ଆଜିର ଖାସ ଖବର
Wed. Jul 29th, 2026

ଟାଟା ଷ୍ଟିଲର ଯୋଡ଼ା ଇଷ୍ଟ ଏବଂ ଖଣ୍ଡବନ୍ଧ ଖଣିକୁ ସ୍ଥାୟୀ ଅଭ୍ୟାସ ପାଇଁ ୫ ତାରକା ରେଟିଂ ପୁରସ୍କାର

By Admin_Dainkasha Jul8,2025
Tata Steel's Joda East and Khondbond Mines Receive Five Star Rating Awards for Sustainable Practices
Tata Steel's Joda East and Khondbond Mines Receive Five Star Rating Awards for Sustainable Practices
ଭୁବନେଶ୍ୱର/ଯୋଡା, ୭/୭/୨୦୨୫: ଟାଟା ଷ୍ଟିଲର ଯୋଡ଼ା ଇଷ୍ଟ୍ ଲୌହ ଖଣି ଏବଂ ଖଣ୍ଡବନ୍ଧ ଖଣି କୁ ସମ୍ମାନଜନକ ଷ୍ଟାର ରେଟିଂ ଆୱାର୍ଡ, ରାଜସ୍ଥାନର ଜୟପୁରସ୍ଥିତ ରାଜସ୍ଥାନ ଇଣ୍ଟରନ୍ୟାସନାଲ ସେଣ୍ଟରରେ ସୋମବାର ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଷ୍ଟାର ରେଟିଂ ଆୱାର୍ଡ କାର୍ଯ୍ୟକ୍ରମରେ ପ୍ରଦାନ କରାଯାଇଛି।

ଅନେକ ପ୍ରଶଂସନୀୟ ପରିବେଶ ଅନୁକୂଳ କାର୍ଯ୍ୟ ଏବଂ ପରିଚାଳନା ଉତ୍କର୍ଷ ନିମନ୍ତେ ପ୍ରଥମ ଥର ପାଇଁ ଖଣ୍ଡବନ୍ଧ ଖଣି ପଞ୍ଚ ତାରକା ରେଟିଂ ପୁରସ୍କାର ହାସଲ କରିଛି।

ସୂଚନାଯୋଗ୍ୟ ଯେ, ଯୋଡ଼ା ଇଷ୍ଟ ଖଣି ଏପର୍ଯ୍ୟନ୍ତ ଚତୁର୍ଥ ଥର ପାଇଁ ୫ ତାରକା ରେଟିଂ ପୁରସ୍କାର ପାଇଛି।

ଏହି ଅବସରରେ, ଝାଡ଼ଖଣ୍ଡରେ ଅବସ୍ଥିତ କମ୍ପାନିର ନୁଆମୁଣ୍ଡି ଲୌହ ଖଣି ସାତ ଷ୍ଟାର ରେଟିଂ ପୁରସ୍କାର ଲାଭ କରିଛି । ଏହି ପ୍ରତିଷ୍ଠିତ ପୁରସ୍କାର ପାଇଥିବା ସାରା ଦେଶର ମାତ୍ର ତିନୋଟି ଖଣି ମଧ୍ୟରୁ ନୁଆମୁଣ୍ଡି ଖଣି ଅନ୍ଯତମ। ୨୦୧୭ ମସିହାରେ ଏହି ପୁରସ୍କାର ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ନୁଆମୁଣ୍ଡି ଖଣି ଲଗାତାର ଆଠ ବର୍ଷ ଧରି ପଞ୍ଚ ତାରକା ରେଟିଂ ହାସଲ କରିଛି।

କମ୍ପାନୀର ଓଏମ୍‌କ୍ୟୁ ଡିଭିଜନର
ମହାପ୍ରବନ୍ଧକ ଅତୁଲ କୁମାର ଭଟ୍ଟନାଗର ଏବଂ ନୁଆମୁଣ୍ଡି ଖଣି ଚିଫ ଡି. ବିଜୟେନ୍ଦ୍ର, ନୁଆମୁଣ୍ଡି ଖଣି
ପୁରସ୍କାର ଗ୍ରହଣ କରିଥିଲେ। ସେହିପରି, ଯୋଡ଼ା ଇଷ୍ଟ ଖଣି ଚିଫ ରାଜେଶ କୁମାର ସେହି ଖଣି ପୁରସ୍କାର ଗ୍ରହଣ କରିଥିଲେ I ଖଣ୍ଡବନ୍ଧ ଖଣି ପାଇଁ ଉଦ୍ଦିଷ୍ଟ ପୁରସ୍କାର ଖଣ୍ଡବନ୍ଧ ଖଣି ଚିଫ ଜି.ଭି. ସତ୍ୟନାରାୟଣ ଏବଂ ଓଏମକ୍ୟୁ ଡିଭିଜନ ପ୍ଲାନିଂ ଚିଫ ଅବନିଶ କୁମାର ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ଭାରତ ସରକାରଙ୍କ କୋଇଲା ଏବଂ ଖଣି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ରାଜସ୍ଥାନର ମାନ୍ୟବର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏବଂ ଭାରତ ସରକାରଙ୍କ କୋଇଲା ଏବଂ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏହି ଅବସରରେ ଉପସ୍ଥିତ ଥିଲେ।

