ଆଜିର ଖାସ ଖବର
Sat. May 30th, 2026

ଖଣିର ସୁବିନିଯୋଗ ଟଙ୍କା ଉପରେ ଚାପ କମାଇବ: ଅନୀଲ ଅଗ୍ରୱାଲ, ଅଧ୍ୟକ୍ଷ, ବେଦାନ୍ତ ଲିମିଟେଡ

By Admin_Dainkasha Feb18,2025
Vedanta Chairman Anil Agarwal Welcomes UP Government’s Power Sector Reform

ଭୁବନେଶ୍ବର: କୌଣସି ଗୋଟିଏ କ୍ଷେତ୍ର ଯାହା ବିପୁଳ ନିଯୁକ୍ତି ସୃଷ୍ଟି ସହ ରାଜକୋଷ ପାଇଁ ରାଜସ୍ୱ ସୃଷ୍ଟି କରିପାରିବ ପୁଣି ତାହା ଆମଦାନୀ ହ୍ରାସ କରିପାରୁଥିବ ତଥା ସ୍ଥିର ମୂଦ୍ରାସ୍ପତିକୁ ସମର୍ଥନ  ଏବଂ ଦ୍ରୁତ ଜିଡିପି ଅଭିବୃଦ୍ଧିରେ ଯୋଗଦାନ ଦେଇପାରିବ। ସେଭଳି କ୍ଷେତ୍ର କେବଳ ମାଟି ତଳେ ଖଣି ଭାବେ ରହିଛି।

ଭାରତରେ ବହୁତ ସମୃଦ୍ଧ ଭୂ-ବିଜ୍ଞାନ ରହିଛି ତଥାପି ଆମର ମୋଟ ଆମଦାନିର ୫୦% ତୈଳ, ସୁନା, ହୀରା, ତମ୍ବା ଏବଂ ଅନ୍ୟାନ୍ୟ ସମ୍ବଳ ଭଳି ମାଟି ତଳେ ଥିବା ସାମଗ୍ରୀ ଯୋଗୁଁ ହୋଇଥାଏ । ବଡ଼ ଧରଣର ଆମଦାନି ଟଙ୍କା ଉପରେ ଚାପ ପକାଉଛି।

କୌଣସି ଏକ ସମାଧାନ ଯାହା ଏହି କ୍ଷେତ୍ରର ଗତିପଥକୁ ପରିବର୍ତନ କରିପାରିବ, ଏହାର ଉତ୍ତର ହେଉଛି ବିଶ୍ୱାସ ସହିତ ଗତିଶୀଳ ହେବା। ନିର୍ମାଣ ସହିତ ନିଯୁକ୍ତି ସୃଷ୍ଟି କରିବାର ସବୁଠାରୁ ଅଧିକ ସମ୍ଭାବନା ଥିବା ଏହି କ୍ଷେତ୍ରର ବ୍ରାଉନଫିଲ୍ଡ ଏବଂ ଗ୍ରୀନଫିଲ୍ଡ ସମ୍ପ୍ରସାରଣକୁ ମଞ୍ଜୁରି ବିଳମ୍ବ କାର୍ଯ୍ୟ ପ୍ରଗତିରେ ପ୍ରତିରୋଧ କରିଥାଏ।

ଆସନ୍ତୁ ଉଭୟ ସରକାରୀ ଏବଂ ବେସରକାରୀ କ୍ଷେତ୍ରର କମ୍ପାନିମାନଙ୍କୁ ଉତ୍ପାଦନ ବୃଦ୍ଧି କରିବାକୁ ଅନୁମତି ଦେବା। କୌଣସି ପରିସ୍ଥିତିରେ ଉତ୍ପାଦନ ବନ୍ଦ କରିବା ନାହିଁ। ଆସନ୍ତୁ ସେମାନଙ୍କ ମନୋବଳ ବଢ଼ାଇବା ସହ ସମ୍ମାନ ଦେବା। ଏହା ଦ୍ୱାରା ଭାରତ ବଦଳିଯିବ।

ସମୃଦ୍ଧି ବଢ଼ାଇବା ପାଇଁ ନୀତି ଓ ନିୟମ ରହିବା ଦରକାର,  କିନ୍ତୁ କାର୍ଯ୍ୟ ମନ୍ଥର ହେବା ପାଇଁ ନୁହେଁ। ନିୟମ ନିର୍ଦ୍ଧାରଣ କରାଯାଉ। ଆୟକର ଭଳି ଅଡିଟ୍ ପରେ ସେଲ୍ଫ ସାର୍ଟିଫିକେସନ୍‌କୁ ଦିଆଯାଉ। ଲୋକମାନେ ନିୟମ ମାନିବେ।

ଏଗୁଡ଼ିକ ଛୋଟ ପରିବର୍ତନ ପରି ମନେ ହୋଇପାରେ କିନ୍ତୁ ଏହା ଏକ ବଡ଼ ପରିବର୍ତନ ଆଣିପାରେ ।

Related Post