ଆଜିର ଖାସ ଖବର
Sat. May 30th, 2026

ବିଜ୍ଞାପନ ଆୟରେ ମାନ୍ଦାବସ୍ଥା

By Dainikasha Jul12,2024

ଭାରତୀୟ ଅର୍ଥନୀତିରେ ପ୍ରଥମେ ନିର୍ମାଣ ଶିଳ୍ପ, ତା’ପରକୁ ମଟରଗାଡ଼ି ଏବଂ ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଆୟବ୍ୟୟହିସାବଫର୍ଦ୍ଦରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ବିକ୍ରୀବଟା ହ୍ରାସ ହେତୁ ମାନ୍ଦାବସ୍ଥାପରିଲକ୍ଷିତ ହୋଇଥିବା ଚର୍ଚ୍ଚିତ ବିଷୟବସ୍ତୁ । ଏହାର ସିଧାସଳଖ ପ୍ରଭାବ ଗଣମାଧ୍ୟମର ବିଭିନ୍ନ ମଞ୍ଚରେ ବିଜ୍ଞାପନ ଆୟରେପଡିଥିବା ହିସାବ କରାଯାଉଛି ।

ଦେଶର ସମ୍ୱାଦପତ୍ର, ଟେଲିଭିଜନ ଓ ଅନଲାଇନ ଇତ୍ୟାଦି ଗଣମାଧ୍ୟମ ମଞ୍ଚ ଗୁଡ଼ିକ ମୁଖ୍ୟତଃ ବିଜ୍ଞାପନ ଆଶ୍ରିତ ବ୍ୟାବସାୟିକ ଧାରା ‘ମଡ଼େଲ’ରେ ପର୍ଯ୍ୟବସିତ । ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ବାର୍ଷିକ ବ୍ୟବସାୟ ‘ଟର୍ଣ୍ଣଓଭର’ ଏକ ଲକ୍ଷ ୬୭ ହଜାର ୪୦୦ କୋଟି ଛୁଉଁଥିବା ସ୍ଥଳେ ସେଥିରେ ୩୦ ହଜାର ୫୫୦ କୋଟି ବିଜ୍ଞାପନ ରାଜସ୍ୱ ଅନ୍ତର୍ଭୁକ୍ତ । ବିଜ୍ଞାପନ ଆୟରେ ମାନ୍ଦାବସ୍ଥା ଯଦି ୨୦୧୯-୨୦ ଆର୍ଥିକ ବର୍ଷର ତୃତୀୟ ଓ ଚ଼ତୁର୍ଥତ୍ରୈୟମାସିକ ପର୍ଯ୍ୟାୟରେ ବଳବତ୍ତର ରହେ ତେବେ ଗଣମାଧ୍ୟମ ବ୍ୟବସାୟ କ୍ଷତିର ସମ୍ମୁଖୀନ ହେବା ସୁନିଶ୍ଚିତ ।

ପାଶ୍ଚାତ୍ୟ ବିକଶିତ ରାଷ୍ଟ୍ରଗୁଡ଼ିକରେ ମୁଦ୍ରଣ ଓ ଟେଲିଭିଜନ ଉଭୟ ବ୍ୟବସାୟରେ ଦୀର୍ଘକାଳ ଧରି ମାନ୍ଦାବସ୍ଥା ଲାଗି ରହିଥିଲେ ହେଁ ୨୦୧୮ ସୁଦ୍ଧା ଭାରତୀୟ ଗଣମାଧ୍ୟମରେ ବିଜ୍ଞାପନ ଅଭିବୃଦ୍ଧିହାର୧୩ ପ୍ରତିଶତ ଗଣିତ କରାଯାଉଥିଲା । ପରବର୍ତ୍ତୀ ୨୦୧୯ର ପ୍ରଥମାର୍ଦ୍ଧରେ ଲୋକସଭା ଓ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ସତ୍ତ୍ୱେ ନିର୍ବାଚନୀ ବିଜ୍ଞାପନକୁ ଯୋଗକରି ପ୍ରମୁଖ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକ ଅଭିବୃଦ୍ଧି ହାର ହ୍ରାସ ପାଇଥିବା ପ୍ରକାଶ କରିଛନ୍ତି ।

