ଆଜିର ଖାସ ଖବର
Sat. Sep 12th, 2026

ଆଞ୍ଚଳିକ ଓ ଯାନ୍ତ୍ରିକ ଜ୍ଞାନ ସମୃଦ୍ଧ ‘ହେଲୋ’ ଆପ

By Dainikasha Jul11,2024

ଭାରତରେ ୨୦୧୯ ମଧ୍ୟଭାଗ ସୁଦ୍ଧା ଦୃତ ଗତିରେ ପ୍ରସାରଲାଭ କରୁଥିବା ମୋବାଇଲ ଆପ୍ଳିକେସନଗୁଡ଼ିକ ମଧ୍ୟରେ ‘ହେଲୋ’ ଅନ୍ୟତମ । ଚୀନର ବେଇଜିଂରେ ଅବସ୍ଥାପିତ ବାଇଟଡ଼େନ୍ସ କର୍ତ୍ତୃକ ପରିଚାଳିତ ‘ଟିକ ଟକ’ ଆପର ବିପୁଳ ଲୋକପ୍ରିୟତା ପରେ ସେହି ନିର୍ଦ୍ଦିଷ୍ଟ ସଂସ୍ଥା ପ୍ରଯୋଜିତ ‘ହେଲୋ’ ଆପ ମଧ୍ୟ ଆମ ଦେଶରେ ଆଦୃତ ହେବାରେ ଲାଗିଛି ।

ମୁଖ୍ୟତଃ ମଧ୍ୟମ ଓ କ୍ଷୁଦ୍ର ସହରାଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ବ୍ୟବହାର ଲକ୍ଷ୍ୟରେ ‘ହେଲୋ’ ଆପ ୨୦୧୮ ଜୁନ ମାସରେ ଭାରତରେ ଉନ୍ମୋଚ଼ିତ ହୋଇଥିଲା । ପ୍ରଥମ ମାସରେ ଆପଟିକୁ ୧୦ ଲକ୍ଷ ଉପଭୋକ୍ତା ଡ଼ାଉନଲୋଡ଼ କରିଥିବା ସ୍ଥଳେ ଛଅ ମାସରେ ଡ଼ିସେମ୍ୱର ବେଳକୁ ମାସିକ ଉପଭୋକ୍ତା ସଂଖ୍ୟା ‘ମନଥିଲିଏକ୍ଟିଭୟୁଜର୍ସ’ ୨ କୋଟି ୫୦ ଲକ୍ଷରେ ପହଞ୍ଚିଥିଲା ଏବଂ ବର୍ଷକ ପରେ ୨୦୧୯ ଜୁନ ମାସ ବେଳକୁ ପାଞ୍ଚ କୋଟି ଉପଭୋକ୍ତା ହିସାବ କରାଯାଇଥିଲା । ବାଇଟଡ଼େନ୍ସ ପକ୍ଷରୁ ୨୦୧୯ ଶେଷ ଡ଼ିସେମ୍ୱର ସୁଦ୍ଧା ଆପର ବ୍ୟବହାରକାରୀ ସଂଖ୍ୟା ଦଶ କୋଟିରେ ପହଞ୍ଚିବା ଆଶା କରାଯାଉଛି ।

ସୋସିଆଲ ମିଡ଼ିଆ ‘ହେଲୋ’ ମଞ୍ଚରେ ସ୍ଥାନୀୟ ଘଟଣାକ୍ରମ, ପର୍ବପର୍ବାଣୀ ଓ କ୍ରୀଡ଼ା ବିବରଣୀର ପାଠ୍ୟ ଓ ଭିଡ଼ିଓ ସ୍ଥାନିତ ହୋଇଥାଏ । ଏତଦ୍ବ୍ୟତୀତ ସ୍ଥାନୀୟ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମଗୁଡ଼ିକ ସହ ସହବନ୍ଧନ ବ୍ୟବସ୍ଥା କରାଯାଏ । ‘ହେଲୋ’ ଓଡ଼ିଆ ସମେତ ୧୪ ଗୋଟି ଭାରତୀୟ ଭାଷାରେ ଉପଲବ୍ଧ । ଆଞ୍ଚଳିକ ଭାଷାରେ ସ୍ଥାନୀୟ କାର୍ଯ୍ୟକ୍ରମ ପ୍ରସାରଣ ହେତୁ ଆପର ଉପଭୋକ୍ତା ସଂଖ୍ୟା ବୃଦ୍ଧିରେ ସହାୟକ ହେଉଥିବା ଲକ୍ଷ୍ୟ କରାଯାଏ ।

