ଆଜିର ଖାସ ଖବର
Mon. Jun 1st, 2026

ଡିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ

By Dainikasha Jul12,2024

ଭାରତୀୟ ପାଠକ ସର୍ବେକ୍ଷଣ ‘ଇଣ୍ଡିଆନ ରିଡ଼ରସିପସର୍ଭେ’ର ୨୦୧୯ ବର୍ଷ ପାଇଁ ଦ୍ୱିତୀୟ ତ୍ରୈୟମାସିକ ଗଣନାରେ ମୁଦ୍ରିତ ସମ୍ୱାଦପତ୍ର ପାଠକ ସଂଖ୍ୟା ସାମାନ୍ୟ କମି ଆସୁଥିବା ସ୍ଥଳେ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ ବୃଦ୍ଧି ପାଇଥିବା ସଙ୍କେତ ମିଳିଛି । ମିଡ଼ିଆ ରିସର୍ଚ୍ଚୟୁଜର୍ସ କାଉନସିଲ ଆନୁକୂଲ୍ୟରେ ଦେଶବ୍ୟାପୀ ୩ ଲକ୍ଷ ୩୬ ହଜାର ପରିବାରଙ୍କ ମଧ୍ୟରେ ସମ୍ୱାଦ ପଠନ ଅଭ୍ୟାସ ସର୍ବେକ୍ଷଣ କରି ପ୍ରସ୍ତୁତ ଅନୁଶୀଳନ ୨୦୧୯ ଅଗଷ୍ଟ ୧୪ ତାରିଖ ଦିନ ପ୍ରକାଶିତ ହୋଇଛି । ପ୍ରକାଶଥାଉକି ୨୦୧୯ ରୁ ପ୍ରତି ତ୍ରୈୟମାସିକଭିତ୍ତିରେ ସମ୍ୱାଦ ପାଠକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଏପ୍ରିଲ ୨୦୧୯ରେ ପ୍ରଥମ ତ୍ରୈୟମାସିକ ଅନୁଶୀଳନ ପ୍ରକାଶ ପରେ ଅଗଷ୍ଟ ୨୦୧୯ରେ କ୍ରମାନ୍ଵୟରେ ଦ୍ୱିତୀୟ ଉଦ୍ୟମ ।

ଭାରତରେ ମୁଦ୍ରିତ ସମ୍ୱାଦପତ୍ରର ମୋଟ ପାଠକ ସଂଖ୍ୟା ୨୦୧୯ର ପ୍ରଥମ ତ୍ରୈୟମାସିକ ଗଣନାରେ ୩୬.୮ ପ୍ରତିଶତ ଥିବା ସ୍ଥଳେ ଦ୍ୱିତୀୟ ତ୍ରୈୟମାସିକ ଗଣନାରେ ୩୫.୮ ପ୍ରତିଶତକୁ କମିଆସିଛି । ଅପରପକ୍ଷେ ଡିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ ପ୍ରଥମ ତ୍ରୈୟମାସିକ ଗଣନାରେ ୧୩.୮ ପ୍ରତିଶତରୁ ଦ୍ୱିତୀୟ ତ୍ରୈୟମାସିକ ଗଣନାରେ ୧୫ ପ୍ରତିଶତକୁ ବଢ଼ିଛି । ଅର୍ଥାତ ମୁଦ୍ରିତ ପାଠକ ସଂଖ୍ୟା ଏକ ପ୍ରତିଶତ କମିଥିବା ବେଳେ ଡିଜିଟାଲ ଆହରଣ ୧.୨ ପ୍ରତିଶତ ବଢ଼ିଛି ।

ମୁଦ୍ରିତ ସମ୍ୱାଦପତ୍ରର ମୋଟ ପାଠକ ସଂଖ୍ୟା ୨୦୧୭ ଗଣନାରେ ୩୬.୮ ପ୍ରତିଶତ ଥିବା ସ୍ଥଳେ ଡିଜିଟାଲ ମଞ୍ଚରେ ଆହରଣ ସଂଖ୍ୟା ୯ ପ୍ରତିଶତ ରହିଥିଲା । ଅର୍ଥାତ ୨୦୧୭ରୁ ୨୦୧୯ ଦୁଇ ବର୍ଷ ମଧ୍ୟରେ ମୁଦ୍ରିତ ସମ୍ୱାଦପତ୍ରର ପାଠକ ସଂଖ୍ୟାରେ ବୃଦ୍ଧି ନଘଟିଥିବା ସ୍ଥଳେ ଡ଼ିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ ଛଅ ପ୍ରତିଶତ ବୃଦ୍ଧିପ୍ରାପ୍ତ ହୋଇଛି ।