ଗଣମାଧ୍ୟମ ବିଜ୍ଞାପନ ଅର୍ଥନୀତିରେ ଆମ ଦେଶରେ ମଟରଗାଡ଼ି, ଶିକ୍ଷା ଓ ସରକାରୀ ବିଜ୍ଞାପନ ଆୟ ମୁଦ୍ରଣ ମଞ୍ଚରେ ୪୦ ପ୍ରତିଶତ ଦାବୀ କରିଥାଏ । ୨୦୧୯ ବର୍ଷ ଆରମ୍ଭରୁ ମଟରଗାଡ଼ି ବିକ୍ରୀ ତିନି ତ୍ରୈମାସିକ ପର୍ଯ୍ୟାୟରେ ହ୍ରାସ ପାଇ ଚାଲିଛି । ଏହାର ବିଭିନ୍ନ କାରଣ ମଧ୍ୟରେ ଗ୍ରାହକଙ୍କ ହାତରେ ପୁଞ୍ଜି ଅଭାବ, ବିମୁଦ୍ରାୟନ ପରବର୍ତ୍ତୀ ଅବସ୍ଥାରେ ସ୍ୱଚ୍ଛତା ଓ ଦ୍ରବ୍ୟସେବା କର ଲାଗୁପରେ ବ୍ୟାବସାୟିକ ପୁର୍ନବିନ୍ୟାସ, ପେଟ୍ରୋଲ ଓ ଡିଜେଲ ଯାନବାହାନ ବିରୋଧୀ ସରକାରୀ ନୀତି ଇତ୍ୟାଦିକୁ ଦାୟୀ କରାଯାଇପାରେ । ଶିକ୍ଷାଶେଷରେନିଯୁକ୍ତି ଅଭାବ ହେତୁ ଉଚ୍ଚଶିକ୍ଷା ତଥା ଇଞ୍ଜିନିୟରିଂ ଶିକ୍ଷାପ୍ରତି ଛାତ୍ରଛାତ୍ରୀ ବିମୁଖ ହେଉଥିବା ଧାରା ଶିକ୍ଷା ସଂପର୍କୀତ ବିଜ୍ଞାପନ ବ୍ୟୟକୁ ପ୍ରଭାବିତ କରିବା ନିଶ୍ଚିତ । ହିସାବ ଅନୁଯାୟୀ ୨୦୧୯ର ପ୍ରଥମ ଦୁଇ ତ୍ରୈମାସିକ ପର୍ଯ୍ୟାୟରେ ନିର୍ବାଚନ ବ୍ୟୟକୁ ବାଦଦେଲେସରକାରୀ ବିଜ୍ଞାପନ ବ୍ୟୟ ପ୍ରାୟ ୫୦ ପ୍ରତିଶତ କମିଥିବା ଜଣାଯାଏ ।

