ଆଜିର ଖାସ ଖବର
Wed. Nov 18th, 2026

କୋଟିଆରେ ଟିପିଏସ୍ଓଡିଏଲ୍ ତରଫରୁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର

By Admin_Dainkasha Nov18,2026
TPSODL Organises Free Medical Camp in Kotia
TPSODL Organises Free Medical Camp in Kotia

ବ୍ରହ୍ମପୁର, ନଭେମ୍ବର: ଦକ୍ଷିଣ ଓଡ଼ିଶାରେ ସାମାଜିକ କଲ୍ୟାଣ ଓ ସମସ୍ତଙ୍କ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ମଜଭୁତ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ପକ୍ଷରୁ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୋଟିଆ ଗ୍ରାମ ପଞ୍ଚାୟତର ତଳବାଲସାହିଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପରାମର୍ଶ ଶିବିର ଆୟୋଜନ କରାଯାଇଛି ।

ଦୁର୍ଗମ ଅଞ୍ଚଳର ଲୋକମାନେ, ବିଶେଷକରି ଜିଲ୍ଲାର ଜନଜାତି ଅଧ୍ୟୁଷିତ ଅଞ୍ଚଳର ବାସିନ୍ଦାମାନେ ଯେପରି ସହଜରେ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ପାଇପାରିବେ, ତାହା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଶିବିରରେ ସ୍ଥାନୀୟ ଗ୍ରାମବାସୀ, ଓଏସ୍‌ଏଏଫ୍ ଯବାନ ଏବଂ ଓଡ଼ିଶା ପୋଲିସ କର୍ମଚାରୀଙ୍କ ସମେତ ମୋଟ ୮୦ ଜଣ ଡାକ୍ତରୀ ପରାମର୍ଶ ନେବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ।

ଏହି ଶିବିରରେ କୋଟିଆ, କରଞ୍ଜିଆଗୁଡ଼ା ଓ ତଳବାଲସାହି ଗ୍ରାମର ବାସିନ୍ଦାମାନେ ସ୍ୱାସ୍ଥ୍ୟସେବାର ସୁଯୋଗ ପାଇଥିଲେ। ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଡାକ୍ତରମାନଙ୍କ ପକ୍ଷରୁ ଚିକିତ୍ସା ପରାମର୍ଶ ଏବଂ ରକ୍ତଚାପ (ବିପି) ପରୀକ୍ଷା କରାଯାଇଥିଲା।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସହଯୋଗ ଓ ସମନ୍ୱୟରେ ଏହି ଶିବିର ଆୟୋଜିତ ହୋଇଥିଲା। କୋରାପୁଟର ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ)ଙ୍କ ମାର୍ଗଦର୍ଶନରେ ସ୍ଥାନୀୟ ଲୋକଙ୍କୁ ସୁଚାରୁରୂପେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା।

ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍, କହିଛନ୍ତି, “ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶା ପ୍ରତି ଆମର ଦାୟିତ୍ୱ କେବଳ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ମଧ୍ୟରେ ସୀମିତ ନୁହେଁ। ଆମେ ଯେଉଁ ଅଞ୍ଚଳରେ ସେବା ଯୋଗାଉଛୁ, ସେଠାକାର ଲୋକଙ୍କ ସାମଗ୍ରିକ ଉନ୍ନତି ଓ ସୁସ୍ଥ ଜୀବନ ପ୍ରତି ମଧ୍ୟ ଆମର ଗୁରୁତ୍ୱ ରହିଛି। ବିଶେଷକରି ଦୁର୍ଗମ ଓ ଆବଶ୍ୟକ ସୁବିଧାରୁ ବଞ୍ଚିତ ଅଞ୍ଚଳର ଲୋକଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏବଂ ସ୍ଥାନୀୟ ସମୁଦାୟ ସହ ଆମର ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ଏଭଳି ଚିକିତ୍ସା ଶିବିର ସହାୟକ ହେବ। ଏହି ପଦକ୍ଷେପକୁ ସଫଳ କରିବାରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ସହଯୋଗ ପାଇଁ ଆମେ ଆନ୍ତରିକ କୃତଜ୍ଞତା ଜଣାଉଛୁ।”

ଏଭଳି ଜନକଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ଟିପିଏସ୍ଓଡିଏଲ୍ ନିଜର କାର୍ଯ୍ୟକ୍ଷେତ୍ର ଅଧୀନରେ ଥିବା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସାମାଜିକ ଦାୟିତ୍ୱବୋଧ, ସମସ୍ତଙ୍କ ବିକାଶ ଏବଂ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ଦିଗରେ ନିଜର ପ୍ରୟାସ ଜାରି ରଖିଛି।

Related Post