ମୁଦ୍ରିତ ସମ୍ୱାଦପତ୍ର ସ୍ଥିତାବସ୍ଥା ଅନୁଧ୍ୟାନରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ସମ୍ୱାଦପତ୍ରକିତା ‘କପି’ ପିଛା ପାଠକ ସଂଖ୍ୟା କ୍ରମଶଃ କମି ଆସୁଥିବା ଲକ୍ଷ୍ୟ କରାଯାଇଛି । ଆମ ଦେଶରେ ଖଣ୍ଡିଏ ସମ୍ୱାଦପତ୍ରକୁ ଏକାଧିକ ପାଠକ ପଢ଼ିଥାନ୍ତି । ପରିବାରପକ୍ଷରୁସମ୍ୱାଦପତ୍ର ଗ୍ରାହକ ଶ୍ରେଣୀଭୁକ୍ତହେଉଥିବା ସ୍ଥଳେ ଖଣ୍ଡିଏ ସମ୍ୱାଦପତ୍ର ପରିବାରର ସମସ୍ତ ସଦସ୍ୟ ପାଠ କରନ୍ତି ଏବଂ ଦୋକାନ,ବିଭିନ୍ନ ପ୍ରତିଷ୍ଠାନ ଗୁଡ଼ିକରେ ଉପଲବ୍ଧ ସମ୍ୱାଦପତ୍ରଗୁଡ଼ିକ ସଂଖ୍ୟାଧିକ କର୍ମଚାରୀ, ଗ୍ରାହକ କିମ୍ୱା ଅନ୍ୟାନ୍ୟ ବ୍ୟକ୍ତିବିଶେଷ ପଢ଼ିଥାନ୍ତି ।ଗଣନା ଅନୁଯାୟୀ ମୁଦ୍ରିତ ସଂବାଦପତ୍ର ଖଣ୍ଡ ପିଛା ପାଠକ ସଂଖ୍ୟା ଭାରତୀୟ ଭାଷାରେ ପ୍ରକାଶିତ ସମ୍ୱାଦପତ୍ରଗୁଡ଼ିକକ୍ଷେତ୍ରରେ ୨୦୧୭ରେ ୮.୭ ପ୍ରତିଶତ ଥିବା ସ୍ଥଳେ ୨୦୧୯ରେ ୮.୧ ପ୍ରତିଶତକୁ କମିଛି ।

ଇଣ୍ଡିଆନ ରିଡ଼ରସିପସର୍ଭେ ୨୦୧୯ ଦ୍ୱିତୀୟ ତ୍ରୈୟମାସିକ ଅନୁଧ୍ୟାନ ବିବରଣୀର ସାରାଂଶରେ ଓଡ଼ିଆର ଦୁଇଗୋଟି ସମ୍ୱାଦପତ୍ର‘ସମ୍ୱାଦ’ ଓ ‘ସମାଜ’ର ମୋଟ ପାଠକ ସଂଖ୍ୟା ଉଲ୍ଲେଖ କରାଯାଇଛି । ପ୍ରଥମ ସ୍ଥାନରେ ଅବସ୍ଥାପିତ ‘ସମ୍ୱାଦ’ର ପାଠକ ସଂଖ୍ୟା ପ୍ରଥମ ତ୍ରୟସାସିକ ଗଣନାରେ ୬୫ ଲକ୍ଷ ୯୮ ହଜାର ଥିବା ସ୍ଥଳେ ଦ୍ୱିତୀୟ ତ୍ରୈୟମାସିକଗଣାନରେ ୬୬ ଲକ୍ଷ ୫୬ ହଜାରରେ ପହଞ୍ଚିଛି । ସେହିପରି ଦ୍ୱିତୀୟ ସ୍ଥାନରେ ‘ସମାଜ’ ପ୍ରଥମ ତ୍ରୈୟମାସିକ ଗଣନାରେ ୫୪ ଲକ୍ଷ ୬୩ ହଜାର ଥିବା ସ୍ଥଳେ ଦ୍ୱିତୀୟ ତ୍ରୈୟମାସିକ ଗଣନାରେ ୫୫ ଲକ୍ଷ ୯୪ ହଜାର ପହଞ୍ଚିଛି । ତେବେ ‘ସମାଜ’ର ଲକ୍ଷେ ଏକତିରିଶି ହଜାର ପାଠକ ବୃଦ୍ଧି ଘଟିଥିବା ବେଳେ ‘ସମ୍ୱାଦ’ ମାତ୍ର ୫୮ ହଜାର ପାଠକ ବୃଦ୍ଧି ସଂଭବପର ହୋଇଛି ।