ବ୍ୟାଙ୍କ ଓ ଅର୍ଥନୀତିକ ସେବା ଶିଳ୍ପଗୁଡ଼ିକ ପକ୍ଷରୁ ବିଜ୍ଞାପନ ବ୍ୟୟ ମଧ୍ୟ ଉଲ୍ଲେଖନୀୟ ସ୍ଥାନ ଅଧିକାର କରୁଥିବା ସ୍ଥଳେ ବ୍ୟାଙ୍କ କାରବାରରେ ବିଶୃଙ୍ଖଳାଜନିତକାରଣରୁ ଧୀମେଇ ଯାଇଛି । ପୂର୍ବରୁଚିଟଫଣ୍ଡଭଳି ସଞ୍ଚୟ ଓ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକର ସ୍ଥିତି ଦୋହଲି ଯାଇଥିବା ହେତୁ ସେହି କ୍ଷେତ୍ରରେ ବିଜ୍ଞାପନ ବ୍ୟୟ ପ୍ରାୟତଃ ଲୋପ ପାଇଛି । ନିର୍ମାଣ ଶିଳ୍ପରେ ବିମୁଦ୍ରାୟନ ପରଠାରୁ ବ୍ୟବସାୟ ମୋଟରୁ ଉଧେଇ ପାରୁନାହିଁ । ତେଣୁ ସେହି କ୍ଷେତ୍ରରେ ବିଜ୍ଞାପନ ବ୍ୟୟ ଆଶା କରାଯାଇନପାରେ । ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଥମ ଦୁଇ ତ୍ରୈୟମାସିକ ପର୍ଯ୍ୟାୟରେ ବିସ୍କୁଟ, ସାବୁନ ଓ ଶାମ୍ପୋର ଛୋଟ ପ୍ୟାକେଟ ଭଳି ସୌଖୀନ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ ବିକ୍ରୀରେ ଅବକ୍ଷୟ ଚିନ୍ତାର କାରଣ ପାଲଟିଛି ।

ବିଜ୍ଞାପନ ଆୟ ହ୍ରାସ ସଂପର୍କରେ ପ୍ରତିଷ୍ଠିତ ମୁଦ୍ରଣ ଗଣମାଧ୍ୟମ ମଞ୍ଚ ହିନ୍ଦୁସ୍ତାନ ଟାଇମସ ସହ ଦୈନିକ ଭାସ୍କର ଓ ଜାଗରଣ ପ୍ରକାଶନ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସିକ ପର୍ଯ୍ୟାୟରେ ବିଜ୍ଞାପନ ଆୟହ୍ରାସପ୍ରକାଶ୍ୟରେସ୍ୱୀକାର କରିଛନ୍ତି । ଇଂଲିଶ ଦୈନିକ ‘ହିନ୍ଦୁସ୍ତାନ ଟାଇମସ’ ଓ ହିନ୍ଦିଦୈନିକ ‘ହିନ୍ଦୁସ୍ତାନ’ର ପ୍ରକାଶକ ହିନ୍ଦୁସ୍ଥାନ ଟାଇମସ ମିଡିଆ ବିଜ୍ଞାପନ ଆୟ ୯ ପ୍ରତିଶତ ଖସି ଆସିଥିବା ଦର୍ଶାଇଛନ୍ତି । ସେହିପରି ହିନ୍ଦି‘ଦୈନିକ ଭାସ୍କର’ଓ ‘ଦୈନିକ ଜାଗରଣ’ପ୍ରକାଶକମାନେ ଯଥାକ୍ରମେ ୨.୮ ପ୍ରତିଶତ ଓ ୩.୨ ପ୍ରତିଶତ ବିଜ୍ଞାପନ ଆୟ ହ୍ରାସ ସୂଚନା ଦେଇଛନ୍ତି ।

ଅପରପକ୍ଷେ ଟେଲିଭିଜନ ମଞ୍ଚରେ ଷ୍ଟାର ଇଣ୍ଡିଆ ଗତ ବର୍ଷ ୪୨୫ କୋଟି ଟଙ୍କା କ୍ଷତି ସହିଥିବା ଜଣାଯାଏ । କୁହାଯାଉଛି ଯେ ଦେଶବ୍ୟାପୀ ୨୦୧୯ ଫେବୃୟାରୀମାସରୁ ଟେଲିଭିଜନ ଚ୍ୟାନେଲ ଗ୍ରାହକ ଚାନ୍ଦା ଦେୟରେ ପରିବର୍ତ୍ତନ ହେତୁ ଟେଲିଭିଜନ ଦର୍ଶକ ସଂଖ୍ୟା ହ୍ରାସ ବିଜ୍ଞାପନ ଆୟକୁ ସଙ୍କୁଚିତ କରିଛି ।

