ଭୁବନେଶ୍ୱର: ଧନତେରସର ଶୁଭ ଅବସର ପୂର୍ବରୁ, ଟାଟା ଗ୍ରୁପର ଭାରତର ସର୍ବବୃହତ ଅଳଙ୍କାର ରିଟେଲ ବ୍ରାଣ୍ଡ “ତାନିସ୍କ’ ଅଭିନେତ୍ରୀ ତୃପ୍ତି ଡିମ୍ରୀଙ୍କୁ ନେଇ ଏହାର ସର୍ବଶେଷ ଅଳଙ୍କାର ସଂଗ୍ରହ “ଅଧ୍ୟନ୍ତରା’ ଲଞ୍ଚ କରିଛି । ମହାକାଶର ଅସୀମ ସୌନ୍ଦର୍ଯ୍ୟ ଏବଂ ରହସ୍ୟରୁ ପ୍ରେରଣା ପାଇଁ ଏହି ସଂଗ୍ରହ ବିଶ୍ୱର ବିସ୍ମୟକୁ ଆଧୁନିକ ନାରୀ ନିକଟକୁ ଆଣିଛି । ଦୂର ନକ୍ଷତ୍ରର ଚମକଠାରୁ ଆରମ୍ଭ କରି ମହାକାଶୀୟ ରୂପର ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ, “ଅଧ୍ୟନ୍ତରା’ ଏକ ଅସାଧାରଣ ଅନୁଭୂତି ପ୍ରଦାନ କରୁଛି ଯାହା କଳ୍ପନାକୁ ପରିଭାଷିତ କରୁଛି ।
ମହାକାଶ ସର୍ବଦା ଆଶ୍ଚର୍ଯ୍ୟ ଏବଂ ରହସ୍ୟରେ ଭର୍ତ୍ତି ରହିଛି । “ଅଧ୍ୟନ୍ତରା’ ଜରିଆରେ ତାନିସ୍କ ଭାରତୀୟ ଅଳଙ୍କାର ଶିଳ୍ପକଳା ମାଧ୍ୟମରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ଖସୁଥିବା ତାରାକୁ ଆଧୁନିକ ରୂପ ଦେଇଛି । ଏହି ସଂଗ୍ରହର ମୂଳ କେନ୍ଦ୍ରରେ ରହିଛନ୍ତି ଆଧୁନିକ ଭାରତୀୟ ନାରୀ: ଯିଏ ନିଜର ପରମ୍ପରା ସହ ଗଭୀର ଭାବେ ଜଡ଼ିତ, କିନ୍ତୁ ସବୁବେଳେ ନିଜକୁ ଆଧୁନିକ ରୂପରେ ପରିଭାଷିତ କରୁଛନ୍ତି ।
ଅଭିନେତ୍ରୀ ତୃପ୍ତି ଡିମ୍ରୀଙ୍କୁ ନେଇ ପ୍ରସ୍ତୁତ ଏହି ଅଭିଯାନ ସମ୍ଭାରର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଇଛି । ତାଙ୍କର ପ୍ରଦର୍ଶନ ଏହି ସଂଗ୍ରହ ପାଇଁ ଉଦ୍ଦିଷ୍ଟ ମହିଳାମାନଙ୍କ ଆତ୍ମବିଶ୍ୱାସ, ବ୍ୟକ୍ତିତ୍ୱ ଏବଂ ଆଧୁନିକ ଚିନ୍ତାଧାରାକୁ ସୁନ୍ଦର ଭାବେ ପ୍ରତିଫଳିତ କରୁଛି ।
