରମରେ, ଆର୍ôଥକ ଭାବରେ ଦୁର୍ବଳ ଅନୁସୂଚିତ ଜାତି/ଜନଜାତି ପରିବାରର ୭୪୫ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ୩୦୦ ଜଣ ଏସଏଚଜି ମହିଳା ସାମିଲ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Related Post