ଓଡ଼ିଆ ସମ୍ୱାଦପତ୍ର କ୍ଷେତ୍ରରେ ୨୦୧୯ ଦ୍ୱିତୀୟ ତ୍ରୈୟମାସିକ ପାଠକ ଗଣନାରେ ଅଭିବୃଦ୍ଧି ନିମନ୍ତେ କେତେକାଂଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ପରିବେଶକୁ ଦାୟୀ କରାଯାଇପାରେ । ରାଜ୍ୟରେ ଆଞ୍ଚଳିକସ୍ତରରେ ରାଜନୀତି ଗଣମାଧ୍ୟମ ଉପଯୋଗରେ ମୁଖ୍ୟତଃ ମୁଦ୍ରିତ ସମ୍ୱାଦପତ୍ର ଆଶ୍ରିତ ଥିବା ହେତୁ ନିର୍ବାଚନ ସମୟରେ ପାଠକ ସଂଖ୍ୟା ବୃଦ୍ଧି ସମ୍ଭବପର । ଟେଲିଭିଜନ ଏପର୍ଯ୍ୟନ୍ତ ତୃଣମୂଳସ୍ତରର ସମ୍ୱାଦ ପରିବେଷଣ ନିମନ୍ତେ କାର୍ଯ୍ୟକ୍ରମରେ ସ୍ଥାନ ସୃଷ୍ଟି କରିପାରିନଥିବା ତଥା ସମ୍ୱାଦ ସଂଗ୍ରହ ବ୍ୟବସ୍ଥା ପ୍ରଯୋଜନା କରିପାରି ନାହିଁ । ଅନ୍ୟପକ୍ଷରେ ଇଣ୍ଟରନେଟର ବ୍ୟାପ୍ତି ଓ ବ୍ୟବହାର ବୃଦ୍ଧି ପାଇଚାଲିଥିଲେ ହେଁ ସମ୍ୱାଦ ୱେବସାଇଟଗୁଡ଼ିକପୂର୍ଣ୍ଣରୂପେ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଏହି ପରିପ୍ରେକ୍ଷୀରେ ମୁଦ୍ରିତ ସମ୍ୱାଦପତ୍ର ତୃଣମୂଳସ୍ତରର ସମ୍ୱାଦ ପରିବେଷଣରେପ୍ରଭାବ ଅକ୍ଷୁର୍ଣ୍ଣ ରଖିପାରିଛି ।

