
* ବେଆଇନ ବାଲିଘାଟ କୁ ପ୍ରଶାସନିକ ଅଧିକାରୀଙ୍କ ପରିଭ୍ରମଣ*
ଗଞ୍ଜାମ: ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ପଞ୍ଚାୟତ ଅଧୀନ ପଢାଳ ଗ୍ରାମ ହଦରୁ ବେଆଇନ ବାଲି ଉତ୍ତୋଳନ ସ୍ଥଳ ବୁଲି ଦେଖିଲେ ପ୍ରଶାସନିକ ଅଧିକାରୀ ମାନେ।ଏହା…….. ଧର୍ମ କୁ ଆଖି ଠାର ଭଳି ମନେହୁଏ। ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ବେଧଡକ ବାଲି ଉତ୍ତୋଳନ କ୍ରମାନ୍ୱୟରେ ଚାଲିଛି। ଗ୍ରାମ ବାସୀ ବାରମ୍ବାର ଦରଖାସ୍ତ ଗୁହାରି କରିବା ସତ୍ବେ କାହିଁକି ଯେ ବେଆଇନ ସ୍ଥଳ ରୁ ବାଲି ଉତ୍ତୋଳନ ଜାରି ରଖିଛନ୍ତି ବାଲି ମାଫିଆ।ପ୍ରକୃତ ପକ୍ଷେ ‘ନରସିଂହପଲୀ’ ସେମାନଙ୍କ ନିଲାମ ଏରିଆ। କାହା ଇଙ୍ଗିତ ରେ ଜବରଦସ୍ତ ( ଲିଜ ନଥିବା ସ୍ଥଳରୁ) ବାଲି ଉତ୍ତୋଳନ କରୁଛନ୍ତି। ଖୁଲମଖୁଲା ଚାଲେଞ୍ଜ କରୁଛନ୍ତି ଗ୍ରାମ ବାସୀଙ୍କୁ ବେଧଡକ ବାଲି ଉତ୍ତୋଳନ କରି।
ଆଜି ଘଟଣା ସ୍ଥଳକୁ ଆସିକା ଅତିରିକ୍ତ ତହସିଲଦାର ଶ୍ରୀ ଦେବିପ୍ରସାଦ ବାରିକ, ଖଣି ବିଭାଗ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସାମଲ, ଆସିକା ଥାନାଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ପଟ୍ଟନାୟକ ଓ ତହସିଲ ମୂଖ୍ୟ କିରାଣୀ ଶ୍ରୀ ଜ୍ଞାନ ଚାନ୍ଦ ମାହାନ୍ତି ଉଭୟ ଘଟଣା ସ୍ଥଳକୁ ବୁଲି ଦେଖିଥିଲେ। ପୂର୍ବରୁ ଖବର ପାଇ ହିଟାଚି କୁ ଉତ୍ତୋଳନ ସ୍ଥଳରୁ ପଶ୍ଚିମ କୁ ନେଇ ଏକ କାଶତଣ୍ଡି ଲଟା ନିକଟରେ ରଖି ଦେଇଛନ୍ତି। ଅଧିକାରୀ ମାନେ ଅପରାହ୍ନ ରେ ଘଟଣା ସ୍ଥଳ ବୁଲି ଦେଖିଲେ ସନ୍ଧ୍ୟା ନଇଁଲେ ପୁଣି ବାଲି ଉତ୍ତୋଳନ ଜାରି ରହିଲା
ଅଞ୍ଚଳ ବାସୀଙ୍କ କହିବାନୁଯାୟୀ ଗ୍ରାମ ବାସୀଙ୍କୁ ଚ୍ୟାଲେଞ୍ଜ ଦେଇ ପ୍ରଶାସନିକ ଅଧିକାରୀଙ୍କ ସହ ସଲାସୁତୁରା ରେ ବେଧଡକ ବାଲି ଉତ୍ତୋଳନ କରି ଚାଲାଣ କରାଯାଉଛି। ଦୈନିକ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର ଏପଟେ ପାଣି ମୁନ୍ଦାଏ ପାଇଁ ଗ୍ରାମବାସୀ ସଙ୍ଘର୍ଷ କରୁଛନ୍ତି।
ପଢାଳ ଜୟପୁର ଗ୍ରାମବାସୀଙ୍କ ମିଳିତ ଭାବେ ଲିଖିତ ଅଭିଯୋଗ କରିଚାଲିଛନ୍ତି।ଖୋଲା ଚ୍ୟାଲେଞ୍ଜ ଦେଇ ବେଧଡକ ବାଲି ଉତ୍ତୋଳନ ଜାରି ରଖିଛନ୍ତି।ଏଠି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି କାହିଁକି ସେମାନେ ବେଆଇନ କାର୍ଯ୍ୟକଳାପ ରୁ ନିବୃତ୍ତ ହେଉନାହାନ୍ତି। ଗ୍ରାମ ବାସୀଙ୍କ ଅଭିଯୋଗ ହେଉଛି ଅଧିକାରୀ ମାନେ ଘଟଣାସ୍ଥଳ ବୁଲି ଚାଲିଯାଉଛନ୍ତି ପୁନଃରାୟ ପୂର୍ବ ଭଳି ବାଲି ଉତ୍ତୋଳନ ଜାରି ରଖିଛନ୍ତି। ଏତାଦୃଶ କୁ ପରଖିଲେ ସ୍ବଷ୍ଟ ଅନୁମେୟ ହେଉଛି ଯେ ମୋଟା ରକମର………. ପ୍ରାପ୍ତ କରିଛନ୍ତି। ” ତୁ ଗୁହାରି କରିବୁ ଯାହାକୁ ମୁଁ ନିଜର କରିଛି ତାହାକୁ”
ଏଠି ଯେତେ ଜଣା କଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ କର୍ଣ ପାତ କରନ୍ତି ନାହିଁ।କେବଳ ଏଠି ଔପଚାରିକତା କରି ଚାଲିଛନ୍ତି ଅଧିକାରୀ ମାନେ
ଯଦି ଉତ୍ତୋଳନ କାରୀ ମାନେ ଅଞ୍ଚଳରୁ ବାଲି ଉତ୍ତୋଳନ ବନ୍ଦ ନ କରନ୍ତି ଗ୍ରାମ ବାସୀ ମାନେ ଉତ୍ତକ୍ଷିପ୍ତ ହୋଇ କିଛି ବି କରିପାରନ୍ତି ଯାହାକି ମିଡ଼ିଆ ଆଗରେ ନିଜ ନିଜର ପରିଭାଷା ପରିପ୍ରକାଶ କରିଛନ୍ତି। ଏଥିପାଇଁ ଯାହାବି ସମାସ୍ୟା ଉପୁଜେ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
ଘଟଣା ସ୍ଥଳରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀଙ୍କ ଆଗରେ ପରି ପ୍ରକାଶ କରି କହିଲେ ଅତିତ ରେ ଘଟିଯାଇଥିବା ଘଟଣା ବଳୀକୁ।ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଗ୍ରାମ ବାସୀ ପ୍ରଶାସନିକ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତିି।