ଜାତୀୟ ଅଭିବୃଦ୍ଧି ହାର ‘ଜିଡ଼ିପି’ର ସ୍ଥିତି ସହ ବିଜ୍ଞାପନ ବ୍ୟୟ ସମତୁଲ ରହୁଥିବା ଲକ୍ଷ୍ୟ କରାଯାଏ । ଅଭିବୃଦ୍ଧି ହାର ବଢ଼ିଲେବିଜ୍ଞାପନ ବ୍ୟୟ ବଢ଼େ ଏବଂ ଅଭିବୃଦ୍ଧି ହାର କମିଲେ ବିଜ୍ଞାପନ ବ୍ୟୟ କମେ । ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଦୁଇ ତ୍ରୈମାସିକ ପର୍ଯ୍ୟାୟରେ ଅଭିବୃଦ୍ଧି ହାର ଅପେକ୍ଷାକୃତ କମରହିଥିବା ସ୍ଥଳେ ତାହାର ପ୍ରଭାବରେ ବିଜ୍ଞାପନ ବ୍ୟୟ କମୁଥିବା କାରଣଭାବେ ଦର୍ଶାଯାଉଛି ।

ଭାରତୀୟ ଗଣମାଧ୍ୟମ ମଞ୍ଚଗୁଡ଼ିକରେ ବିଜ୍ଞାପନ ବ୍ୟୟ ହ୍ରାସ ସୃଜନ ପ୍ରକ୍ରିୟାକୁ ଶୀଥିଳକରିପକାଏ । ବିଜ୍ଞାପନ ଆୟକୁ ଭିତ୍ତିକରି ଦେଶର ପ୍ରମୁଖ ମୁଦ୍ରିତ ସମ୍ୱାଦପତ୍ରଗୁଡ଼ିକ ପୃଷ୍ଠା ସଂଖ୍ୟା ୨୦୧୯ ଜୁଲାଇରୁ କାଟସାଟ କରିଥିବା ଦେଖିବାକୁ ମିଳିଥିଲା । ସମ୍ୱାଦପତ୍ରର ମୁଖ୍ୟ କଞ୍ଚାମାଲ ଚାରି ପୃଷ୍ଠା କାଗଜର ମୂଲ୍ୟ ପ୍ରାୟ ଏକ ଟଙ୍କା ହିସାବ କରାଯାଉଥିବା ସ୍ଥଳେ ୧୨ ପୃଷ୍ଠା ମୁଦ୍ରିତ ସମ୍ୱାଦପତ୍ରର ବିକ୍ରୀ ମୂଲ୍ୟ ତିନିଟଙ୍କା କିମ୍ୱା ୧୬ ରୁ ୨୦ ପୃଷ୍ଠା ମୁଦ୍ରିତ ସମ୍ୱାଦପତ୍ରର ବିକ୍ରୀ ମୂଲ୍ୟ ପାଞ୍ଚ ଟଙ୍କାରେ ସୀମିତ ରଖିବା ସଂଭବପର ହୋଇନପାରେ । ଅର୍ଥନୀତିକ ମାନ୍ଦାବସ୍ଥା ହେତୁ ବ୍ୟାବସାୟିକ ବିଜ୍ଞାପନ ବ୍ୟୟ ହ୍ରାସ ସହ ଡିଜିଟାଲ ମଞ୍ଚକୁ ବିଜ୍ଞାପନ ସ୍ଥାନାନ୍ତର ମଧ୍ୟ ମୁଦ୍ରଣ ପ୍ରକାଶନ ଶିଳ୍ପ ଅବସ୍ଥାକୁ ଜଟିଳ କରିପକାଉଛି ।

