ଆଜିର ଖାସ ଖବର
Thu. Apr 16th, 2026

ସାମ୍ବାଦିକଙ୍କ ସୁରକ୍ଷାର ପ୍ରତିଶ୍ରୁତି ଦେଲେ ଆଇନମନ୍ତ୍ରୀ

ଭୁବନେଶ୍ୱର, ୦୩/୦୫: ସାମ୍ବାଦିକମାନଙ୍କ ସ୍ୱାଧୀନତା ଓ ସୁରକ୍ଷା ପ୍ରତି ପ୍ରତିବଦ୍ଧତାର ପ୍ରତିଶ୍ରୁତି ଦେଇଛନ୍ତି ଓଡିଶା ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଉକôଳ ସାମ୍ବାଦିକ ସଂଘ ଅନୁବନ୍ଦିତ ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କରିଛନ୍ତି, “ଅତୀତରେ କଣ ଘଟିଛି କି ନଘଟିଛି ତାହା ଅଲଗା କଥା; ସାମ୍ବାଦିକମାନେ ତୃତୀୟ ମହଲା କିମ୍ବା ବିଧାନସଭା ଲବି ଭିତରକୁ ଯାଇପାରିଲେ କି ନଯାଇପାରିଲେ ତାହା ପ୍ରସଙ୍ଗ ନୁହେଁ, କିନ୍ତୁ ସାମ୍ବାଦିକମାନଙ୍କ ସ୍ୱାଧୀନତା ଏବଂ ନିରପେକ୍ଷତା ଉପରେ ଯଦି କେବେ ବି ଆଂଚ ଆସେ ମନ୍ତ୍ରୀମଣ୍ଡଳରେ ଥାଇ ମଧ୍ୟ ମୁଁ ସାମ୍ବାଦିକମାନଙ୍କ ସହିତ ରହିବି” ।ଭୁବନେଶ୍ୱର ସ୍ଥିତ ହୋଟେଲ ସୂର୍ଯ୍ୟାଂଶରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ତଥା ରାଜ୍ୟ ବାହାରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ସହିତ ଜଡିତ ସାମ୍ବାଦିକମାନେ ଯୋଗଦେଇଥିଲେ । ଉକôଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ମଂଚାସୀନ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ୱର-ଏକାମ୍ର ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ପ୍ରିୟଦର୍ଶି ମିଶ୍ର, ବିଶିଷ୍ଟ ସମାଜସେବୀ ଜଗନ୍ନାଥ ପ୍ରଧାନ, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଷୋୟୀ, ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, ଉତ୍କଳ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, ତେଲେଙ୍ଗାନାର ବରିଷ୍ଠ ପତ୍ରକାର ସେକ୍ ଇସ୍ଲାବୁଦ୍ଦିନ ପ୍ରମୁଖ ଯୋଗଦେଇଥିଲେ ।ସାମ୍ବାଦିକତାରେ ନିରପେକ୍ଷତାକୁ ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, “ଏକ ସମ୍ବାଦ ପରିବେଶଣର ଲକ୍ଷ୍ୟ ହେଉଛି ଘଟଣାଟି ଲୋକଲୋଚନକୁ ଆସିବା, ପ୍ରଶାସନିକ ଓ ସରକାରଙ୍କ ସୃଷ୍ଟିଆକର୍ଷଣ କରିବା । ଏଥିରେ ବେଳେବେଳେ ନିଶ୍ଚିତ ଭାବରେ ବାଧାସୃଷ୍ଟି ହୁଏ ।” ସେ ଗତ ସରକାରକୁ ଇଙ୍ଗୀତ କରି କହିଥିଲେ, “ଯେତେବେଳେ ଏକ ସମ୍ବାଦ ପରିବେଶଣ ହେଉଥିଲା ସରକାରରେ ଥିବା ଭାଇମାନେ ତା’ର ସମାଧାନ ରାସ୍ତାକୁ ନଯାଇ ସେଥିରେ ପ୍ରତିକ୍ରିୟାଶୀଳ ହେବା ଆରମ୍ଭ କରିବାର ବିଭିନ୍ନ ସମୟରେ ଦେଖାଯାଇଛି । ବର୍ତ୍ତମାନ ସରକାରର ସମାଲୋଚନାକୁ ଡରିବା ଭଳି ବିଲକ୍ଷଣ ଅନ୍ତତଃ ଏଇ ବର୍ଷମ ମଧ୍ୟରେ ଦେଖିବାକୁ ମିଳିନାହିଁ ।”କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ସାମ୍ବାଦିକମାନେ ନିଜ ବୃତ୍ତିଗତ ଜୀବନର ଅନୁଭୂତି ଏବଂ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାକୁ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ମାଧବାନନ୍ଦ ବେଉରା । ଏହି ଅବସରରେ କର୍ପୋରେଟର ଅମରେଶ ଜେନା, ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ସୁରେଶ ସ୍ୱାଇଁ, ମୁକେଶ ପରିଡା, ଦୀପକ ବେହେରା, ସୋଆର ଲୋକସମ୍ପର୍କ ଅଧିକାରିଣୀ ଶୁଭଦର୍ଶିନୀ ମିଶ୍ର ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା ।

Related Post