ଆଜିର ଖାସ ଖବର
Mon. Jul 27th, 2026

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ରକ୍ତଦାନ ଶିବିର ଅନଷ୍ଠିତ

By Admin_Dainkasha Apr7,2025

-୨୩୦ ୟୁନିଟ୍ ରକ୍ତ ସଂଗ୍ରହ

କଳିଙ୍ଗନଗର, ଏପ୍ରିଲ ୭,୨୦୨୫: ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ସୋମବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜଏଣ୍ଟ ଡିପାର୍ଟମେଣ୍ଟାଲ କାଉନସିଲ୍ (ଜେଡିସି), ଇସ୍ପାତ ଓ ମିଲ୍ସ, ଟିଏସକେ, ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯାଜପୁର ରୋଡ଼ ସ୍ଥିତ ବ୍ଲଡ ବ୍ୟାଙ୍କ ଏବଂ କଟକ ସ୍ଥିତ ରେଡକ୍ରସ ବ୍ଲଡ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗରସ୍ଥିତ ପ୍ଲଟ-୨ ଅଡିଟୋରିୟମରେ ଆୟୋଜିତ ଶିବିରରେ ୨୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ଓଡ଼ିଶା ରକ୍ତ କେନ୍ଦ୍ରର ଡାକ୍ତର ସୁଜିତ ମନୋହର ଯୋଗଦେଇଥିଲେ। ଟାଟା ଷ୍ଟିଲ କଳିଙ୍ଗନଗରସ୍ଥିତ ଷ୍ଟିଲ ମେଲଟିଂ ସପର ମୁଖ୍ୟ ଆଶୁତୋଷ କୁମାର, ଟାଟା ଷ୍ଟିଲ କଳିଙ୍ଗନଗରର ହଟ୍ ଷ୍ଟ୍ରିପ୍ ମିଲ୍ ମୁଖ୍ୟ ତୁହିନ ଚାଟାର୍ଜୀ ଓ ଟାଟା ଷ୍ଟିଲ କଳିଙ୍ଗନଗରର ବୃତ୍ତିଗତ ସ୍ୱାସ୍ଥ୍ୟ ସେବାର ବରିଷ୍ଠ ରେଜିଷ୍ଟ୍ରାର ଡ. ପ୍ରଶାନ୍ତ ଦାସଙ୍କ ଉପସ୍ଥିତିରେ ଏହି ରକ୍ତଦାନ ଶିବିରକୁ ଯାଜପୁର ଓଡ଼ିଶା ରକ୍ତ କେନ୍ଦ୍ରର ଡାକ୍ତର ସୁଜିତ ମନୋହର ଓ ଟିଏସକେର କୋଲ୍ଡ ରୋଲିଂ ମିଲ୍ ମୁଖ୍ୟ ପ୍ରବୀଣ ଭି ଥାମ୍ପି ଉଦ୍‌ଘାଟନ କରିଥିଲେ। ଟାଟା ଷ୍ଟିଲ କର୍ମଚାରୀ, ଠିକା କର୍ମଚାରୀ ଏବଂ ଭେଣ୍ଡର ପାର୍ଟନରଙ୍କ ଅଂଶଗ୍ରହଣ ଅତ୍ୟନ୍ତ ଉତ୍ସାହଜନକ ଥିଲା, ଯାହା ସ୍ଥାନୀୟ ଲୋକଙ୍କ ମଙ୍ଗଳ ପ୍ରତି ଏକ ଦୃଢ଼ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଥିଲା। ସମସ୍ତ ରକ୍ତଦାତାଙ୍କୁ ସେମାନଙ୍କ ଏହି ମହାନ ଅବଦାନକୁ ସ୍ୱୀକୃତି ସ୍ୱରୂପ ମାନପତ୍ର ପ୍ରଦାନ କରାଯାଇଥିଲା।

ଜେଡିସି, ଷ୍ଟିଲ ଆଣ୍ଡ ମିଲ୍ସ, ଟାଟା ଷ୍ଟିଲ କଳିଙ୍ଗନଗରର ନେତୃତ୍ୱରେ ଏହି ପଦକ୍ଷେପ ରକ୍ତ ଭଣ୍ଡାରକୁ ସୁଦୃଢ଼ କରିବା ଏବଂ ସ୍ଥାନୀୟ ଲୋକଙ୍କର ସ୍ୱାସ୍ଥ୍ୟ ସେବା ଆବଶ୍ୟକତାକୁ ପୁରାଣ କରିବାର ଲକ୍ଷ୍ୟ ରଖିଛି। ଏହି ଶିବିରରେ ଜେଡିସି, ଷ୍ଟିଲ ଆଣ୍ଡ ମିଲ୍ସ, ଟିଏସକେର ପ୍ରତିନିଧି ଏବଂ ମାନବ ସମ୍ବଳ ପରିଚାଳନା ବିଭାଗ, ଟାଟା ଷ୍ଟିଲ କଳିଙ୍ଗନଗରର ଅଧିକାରୀମାନେ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ସୁଚର୍ ରୂପେ ପରିଚାଳନା କରିଥିଲେ।

ଏହି ରକ୍ତଦାନ ଶିବିର ସ୍ଥାନୀୟ ସ୍ୱାସ୍ଥ୍ୟ ସେବାକୁ ସହଯୋଗ କରିବା ପାଇଁ ଟାଟା ଷ୍ଟିଲ କଳିଙ୍ଗନଗରର ଚାଲିଥିବା ଅଭିଯାନର ଏକ ଅଂଶ ବିଶେଷ, ନିୟମିତ ବ୍ୟବଧାନରେ କମ୍ପାନୀ ପକ୍ଷରୁ ଏପରି ରକ୍ତଦାନ ଶିବିର ମାନ ଆୟୋଜନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗତ ଫେବ୍ରୁଆରି ମାସରେ ହୋଇଥିବା ରକ୍ତଦାନ ଶିବିରରେ ରେକର୍ଡ ୫୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା, ଯେଉଁଥିରେ ଟାଟା ଷ୍ଟିଲ୍ ର ସ୍ଥାନୀୟ ଅଞ୍ଚଳର ଥିବା ରକ୍ତ ଭଣ୍ଡାର ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ର ରେ ସହଯୋଗ ପାଇଁ ଉତ୍ସର୍ଗୀକୃତ ଥିଲା।

Related Post