ଗ୍ଲାସ କୁନ୍ଦନ, ପ୍ଲେନ ଜୁଏଲରୀ, ପ୍ଲେନ ଗୋଲ୍ଡ ଏବଂ ଅନକଟ୍ ଡାଇମଣ୍ଡ—ଏହି ଚାରୋଟି ବର୍ଗରେ ୧୦୦ ରୁ ଅଧିକ ଡିଜାଇନ୍ ରହିଛି । ହାର (ନେକଲେସ୍ ସେଟ୍), ଚୁଡ଼ି, ମଙ୍ଗଳସୂତ୍ର ଇତ୍ୟାଦି ୧୮ କ୍ୟାରେଟ୍ ଏବଂ ୨୨ କ୍ୟାରେଟ୍ ସୁନାରେ ତିଆରି ହୋଇଛି, ଯାହାର ଓଜନ ୩୦ ରୁ ୧୨୦ ଗ୍ରାମ ମଧ୍ୟରେ ରହିଛି । ଏଥିରେ ଥ୍ରୀ-ଇନ୍-ୱାନ, ଫ-ର୍ଇନ୍-ୱାନ୍ ଏବଂ ପାଇବ୍-ଇନ୍-ୱାନ୍ ମଡ୍ୟୁଲାର୍ ଡିଜାଇନ୍ ମଧ୍ୟ ରହିଛି, ଯାହାକୁ ବିଭିନ୍ନ ପ୍ରକାରେ ପରିଧାନ କରିପାରିବେ ।
ଏହି ଅବସରରେ ତାନିସ୍କର ମୁଖ୍ୟ ମାର୍କେଟିଂ ଅଧିକାରୀ ଶ୍ରୀମତୀ ପେଲିକ୍ ତେଷରିଙ୍ଗ୍ କହିଛନ୍ତି, “ଧନତେରସ ହେଉଛି ସମୃଦ୍ଧି, ଆଶା ଏବଂ ନୂତନ ଆରମ୍ଭର ପର୍ବ । “ଅଧ୍ୟନ୍ତରା’ ମାଧ୍ୟମରେ ଆମେ ମହାକାଶର ଅସୀମ ସୌନ୍ଦର୍ଯ୍ୟକୁ ଆମର ପ୍ରେରଣା ସାଜିଥିବା ମହିଳାମାନଙ୍କ ପାଖକୁ ଆଣିବାକୁ ଚେଷ୍ଟା କରିଛୁ । ଆମ ପାଇଁ ସେମାନେ ନିଜେ ଏକ ବିଶ୍ୱ ସଦୃଶ — ବହୁମୁଖୀ ଏବଂ ସଦା ବିକାଶଶୀଳ ।”
ଡିଜାଇନ୍ ମୁଖ୍ୟ ଶ୍ରୀମତୀ ଗରିମା ମହେଶ୍ୱରୀ କହିଛନ୍ତି, “ଅଧ୍ୟନ୍ତରା ଆମକୁ ଏକ ନୂତନ ଡିଜାଇନ୍ ଦୃଷ୍ଟିକୋଣରୁ ମହାକାଶକୁ ଅନୁସନ୍ଧାନ କରିବାର ସୁଯୋଗ ଦେଇଛି । ଏହି ମହାକାଶୀୟ ବିସ୍ମୟଗୁଡ଼ିକ ଅନନ୍ୟ ସିଲୁଏଟ୍ ଏବଂ ଜଟିଳ କାରିଗରୀରେ ପ୍ରକାଶ ପାଇଛି । ଏହାକୁ ସଫଳଭାବେ ଗଢିତୋଳିବା କରିବା ପାଇଁ କାରିଗଙ୍କ ନିକଟରେ ଅତୁଳନୀୟ ସଠିକତା ଏବଂ କଳାବୋଧର ଆବଶ୍ୟକତା ରହିଛି ।”
ଏହି ପର୍ବକୁ ଆହୁରି ଆନନ୍ଦଦାୟକ କରିବା ପାଇଁ, ତାନିସ୍କ ସୁନା ଅଳଙ୍କାର ଉପରେ ଗ୍ରାମ ପ୍ରତି ଫ୍ଲାଟ୍ ୩୦୧ ଟଙ୍କା ଛାଡ଼, ମେକିଂ ଚାର୍ଜ୍ ଉପରେ ୨୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ଏବଂ ଯେକୌଣସି ଜୁଏଲରୀରୁ ପୁରୁଣା ସୁନା (୧୮ କ୍ୟାରେଟ୍ ଏବଂ ତା’ଠାରୁ ଉର୍ଦ୍ଧ୍ୱ) ବଦଳାଇଲେ ଶୂନ ପ୍ରତିଶତ କାଟ୍ (ଶୂନ୍ୟ ପ୍ରତିଶତ ଡ଼ିଡକ୍ସନ) ଅଫର ପ୍ରଦାନ କରୁଛି ।
ତାନିସ୍କ ପକ୍ଷରୁ ଧନତେରସ ପାଇଁ ଲଞ୍ଚ ହେଲା ‘ଅଧ୍ୟନ୍ତରା’: ମହାକାଶର ଅସୀମ ସୌନ୍ଦର୍ଯ୍ୟକୁ ପ୍ରତିଫଳିତ କରୁଛି ଏହି ଅନନ୍ୟ ଅଳଙ୍କାର ସମ୍ଭାର

