ଆଜିର ଖାସ ଖବର
Wed. May 27th, 2026

କୁଟୁଣିପଦର ଶୈବପୀଠ ପରିଦର୍ଶନ କଲେ ଜିଲ୍ଲାପାଳ   

By Admin_Dainkasha Oct30,2025

କାକିରିଗୁମା କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ପରବ ୨୦୨୫ ନଭେମ୍ବର ୧୨ ରେ ଲକ୍ଷ୍ମୀପୁର ବ୍ଳକ କୁସୁମୁଗୁଡା ପଞ୍ଚାୟତର କୁଟୁଣିପଦର ଶୈବ ପୀଠରୁ ଶୁଭାରମ୍ଭ ହେବାକୁ ନିଷ୍ପତି ନିଆ ଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଏସପି ରୋହିତ ବର୍ମା, ଆଇଏଏସ ପ୍ରବେଶନାରୀ ସନ୍ତୋଷ କୁମାର ପ୍ରଧାନ,ସିଡିଓ ବେଣୁଧର ଶବର, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ,ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ , ସିଡିଏମପିଏଚଓ ଡାକ୍ତର ରବିନ୍ଦ୍ର ନାଥ ମିଶ୍ର, ବିଡିଓ ସବ୍ୟସାଚି ବେହେରା କୁଟୁଣିପଦର ଶୈବପୀଠ ପରିଦର୍ଶନ କରିଛନ୍ତି। ପରବ ଉଦ୍ଘାଟନୀ ସମାରୋହ କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ, ଟ୍ରାଫିକ ନିୟନ୍ତ୍ରଣ, ଲୋକଙ୍କ ଯାତାୟାତ, ପାର୍କିଂ ବ୍ୟବସ୍ଥା ବିଷୟରେ ସମୀକ୍ଷା କରି ଏକ ରୋଡମେପ ପ୍ରସ୍ତୁତ କରି ଥିବା ଜଣା ପଡିଛି।


Related Post