ଆଜିର ଖାସ ଖବର
Wed. Apr 15th, 2026

ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୫ରେ ବେଦାନ୍ତ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ୧ ଲକ୍ଷ କୋଟି ଟଙ୍କା ଏମ୍‌ଓୟୁ ସ୍ୱାକ୍ଷରିତ

By Admin_Dainkasha Jan28,2025
Vedanta inks MoU worth Rs. 1 Lakh Crore with Govt. of Odisha at Utkarsh Odisha – Make in Odisha Conclave 2025

ଭୁବନେଶ୍ୱର: ପ୍ରାକୃତିକ ସମ୍ପଦ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ତଥା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାର ପ୍ରଗତିରେ ଅଂଶୀଦାର ଥିବା ବେଦାନ୍ତ ଲିମିଟେଡ୍ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ବିଶ୍ୱସ୍ତରୀୟ ନିବେଶ କନକ୍ଲେଭ ଉତ୍କର୍ଷ ଓଡ଼ିଶାର ପ୍ରଥମ ଦିନରେ ଆଜି ଓଡିଶା ସରକାରଙ୍କ ସହ ୧ ଲକ୍ଷ କୋଟି ଟଙ୍କାର ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଉତ୍କର୍ଷ ଓଡ଼ିଶାର ଉଦ୍‌ଘାଟନୀ ଦିନରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ସମଗ୍ର ରାଜ୍ୟରେ ବିଶ୍ୱସ୍ତରୀୟ ଆଲୁମିନିୟମ ଉତ୍ପାଦନ କାରଖାନା ପ୍ରତିଷ୍ଠା ଓ ନିରନ୍ତର ବିକାଶକୁ ପ୍ରୋତ୍ସାହନ ଦେଇ ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏହି ପରିବର୍ତନକାରୀ ପ୍ରତିବଦ୍ଧତାର ଲକ୍ଷ୍ୟ।
ଏହି ସହଭାଗିତା ମଧ୍ୟରେ ବାର୍ଷିକ ୩ ନିୟୁତ ଟନ୍ ଆଲୁମିନିୟମ ପ୍ଲାଂଟ୍ ଏବଂ ଆଲୁମିନିୟମ ପାର୍କର ବିକାଶ ଅନ୍ତର୍ଭୁକ୍ତ ରହିଛି ଯାହା ଆଲୁମିନିୟମ୍ ଉତ୍ପାଦର ଡାଉନଷ୍ଟ୍ରିମ୍ ଉତ୍ପାଦନକାରୀଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେବାକୁ ଯାଉଛି। ଏହି ପଦକ୍ଷେପ କେବଳ ବିଶ୍ୱ ଆଲୁମିନିୟମ ମୂଲ୍ୟ ଶୃଙ୍ଖଳାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସୁଦୃଢ଼ କରିବ ନାହିଁ, ବରଂ ୨ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଅଟୋମୋବାଇଲ, ଶକ୍ତି, ନିର୍ମାଣ ଏବଂ ଲଜିଷ୍ଟିକ୍ସ ଭଳି କ୍ଷେତ୍ରରେ ଏମଏସଏମଇ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ।
ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, “ବେଦାନ୍ତର ଅଭିବୃଦ୍ଧି କାହାଣୀରେ ଓଡ଼ିଶା ସର୍ବଦା ଅବିଚ୍ଛେଦ୍ୟ ଅଙ୍ଗ ରହିଆସିଛି ଏବଂ ଏହାର ସମ୍ବଳ ଭାରତର ଉନ୍ନତିରେ ଏକ ଅବିସ୍ମରଣୀୟ ଭୂମିକା ଗ୍ରହଣ କରିଛି। ଏହି ବୁଝାମଣାପତ୍ର ରାଜ୍ୟରେ ବ୍ୟାପକ ଶିଳ୍ପାୟନ ଏବଂ ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହାର ପ୍ରଗତି ପ୍ରତି ଆମର ପ୍ରତିବଦ୍ଧତାକୁ ଦୋହରାଇଛି। ଓଡ଼ିଶା ସରକାରଙ୍କ ସହ ଆମର ଦଶନ୍ଧି ଧରି ସହଯୋଗକୁ ସୁଦୃଢ଼ କରିବା, ରାଜ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ସ୍ଥାୟୀ ଅଭିବୃଦ୍ଧି, ଦକ୍ଷତା ବିକାଶ ଏବଂ ଉନ୍ନତ ମାନର ଜୀବନ ଧାରଣକୁ ସୁନିଶ୍ଚିତ କରିବା ପାଇଁ ଆମେ ଗର୍ବିତ।’’
ବେଦାନ୍ତର ବର୍ତମାନର ପୁଞ୍ଜିନିବେଶ ଯୋଗୁଁ ଲାଞ୍ଜିଗଡ଼ରେ ଏକ ବିଶ୍ୱସ୍ତରୀୟ ଆଲୁମିନା ବିଶୋଧନାଗାର ବ୍ୟତୀତ ଝାରସୁଗୁଡ଼ାରେ ବିଶ୍ୱର ସର୍ବବୃହତ ଆଲୁମିନିୟମ ସ୍ମେଲଟର ସୃଷ୍ଟି ହୋଇଛି ଯାହା ଓଡ଼ିଶାକୁ ଭାରତର ଆଲୁମିନିୟମ ହବ୍‌ରେ ପରିଣତ କରିବାରେ ସହାୟକ ହୋଇଛି। ସାରା ରାଜ୍ୟରେ ବଢୁଥିବା ଖଣି ପୋର୍ଟଫୋଲିଓ ବ୍ୟତୀତ ଭଦ୍ରକରେ ଫେରୋ କ୍ରୋମ୍ ଉତ୍ପାଦନ କରୁଥିବା ଦେଶର ଅଗ୍ରଣୀ ଉତ୍ପାଦନକାରୀଙ୍କ ମଧ୍ୟରେ କମ୍ପାନି ଫାକୋର୍ ମଧ୍ୟ ରହିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସୁବିଧା, ଦକ୍ଷତା ବିକାଶ କେନ୍ଦ୍ର ଏବଂ ନନ୍ଦଘର (ଆଧୁନିକ ଅଙ୍ଗନବାଡ଼ି କେନ୍ଦ୍ର) ସୃଷ୍ଟି ଉପରେ କଂପାନି ଗୁରୁତ୍ୱ ଦେବା ସହିତ ଓଡ଼ିଶାର ସାମଗ୍ରିକ ଗୋଷ୍ଠୀ ବିକାଶ ସୁନିଶ୍ଚିତ କରିବା ସହିତ ଏହାର ଆଖପାଖ ଅଂଚଳର ସାମାଜିକ-ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିଛି।
୨୦୩୦ ସୁଦ୍ଧା ଆଲୁମିନିୟମର ବିଶ୍ୱ ଚାହିଦା ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଥିବା ବେଳେ ଏହି ବୁଝାମଣାପତ୍ର ଏକ ଶିଳ୍ପ ଓ ଅର୍ଥନୈତିକ ମହାଶକ୍ତି ଭାବରେ ଓଡ଼ିଶାର ସ୍ଥିତିକୁ ସୁଦୃଢ଼ କରିବ ଏବଂ ଓଡ଼ିଶାର ରୂପାନ୍ତର ଏବଂ ଭାରତର ଶିଳ୍ପ ବିକାଶରେ ଏକ ଉତ୍‌ପ୍ରେରକ ଭାବେ ବେଦାନ୍ତର ଭୂମିକାକୁ ଦୋହରାଇଛି।

Related Post