ଓଡ଼ିଆ ଦୈନିକ ସମ୍ୱାଦପତ୍ରପ୍ରସାରଣ କ୍ଷେତ୍ରରେ ସମ୍ୱାଦ ଓ ସମାଜ ପରକୁ ପ୍ରମେୟ, ଧରିତ୍ରୀ ଓ ସମୟ ଆଗୁଆ ରହିଆସିଛନ୍ତି । ତେବେ ୨୦୧୯ରେ ଦ୍ୱିତୀୟ ତ୍ରୈୟମାସିକସମୟସୀମା କାହିଁକି ବର୍ଷ ବର୍ଷ ଧରି ପ୍ରସାରଣ କିମ୍ୱା ପାଠକ ବୃଦ୍ଧି ନିମନ୍ତେ  ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକସଂପାଦକୀୟ ନୀତିରେ କୌଣସି ପରିବର୍ତ୍ତନ ଆଣିପାରି ନାହାନ୍ତି । କାଁଭାଁ ବିକ୍ରୀବଟା ‘ମାର୍କେଟିଂ’ ଉଦ୍ୟମରେ ଗ୍ରାହକ ବୃଦ୍ଧି ନିମନ୍ତେ କାର୍ଯ୍ୟକ୍ରମମାନଉପଯୋଗ କରି ସାମାନ୍ୟ ସଫଳତା ହାସଲ କରିଥାନ୍ତି । ସମ୍ୱାଦପତ୍ରର ଲୋକପ୍ରିୟତା ଯେ ସଂପାଦକୀୟ ନୀତି ଉପରେ ଶିକ୍ଷିତ ଓ ନବସାକ୍ଷରସମସ୍ତବର୍ଗରେପାଠକଶ୍ରେଣୀରଲୋକପ୍ରିୟତା ନିର୍ଭରଶୀଳ ଏବଂ ଏଭଳି ଏକ ପଦାର୍ଥ ଦୈନନ୍ଦିନ ବ୍ୟବହୃତ ହେଉଥିବା ହେତୁ ଆଙ୍ଗୀକରେ ଘନ ଘନ ପରିବର୍ତ୍ତନ ଆବଶ୍ୟକ କରେ-ଏହି ଦୁଇଗୋଟି ତତ୍ତ୍ୱ ଗୁରୁତ୍ୱ ଉପଯୋଗ କରାଯାଇପାରେନା । ଅବଶ୍ୟ ସମ୍ୱାଦପତ୍ରପ୍ରକାଶନ ବିଭିନ୍ନ ଲକ୍ଷ୍ୟ ସିଦ୍ଧିରେ ପର୍ଯ୍ୟବସିତ ରହୁଥିବା ହେତୁ ଅନ୍ୟ କ୍ଷେତ୍ରରେ କତ୍ତୃତ୍ୱ ଯେ ବ୍ୟାବସାୟିକ ଦିଗପ୍ରତିଧ୍ୟାନ ଆକର୍ଷଣରେ ପ୍ରତିବନ୍ଧକ ଏକଥା ମଧ୍ୟ କୈଫୟିତ ରୂପେ ଗ୍ରହଣ କରାଯାଇପାରେ !

ଇଣ୍ଡିଆନ ରିଡ଼ରସିପସର୍ଭେ ୨୦୧୯ ଦ୍ୱିତୀୟ ତ୍ରୈୟମାସିକ ସର୍ବେକ୍ଷଣରେ ମୋଟ ୮୪,୬୫୬ ବ୍ୟକ୍ତିଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଏମାନେ ସମସ୍ତେ ୧୨ ବର୍ଷ ବୟସରୁ ଉର୍ଦ୍ଧ୍ୱ । ଏହି ନମୂନାରେ ଓଡ଼ିଶାର ୨,୫୦୧ ଜଣ ସାମିଲ ହୋଇଥିଲେ । ସର୍ବେକ୍ଷଣ ଗଣତିରେ ରାଷ୍ଟ୍ରୀୟସ୍ତରରେ ମୁଦ୍ରଣ, ଟେଲିଭିଜନ, ରେଡ଼ିଓ ଓ ସିନେମା କ୍ଷେତ୍ରରେ ୨୦୧୯ ପ୍ରଥମ ତ୍ରୈୟମାସିକ ଗଣନା ସ୍ଥିତାବସ୍ଥା ସହ ଦ୍ୱିତୀୟ ତ୍ରୈୟମାସିକ ଗଣନା ପ୍ରାୟ ସମାନ ରହିଥିବା ଜଣାଯାଏ । ତେବେ ଡିଜିଟାଲ ମଞ୍ଚର ବ୍ୟବହାରରେ ସାମାନ୍ୟ ପରିବର୍ତ୍ତନ ଉଲ୍ଲେଖଯୋଗ୍ୟ । ଆମ ଦେଶରେ ଇଣ୍ଟରନେଟ ମାଧ୍ୟମରେ ମୁଦ୍ରିତ ସମ୍ୱାଦପତ୍ରର ପ୍ରତିରୂପ ପଠନ ଓ ଲୋକପ୍ରିୟ ଟେଲିଭିଜନ ସମ୍ୱାଦ ବୁଲେଟିନ ଆହରଣ ମୁଖ୍ୟ ସ୍ଥାନ ଅଧିକାର କରିଥାଏ । ଡିଜିଟାଲ ମଞ୍ଚରେ ସମ୍ୱାଦ ଆହରଣ ପ୍ରଥମ ତ୍ରୈୟମାସିକ ଗଣନାରେ ୧୨.୧ ରୁ ଦ୍ୱିତୀୟ ତ୍ରୈୟମାସିକ ଗଣନାରେ ୧୩.୪ କୁ ବୃଦ୍ଧି ପାଇଛି ।