ଏହି ସମ୍ମାନ ପାଇବା ପରିପ୍ରେକ୍ଷୀରେ ଭାଇସ ପ୍ରେସିଡେଣ୍ଟ (ର-ମ୍ୟାଟେରିଆଲ ଡିଭିଜନ) ସନ୍ଦୀପ କୁମାର କହିଛନ୍ତି ଯେ, “ଆମେ ଏହି ପୁରସ୍କାର ପାଇଥିବାରୁ ଗର୍ବିତ, ଯାହା ଆମର ସ୍ଥାୟୀ ଖନନ ପ୍ରତି ରହିଥିବା ଦୃଢ ପ୍ରତିବଦ୍ଧତାର ପ୍ରମାଣ। ଟାଟା ଷ୍ଟିଲରେ ଆମେ ନିରନ୍ତର ନବସୃଜନ ଏବଂ ଉତ୍ତରଦାୟିତ୍ୱପୂର୍ଣ୍ଣ ଖନନ ପ୍ରଣାଳୀ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରୁଛୁ, ଯାହା ଖଣିଜ ସଂରକ୍ଷଣ, ପରିବେଶ ସୁରକ୍ଷା ଏବଂ ଗୋଷ୍ଠୀ ବିକାଶରେ ସହାୟକ ହୋଇଛି। ଏଥିସହ ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଏବଂ ଅନ୍ତର୍ଭୂକ୍ତିକରଣ ବିଶ୍ୱ ସୃଷ୍ଟି କରିବାରେ ସହାୟକ ହୋଇଛି।’’

ଖଣି ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଉଥିବା ତାରକା ରେଟିଂ ପ୍ରଣାଳୀ ଖଣି କାର୍ଯ୍ୟକଳାପକୁ ବିଭିନ୍ନ ପ୍ରକାର ମାନଦଣ୍ଡ ଯଥା କାର୍ଯ୍ୟକାରୀ ଦକ୍ଷତା, ପରିବେଶ ପରିଚାଳନା, ସୁରକ୍ଷା ମାନକ, ଗୋଷ୍ଠୀ ବିକାଶ ଏବଂ ସ୍ଥାୟୀ ଅଭ୍ୟାସ ଆଧାରରେ ମୂଲ୍ୟାଙ୍କନ କରାଯାଇଥାଏ।

ଟାଟା ଷ୍ଟିଲର ନୁଆମୁଣ୍ଡି ଖଣି, ଯୋଡ଼ା ଇଷ୍ଟ ଖଣି ଏବଂ ଖଣ୍ଡବନ୍ଧ ଖଣି ଆଧୁନିକ ପ୍ରଯୁକ୍ତି ଏବଂ ସର୍ବୋତ୍ତମ ଖନନ ପ୍ରଣାଳୀ କାର୍ଯ୍ୟକାରୀ କରିବାରେ ଶିଳ୍ପରେ ଅଗ୍ରଣୀ ରହିଛନ୍ତି। ଏହି ଖଣିଗୁଡ଼ିକ ପ୍ରଦର୍ଶନ ମାନଦଣ୍ଡ ହାସଲ କରିବା ଲାଗି ଅତ୍ୟାଧୁନିକ ଖନନ ସଫ୍ଟୱେୟାର, ଡ୍ରୋନ, ଫ୍ଲିଟ ପରିଚାଳନା ପ୍ରଣାଳୀ, ରିମୋଟ-ନିୟନ୍ତ୍ରିତ ଡ୍ରିଲ୍ ଏବଂ ବାସ୍ତବ ସମୟ ଗୁଣବତ୍ତା ପର୍ଯ୍ୟବେକ୍ଷଣ ପ୍ରଣାଳୀ ଆଦି ବ୍ୟବହାର କରୁଛନ୍ତି।

ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଶିକ୍ଷା ଏବଂ ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା, ଜୀବିକା, ଦକ୍ଷତା ବିକାଶ ଏବଂ ସାମଗ୍ରିକ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଅନେକ ଉଦ୍ୟମ ଗ୍ରହଣ କରାଯାଇଛି।

ଟାଟା ଷ୍ଟିଲ ଖଣି କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ମାନଦଣ୍ଡ ସ୍ଥାପନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। କମ୍ପାନି ନିଜର ସମସ୍ତ ଖଣି କାର୍ଯ୍ୟକଳାପରେ ସୁରକ୍ଷା, ସ୍ଥାୟୀତ୍ୱ ଏବଂ ଉତ୍କର୍ଷତାର ସଂସ୍କୃତି ସୁଦୃଢ଼ କରିବା ପାଇଁ ସମର୍ପିତ ରହିଛି।

Related Post