ଅପରପକ୍ଷେ ଉପଭୋକ୍ତାମାନଙ୍କ ରୁଚ଼ିସମୀକ୍ଷାକରି ସେମାନଙ୍କ ପସନ୍ଦଯୋଗ୍ୟ ପାଠ୍ୟ ଓ ଭିଡ଼ିଓ ପ୍ରସ୍ତୁତିରେ ‘ହେଲୋ’ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଥାଏ । ଅନ୍ୟାନ୍ୟ ସୋସିଆଲ ମିଡ଼ିଆ ମଞ୍ଚ ତୁଳନାରେ ଏହି ମଞ୍ଚ ନିମନ୍ତେ ବିଷୟବସ୍ତୁ ‘କଣ୍ଟେଣ୍ଟ’ ପ୍ରସ୍ତୁତି ଅନ୍ୟତମ ବିଶେଷତ୍ୱ । ଏହି କାରଣରୁ ଉପଭୋକ୍ତାମାନଙ୍କ ଆପ ମଞ୍ଚକୁ ବାରମ୍ୱାର ପ୍ରତ୍ୟାବର୍ତ୍ତନ ଓ ଦୀର୍ଘ ସମୟ ଉପସ୍ଥିତିକୁ ପ୍ରଭାବିତ କରିଥାଏ । ବାଇଟଡ୍ୟାନ୍ସର ହିସାବ ଅନୁଯାୟୀ ସାଧାରଣ ଉପଭୋକ୍ତାମାନେ ‘ହେଲୋ’ ମଞ୍ଚରେ ପ୍ରତିଥର ହାରାହାରି ୩୦ ମିନଟ ଅତିବାହିତ କରିଥାନ୍ତି ।

ଭାରତର ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ି ଚ଼ାଲିଥିବା ଅବସରରେ ଆଞ୍ଚଳିକ ଭାଷା ଓ ସ୍ଥାନୀୟ ବିଷୟବସ୍ତୁ ଆଧାରିତ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ ପ୍ରସାରଣର ସୁଯୋଗ ସୃଷ୍ଟିକରି ଟିକଟକ ଓ ହେଲୋ ଭଳି ସୋସିଆଲ ମିଡ଼ିଆ ମଞ୍ଚର ଲୋକପ୍ରିୟତା ଗଣମାଧ୍ୟମ ପରିଧିରେ ନୂତନ ପରିବେଶ ସୃଷ୍ଟି କରିବାରେ ଲାଗିଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ କିଶୋର ଓ ଯୁବବର୍ଗଙ୍କ ମଧ୍ୟରେ ଆୟୋଜିତ କେତେକ ଗଣମାଧ୍ୟମ ସର୍ବେକ୍ଷଣରୁ ଜଣାଯାଇଛି ଯେ ସେମାନେ କ୍ରମଶଃ ଟେଲିଭିଜନ ସମ୍ୱାଦ ଅପେକ୍ଷା ସୋସିଆଲ ମିଡ଼ିଆ ମଞ୍ଚରେ ପ୍ରସାରିତ ସମ୍ୱାଦକୁ ଗୁରୁତ୍ୱ ଦେଉଛନ୍ତି । ଏଗୁଡ଼ିକ ଏକେତ ସେମାନଙ୍କ ପରିବାର ସଦସ୍ୟ ବା ବନ୍ଧୁବର୍ଗଙ୍କ ସଂପର୍କୀତ କିମ୍ୱା ରାଷ୍ଟ୍ରୀୟ ତଥା ଆନ୍ତର୍ଜାତିକ ଘଟଣାକ୍ରମ ସଂପର୍କରେ ଅନ୍ୟ ସୂତ୍ରରୁ ଉର୍ଦ୍ଧୃତ । ଅର୍ଥାତ ଦର୍ଶକମାନେ ନିଜ ପରିଚ଼ିତ ସୂତ୍ର ସଂପର୍କୀତ କିମ୍ୱା ସେମାନଙ୍କ ଦ୍ୱାରା ପ୍ରସାରିତ ସମ୍ୱାଦ ପ୍ରତି ଆଗ୍ରହୀ । ବିକଶିତ ରାଷ୍ଟ୍ରଗୁଡ଼ିକରେ ପ୍ରଚଳିତ ଏହି ଧାରା ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଜନସାଧାରଣରେ ମଧ୍ୟ ପ୍ରତିଫଳନ ସୁନିଶ୍ଚିତ ।