ସରକାରୀ ଓ ଅର୍ଦ୍ଧସରକାରୀକାର୍ଯ୍ୟାଳୟଗୁଡ଼ିକରେଡ଼ିଜିଟାଲ କାରବାରକୁ ପ୍ରୋତ୍ସାହିତ କରାଯାଉଥିବା ସ୍ଥଳେ ଟେଣ୍ଡର ବିଜ୍ଞପ୍ତି ଇତ୍ୟାଦି ଡ଼ିଜିଟାଲ ମଞ୍ଚରେ ପ୍ରକାଶନକୁ ଅଗ୍ରାଧିକାର ଦିଆଯାଉଛି । ଫଳରେ ସରକାରୀ ବିଜ୍ଞାପନ ବ୍ୟୟ ମଧ୍ୟ ଅର୍ଦ୍ଧାଧିକ କମି ଆସିଥିବା ହିସାବ କରାଯାଉଛି ।କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଦ୍ରଣ ବିଜ୍ଞାପନ ଦେୟ ପରିମାଣ ବୃଦ୍ଧି କରାଯାଇଥିଲେହେଁ ତାହାର ସୁଫଳ ପ୍ରକାଶକମାନେ ପାଇପାରୁ ନାହାନ୍ତି ।

ଓଡ଼ିଶାରେ ଉଭୟ ମୁଦ୍ରିତ ସମ୍ୱାଦପତ୍ର ଓ ଟେଲିଭିଜନ ଚ୍ୟାନେଲଗୁଡ଼ିକ ବିଜ୍ଞାପନ ଆଶ୍ରିତ ହୋଇଥିବା ସ୍ଥଳେ ସରକାରୀ ବିଜ୍ଞାପନକୁ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ୨୦୧୯-୨୦ ଆର୍ଥିକ ବର୍ଷ ପ୍ରାରମ୍ଭରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେତୁ ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଓ ଦଳୀୟ ବିଜ୍ଞାପନ ପାଇଥିଲେ ।କିନ୍ତୁପରବର୍ତ୍ତୀ ତ୍ରୈୟମାସିକ ପର୍ଯ୍ୟାୟରେ ନଗଣ୍ୟସ୍ତରକୁକମିଆସିବା ସ୍ୱାଭାବିକ ।

ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ବ୍ୟାବସାୟିକ ବିଜ୍ଞାପନ ବ୍ୟୟ ହ୍ରାସ କାରଣରୁ ବହୁଳ ପ୍ରସାରିତ ତିନି ଚାରିଗୋଟି ଓଡ଼ିଆ ସମ୍ୱାଦପତ୍ରକ୍ଷତିସହିବା ସ୍ଥଳେ ସରକାରୀ ବିଜ୍ଞାପନ ବ୍ୟୟ ହ୍ରାସ ଦ୍ୱାରା ଆଗଧାଡିରଅନ୍ୟ ଅଧଡ଼ଜନେଓଡ଼ିଆ ସମ୍ୱାଦପତ୍ର ପ୍ରଭାବିତ ହେବେ । ଏହି ଅବସରରେ ଗ୍ରାହକ ଚାନ୍ଦା ବୃଦ୍ଧି ଅପରିହାର୍ଯ୍ୟ ହୋଇପଡିଥିବା ବେଳେ ଓଡ଼ିଆ ସମ୍ୱାଦପତ୍ରପୃଷ୍ଠାଗୁଡ଼ିକରେ ପାଠକଙ୍କ ବ୍ୟବହାରଯୋଗ୍ୟ ଉପାଦାନ ଅଭାବରେ କିପରି ସମନ୍ୱୟସ୍ଥାପନ କରିପାରିବେ ତାହା ଚିନ୍ତାର ବିଷୟ । ସମାଜର ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗର ନବ-ସାକ୍ଷରମାନେ ପୋଷାକ, ବିସ୍କୁଟ, ସାବୁନ ଶାମ୍ପୋକୁନିୟମିତ ସଉଦା ତାଲିକାରୁ ବାଦ ଦେଉଥିବା ସ୍ଥଳେ ସମ୍ୱାଦପତ୍ରକୁଖଣ୍ଡ ପିଛା ଦୈନିକ ପ୍ରଭାତରେ ଛଅରୁ ଆଠଟଙ୍କା ଗଣିବେକି ତାହା ଏକ ପ୍ରଶ୍ନବାଚୀ !

Related Post