ଗଣମାଧ୍ୟମ ସମୀକ୍ଷକମାନେ ଡିଜିଟାଲ ମଞ୍ଚର ବ୍ୟବହାର ବୃଦ୍ଧି ସତ୍ତ୍ୱେନିକଟ ଭବିଷ୍ୟତରେ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ସମ୍ୱାଦର ଲୋକପ୍ରିୟତାର ସ୍ଥାୟୀତ୍ୱ ସଂପର୍କରେ ଆଶାବାଦୀ । ଏହା ଯୁକ୍ତିଯୁକ୍ତ ମନେହୁଏ । ଆନ୍ତର୍ଜାତିକସ୍ତରରେ ଅନେକ ରାଷ୍ଟ୍ରରେ ଗଣମାଧ୍ୟମ ସଂପୃକ୍ତି ହାରାହାରି ଦୈନିକ ସାତଘଣ୍ଟା ହିସାବ କରାଯାଉଥିବା ସ୍ଥଳେ ଭାରତରେ ପାଞ୍ଚ ଘଣ୍ଟାରେ ଥିବା ହେତୁ ଏହି କ୍ଷେତ୍ରରେ ବୃଦ୍ଧି ସଂଭବପର । ହୁଏତ ଡିଜିଟାଲ ମଞ୍ଚ ଅଭିବୃଦ୍ଧିରେ ସିଂହଭାଗଦାବୀ କରିପାରେ । କିନ୍ତୁ ଆଗାମୀ ତିନିରୁ ପାଞ୍ଚ ବର୍ଷ ଯାଏଁ ଉଭୟ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନର ଅଭିବୃଦ୍ଧି ହାର ବଳବତ୍ତର ରହିପାରେ । ତେବେ ୨୦୨୨ ରୁ ୨୫ ମଧ୍ୟରେ ଭାରତରେ ଇଣ୍ଟରନେଟ ସଂଯୁକ୍ତି ୮୦ ପ୍ରତିଶତ ଯାଏଁ ପହଞ୍ଚିବା ଆଶା କରାଯାଏ ।

ସବୁଗୁଡ଼ିକଗଣମାଧ୍ୟମ ବିଜ୍ଞାପନ ଆଶ୍ରିତ ହୋଇଥିବା ସ୍ଥଳେକୃତ୍ରିମବୁଦ୍ଧିମତ୍ତାଭଳିଆଧୁନିକ ବୈଷୟିକ କୌଶଳ ପ୍ରୟୋଗରେ ବିଜ୍ଞାପନଦାତାଙ୍କୁ ଉପଭୋକ୍ତା ସମ୍ମୁଖରେ ନିଜକୁ ବିଜ୍ଞାପିତ କରିବା ନିମନ୍ତେ କେଉଁ ମଞ୍ଚ ଉପଯୋଗୀ ହେବ ତାହା ଆକଳନ କରିବା ସମୟ ଆସି ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ମୁଦ୍ରିତ ସମ୍ୱାଦପତ୍ର କ୍ଷେତ୍ରରେ ବ୍ୟବସାୟିକ ଧାରା ‘ମଡ଼େଲ’ରେ ପରିବର୍ତ୍ତନ ଜରୁରିହେବା ଯେ ଅବଶ୍ୟମ୍ଭାବୀ ଏହା ଦୂରଦ୍ରଷ୍ଟାମାନଙ୍କଆକଳନ । ପୁଣି ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକଉନ୍ମେଷରୁ ଅଭ୍ୟସ୍ତ ବ୍ୟାବସାୟିକ ଧାରା ପରିବର୍ତ୍ତନ ପାଇଁ ଯେ ପାଞ୍ଚ ସାତ ବର୍ଷ ଆଖି ପିଛୁଳାକେ ଉଭେଇଯିବ ଏକଥାରେ କେହି ଦ୍ୱିମତ ହେବେ ନାହିଁ ।

ଏହି ଦୃଷ୍ଟିରୁ ଇଣ୍ଡିଆନ ରିଡ଼ରସିପସର୍ଭେ ୨୦୧୯ର ପ୍ରଥମ ଓ ଦ୍ୱିତୀୟ ତ୍ରୈୟମାସିକ ବିବରଣୀରସୁକ୍ଷାତିସୁକ୍ଷ୍ମ ବିଶ୍ଳେଷଣ ଗୁରୁତ୍ୱ ବହନ କରିଥାଏ ।

Related Post