ଆଜିର ଖାସ ଖବର
Wed. Oct 28th, 2026

ବନ୍ଧନ ବ୍ୟାଙ୍କର ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ମୋଟ ବ୍ୟବସାୟରେ ୧୧ ପ୍ରତିଶତ ବୃଦ୍ଧି ହାସଲ

By Admin_Dainkasha Oct28,2026

ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ର ଫଳାଫଳ ଘୋଷଣା କରିଛି । ବ୍ୟାଙ୍କର ମୋଟ ବ୍ୟବସାୟ ବାର୍ଷିକ ୧୧ ପ୍ରତିଶତ ରୁ ଅଧିକ ବୃଦ୍ଧି ପାଇ ୩.୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇ ଶେଷ ହୋଇଛି । ମୋଟ ଜମାରେ ବ୍ୟାଙ୍କର ରିଟେଲ ଜମା ଅଂଶ ଏବେ ପ୍ରାୟ ୭୩ ପ୍ରତିଶତ ରେ ପହଞ୍ଚିଛି । ୨୦୨୬-୨୭ ଆର୍ଥିକ ବର୍ଷରେ ଦେଖାଯାଇଥିବା ଏହି ବ୍ୟବସାୟିକ ଅଭିବୃଦ୍ଧି ବ୍ୟାଙ୍କର ବିସ୍ତାରିତ ନେଟୱାର୍କ, ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ଶ୍ରେଷ୍ଠତା ପ୍ରତି ନିରନ୍ତର ପ୍ରଚେଷ୍ଟା ଦ୍ୱାରା ସମ୍ଭବ ହୋଇଛି । ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ଅର୍ଜିତ ନିଟ୍ ଲାଭ ୬୨୨ କୋଟି ଟଙ୍କା ରହିଛି ।
ବ୍ୟାଙ୍କ ଏବେ ଭାରତର ୩୬ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୩୫ ଟିରେ ଥିବା ୬,୪୦୦ ରୁ ଅଧିକ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ମାଧ୍ୟମରେ ପ୍ରାୟ ୩.୨ କୋଟି ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟରତ ମୋଟ କର୍ମଚାରୀଙ୍କ ସଂଖ୍ୟା ୭୫,୦୦୦ ରୁ ଅଧିକ ।
୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ, ବ୍ୟାଙ୍କ ନିଜର ଜମା ପରିମାଣରେ ବାର୍ଷିକ ୯ ପ୍ରତିଶତ ଅଭିବୃଦ୍ଧି ପଞ୍ଜୀକୃତ କରିଛି, ଏବଂ ମୋଟ ଜମା ପରିମାଣ ଏବେ ୧.୭୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ସମାନ ସମୟ ପାଇଁ ମୋଟ ଅଗ୍ରୀମ ୧.୫୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । କରେଣ୍ଟ ଆକାଉଣ୍ଟ ଏବଂ ସେଭିଙ୍ଗ୍ସ ଆକାଉଣ୍ଟ ଅନୁପାତ ୨୬.୭ ପ୍ରତିଶତ ରହିଛି । ଆର୍ଥିକ ସ୍ଥିରତାର ଏକ ମୁଖ୍ୟ ସୂଚକ ଭାବରେ ବ୍ୟାଙ୍କର କ୍ୟାପିଟାଲ୍ ଆଡିକ୍ୱେସି ରେସିଓ ୧୮.୩ ପ୍ରତିଶତ ରହିଛି, ଯାହା ନିୟାମକ ନିର୍ଦ୍ଧାରଣଠାରୁ ଯଥେଷ୍ଟ ଅଧିକ ।
ବ୍ୟାଙ୍କର ପ୍ରଦର୍ଶନ ସମ୍ପର୍କରେ କହି, ଏମ୍‌ଡି ଓ ସିଇଓ ପାର୍ଥ ପ୍ରତିମ ସେନଗୁପ୍ତା କହିଛନ୍ତି; “୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଆମର ପ୍ରଦର୍ଶନ ସୁସ୍ଥ ବ୍ୟବସାୟିକ ଅଭିବୃଦ୍ଧି ବଜାୟ ରଖିବା, ଜମା ସଂଗ୍ରହକୁ ଦ୍ରୁତ କରିବା, ଆମର ଋଣ ପୋର୍ଟଫୋଲିଓର ଗଠନରେ ସୁଧାର ଆଣିବା, ଆସେଟ୍ ଗୁଣବତ୍ତା ସୁରକ୍ଷିତ ରଖିବା ଏବଂ ଲାଭଦାୟକତାକୁ କ୍ରମାଗତ ଭାବରେ ସୁଦୃଢ଼ କରିବା ଉପରେ ଆମର ଗୁରୁତ୍ୱକୁ ଦର୍ଶାଉଛି । ମୋଟ ବ୍ୟବସାୟ ବାର୍ଷିକ ୧୧ ପ୍ରତିଶତ ରୁ ଅଧିକ ବୃଦ୍ଧି ପାଇ ୩.୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବା ଏବଂ ଅପରେଟିଂ ଲାଭ ଓ ଟ୍ୟାକ୍ସ ପରବର୍ତ୍ତୀ ଲାଭ (ପାଟ)ରେ ଉଲ୍ଲେଖନୀୟ ସୁଧାର ସହିତ, ଆମେ ଏହି ପ୍ରତ୍ୟେକ ପ୍ରାଥମିକତାରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ହାସଲ କରିଛୁ । ଆମେ ଆମର ରିଟେଲ୍ ଫ୍ରାଞ୍ଚାଇଜ୍‌କୁ ସୁଦୃଢ଼ କରିବା, ଗ୍ରାହକ ସମ୍ପର୍କକୁ ଗଭୀର କରିବା ଏବଂ ସମସ୍ତ ଅଂଶୀଦାରମାନଙ୍କୁ ଦୀର୍ଘମିଆଦୀ ମୂଲ୍ୟ ପ୍ରଦାନ କରିବା ଉପରେ ଧ୍ୟାନ ଦେବା ଜାରି ରଖିବୁ ।”
ବ୍ୟାଙ୍କ ନିଜର ଆସେଟ୍ ଆଧାରକୁ ବିବିଧ କରିବା ଉପରେ ଧ୍ୟାନ ଦେଉଛି, ଯେଉଁଥିରେ ରିଟେଲ ପୋର୍ଟଫୋଲିଓ ବୃଦ୍ଧି ଉପରେ ରଣନୈତିକ ଗୁରୁତ୍ୱ ଦିଆଯାଉଛି । ଦକ୍ଷତା ବୃଦ୍ଧି, ଉତ୍ପାଦନଶୀଳତା ସୁଧାରିବା ଏବଂ ଗ୍ରାହକଙ୍କ ଅନୁଭବକୁ ଉଚ୍ଚତର କରିବା ପାଇଁ ଡିଜିଟାଲାଇଜେସନ୍‌କୁ ଦ୍ରୁତତର କରିବା ଏକ ପ୍ରାଥମିକତା ହୋଇ ରହିଛି ।

Related Post