ଆଜିର ଖାସ ଖବର
Sat. May 30th, 2026

ଟାଟା ଷ୍ଟିଲ ପକ୍ଷରୁ ଟ୍ରକ ଚାଳକଙ୍କ ପାଇଁ ତିନିଦିନିଆ ନିଃଶୁଳ୍କ ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ

By Admin_Dainkasha Oct11,2025

ସୁକିନ୍ଦା (ଯାଜପୁର), ୧୦/୧୦: ଟାଟା ଷ୍ଟିଲର ଫେରୋ ଆଲଏଜ୍ ଓ ମିନେରାଲସ୍ ଡିଭିଜନ (ଏଫ୍ଏଏମଡି) ପକ୍ଷରୁ ସାରୁଆବିଲ କ୍ରୋମାଇଟ ଖଣିଠାରେ ଟ୍ରକ ଚାଳକଙ୍କ ପାଇଁ ଏକ ବିଶାଳ ନିଃଶୁଳ୍କ ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ ହୋଇଯାଇଛି। ଗତ ବୁଧବାର ଠାରୁ ଆରମ୍ଭ ହୋଇ ତିନିଦିନ ଧରି ଚାଲିଥିବା ଏହି ସ୍ୱାସ୍ଥ୍ୟ ଶିବିରରେ ଅଞ୍ଚଳର ୩୦୦ରୁ ଉର୍ଦ୍ଧ୍ବ ଟ୍ରକ ଚାଳକ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।

ପ୍ରୋଗ୍ରେଶିଭା ସଷ୍ଟିନା ଫାଉଣ୍ଡେସନ (ଇଣ୍ଡିଆ) ଓ ଏହାର ଲଜିଷ୍ଟିକ ପାର୍ଟନର ମାନଙ୍କ ସହଯୋଗିତାରେ କମ୍ପାନୀ ପକ୍ଷରୁ ସାରୁଆବିଲ ପାର୍କିଂ ୟାର୍ଡ ଠାରେ ଏହି ଶିବିର ଆୟୋଜନ କରାଯାଇଥିଲା। ଟ୍ରକ ଚାଳକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପରୀକ୍ଷା ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ଏହି ଶିବିରରେ ସଧାରଣ ସ୍ଵାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା କରାଯିବା ସହ ଆବଶ୍ୟକ ସ୍ଥଳେ ମାଗଣା ଚଷମା ମଧ୍ୟ ଯୋଗାଇଦିଆଯାଇଥିଲା।

ଶିବିରରେ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦିଆଯିବା ସହ ଚାଳକମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବ୍ୟବହାରିକ ଜ୍ଞାନ ଓ ଉପସ୍ଥିତ ବୁଦ୍ଧି ଉପରେ ଗୁରୁତ୍ୱାରୋପ କରଯାଇଥିଲା। ଏହି ଅବସରରେ ଟାଟା ଷ୍ଟିଲ କର୍ମଚାରୀ, ଟ୍ରକ ଚାଳକ ଓ କମ୍ପାନୀର ଲଜିଷ୍ଟିକ୍ ପାର୍ଟନର ମାନଙ୍କ ଦ୍ୱାରା ଏକ ମିଳିତ ସୁରକ୍ଷା ଶପଥ ପାଠ ମଧ୍ୟ କରାଯାଇଥିଲା।

ଏହି ତିନିଦିନିଆ ଶିବିରରେ ଟାଟା ଷ୍ଟିଲର ବରିଷ୍ଠ ଅଧିକାରୀଗଣ ଯଥା ସୁଶାନ୍ତ କୁମାର ମିଶ୍ର, ଅମିତ ଚୌବେ, ସରୋଜ କୁମାର ବାନାର୍ଜୀ, ବିକାଶ ପଟ୍ଟନାୟକ, ନବୀନ ଶ୍ରୀବାସ୍ତବ, ପ୍ରମୋଦ କୁମାର, ଅନଙ୍ଗ କୁମାର ମାହାନା, ସୌମ୍ୟ ବସୁ, ଚିରଞ୍ଜିବୀ ମଲ୍ଲିକ, ନିଶାନ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସୁପରିଚାଳନାର ତଦାରଖ କରିଥିଲେ।

Related Post