ଗଣମାଧ୍ୟମରେ ପ୍ରସାରିତ ପାଠ୍ୟ ଓ କାର୍ଯ୍ୟକ୍ରମଗୁଡ଼ିକ ପାଠକ ଓ ଦର୍ଶକମାନେ କିପରି ଗ୍ରହଣ କରୁଛନ୍ତି ତାହାରି ଉପରେ ଲୋକପ୍ରିୟତା ନିର୍ଭର କରିଥାଏ । କିନ୍ତୁ ପାରମ୍ପରିକ ଭାବେ ଲେଖକ କିମ୍ୱା କାର୍ଯ୍ୟକ୍ରମ ପ୍ରଯୋଜକମାନେ ଅନେକ ସମୟରେ ନିର୍ଦ୍ଦିଷ୍ଟ ପାଠ୍ୟ କିମ୍ୱା କାର୍ଯ୍ୟକ୍ରମର ଗ୍ରହଣୀୟତା ସଂପର୍କରେ ତଥ୍ୟ ପାଇପାରୁନଥିବା ହେତୁ ସେ ସଂପର୍କରେ ଅବଗତ ନଥାନ୍ତି । ଫଳତଃ ଗଣମାଧ୍ୟମ ପ୍ରସାରଣର ଗୁଣବତ୍ତା ବୃଦ୍ଧି ଅନେକ କ୍ଷେତ୍ରରେ ସମ୍ଭବ ହୋଇପାରେ ନାହିଁ । ଆପଭିତ୍ତିକଅନଲାଇନ ପରିବେଶରେ ପାଠକ ଓ ଦର୍ଶକମାନଙ୍କ ରୁଚ଼ିତତ୍କ୍ଷଣାତ ପରଖିବା ସଂଭବପର ଥିବା ଅବସରରେ ‘ହେଲୋ’ ଆପରେ ସେଭଳି ଉପଯୋଗ ସନ୍ନିବଶିତ କରାଯାଇଛି । ଏହି ବୈଶିଷ୍ଟ୍ୟ ‘ହେଲୋ’ ଆପ ନିମନ୍ତେ ରୁଚ଼ିଶୀଳ କାର୍ଯ୍ୟକ୍ରମ ପ୍ରଯୋଜନାରେ ସଂଭବପର ହୋଇପାରୁଛି ।

ଉପଭୋକ୍ତାମାନଙ୍କ ଆପ ବ୍ୟବହାର ଶୈଳୀ, ଅର୍ଥାତ କେତେଥର ବା ସମୟ ପଢୁଛନ୍ତି ବା ଦେଖୁଛନ୍ତି, କେଉଁଟିକୁ ପସନ୍ଦ କରୁଛନ୍ତି କିମ୍ୱା କେଉଁଟିକୁ ନାପସନ୍ଦ କରୁଛନ୍ତି ତତ୍ସଂପର୍କୀତ ବିଶ୍ୱାସନୀୟ ଓ ବିସ୍ତୃତ ତଥ୍ୟ ଅନୁଶୀଳନ ନିମନ୍ତେ ଯାନ୍ତ୍ରିକ ଜ୍ଞାନ ‘ମେସିନ ଲେରନିଙ୍ଗ’ ସାହାଯ୍ୟ କରିଥାଏ । ସବୁଠାରୁ ବଡ଼କଥାହେଲା ଏ ସମସ୍ତ କାର୍ଯ୍ୟ କ୍ଷଣିକ ମଧ୍ୟରେ ସମ୍ପନ୍ନ ହୋଇପାରୁଥିବା ହେତୁ ପ୍ରସାରିତ କାର୍ଯ୍ୟକ୍ରମର ଗୁଣବତ୍ତା ବୃଦ୍ଧିଲାଗି ପ୍ରଶସ୍ତ କ୍ଷେତ୍ର ଉନ୍ମୁକ୍ତ ରହେ । ସୋସିଆଲ ମିଡ଼ିଆ ମଞ୍ଚଗୁଡ଼ିକର ବ୍ୟାପକ ପ୍ରସାରଲାଗି ଉପଭୋକ୍ତାଙ୍କ ରୁଚ଼ି ବିଶ୍ଳେଷଣର ବିଶ୍ୱାସନୀୟତଥ୍ୟାବଳୀଗୁରୁତ୍ୱବହନ କରିଥାଏ ।

‘ହେଲୋ’ ଆପ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ସିଙ୍ଗାପୁର, ମାଲେସିଆ, ସାଉଦୀ ଆରବ, ୟୁନାଇଟେଡ଼ ଆରବ ଇମ୍ରେଟସ, ଓମାନ, କୁଏତ, କ୍ୱାତର, ନେପାଳ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଓ ବାଲାଂଦେଶ ୧୩ ଗୋଟି ବିଦେଶୀ ରାଷ୍ଟ୍ରରେ ଅବସ୍ଥାପିତ ଭାରତୀୟମାନଙ୍କ ମଧ୍ୟରେ ଉପଭୋକ୍ତା ବୃଦ୍ଧି ନିମନ୍ତେ ବିଧିବଦ୍ଧ ଉଦ୍ୟମ ଚାଲୁ ରହିଛି, ଏଥି ସହ ବିଭିନ୍ନ ଭାରତୀୟ ଆଞ୍ଚଳିକ ଭାଷାରେ ଶତାଧିକ ସୃଜନ ପ୍ରତିଭାଙ୍କୁ ପାଠ୍ୟ ଓ ଭିଡ଼ିଓ ପ୍ରସ୍ତୁତି ନିମନ୍ତେ ସହବନ୍ଧିତ କରାଯାଉଥିବା ଜଣାଯାଏ । ‘ହେଲୋ’ ପକ୍ଷରୁ ମଞ୍ଚର ବିକାଶ ଓ ପ୍ରସାର ନିମନ୍ତେ ବିପୁଳ ଅର୍ଥ ବିନିଯୋଗ ହେଉଥିବା ଦୃଷ୍ଟିରୁ କମ୍ପାନୀର ଦୀର୍ଘକାଳୀନ ବ୍ୟାବସାୟିକ ଯୋଜନା ସ୍ୱଷ୍ଟ ଅନୁମାନ କରାଯାଇପାରେ । ମଞ୍ଚ ମୁଖ୍ୟତଃ ବିଜ୍ଞାପନଭିତ୍ତିକ ଆୟ ପ୍ରତି ଦୃଷ୍ଟି ରଖିଥିବା ସ୍ଥଳେ ପ୍ରାଥମିକ ଅବସ୍ଥାରେ ଉପଭୋକ୍ତା ସଂଖ୍ୟା ବୃଦ୍ଧିପ୍ରତିଗୁରୁତ୍ୱ ଦେଉଛି ।

Related Post