ଆଜିର ଖାସ ଖବର
Sat. May 30th, 2026

ଟାଟା ଷ୍ଟିଲ୍‌ର ପଙ୍କଜ ସତିଜାଙ୍କୁ ସମ୍ମାନଜନକ ଆଲୁମ୍‌ନସ୍ ପୁରସ୍କାର

By Admin_Dainkasha Feb5,2025

ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଇଣ୍ଡିଆନ୍ ସ୍କୁଲ୍ ଅଫ୍ ମାଇନ୍‌ସ), ଧାନବାଦ ପକ୍ଷରୁ ଟାଟା ଷ୍ଟିଲ୍‌ର ଫେରୋ ଆଲୟଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ (ଏଫ୍‌ଏଏମ୍‌ଡି)ର ଏକ୍‌ଜିକ୍ୟୁଟିଭ୍ ଇନ୍‌-ଚାର୍ଜ ପଙ୍କଜ ସତିଜାଙ୍କୁ ୨୦୨୪ ବର୍ଷ ପାଇଁ “ଭାସ୍କର ଭଟାଚାର୍ଜୀ ସ୍ମାରକୀ ପୁରସ୍କାର’ ବର୍ଗରେ ସମ୍ମାନଜନକ ଆଲୁମ୍‌ନସ୍ ପୁରସ୍କାର ପ୍ରଦାନ କରାଯାଇଛି। ଖଣି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ସତିଜାଙ୍କୁ ଇନଷ୍ଟିଚ୍ୟୁଟ୍ ତରଫରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଏହି ପୁରସ୍କାରକୁ ନେଇ ଖୁସି ବ୍ୟକ୍ତ କରି ଶ୍ରୀ ପଙ୍କଜ ସତିଜା କହିଛନ୍ତି ଯେ, “ମୁଁ ପଢିଥିବା ଅନୁଷ୍ଠାନ ଦ୍ୱାରା ସମ୍ମାନିତ ହେବା ଗୌରବର ବିଷୟ। ଏକ ସୁନ୍ଦର ଭବିଷ୍ୟତ ପାଇଁ ଦୀର୍ଘସ୍ଥାୟୀ ଖଣି ପରିଚାଳନା ସମାଧାନକୁ ଆଗକୁ ବଢ଼ାଇବା ଓ ପ୍ରଯୁକ୍ତି ବ୍ୟବହାର କରିବା ଲାଗି ରହିଥିବା ପ୍ରତିବଦ୍ଧତାକୁ ଏହି ମାନ୍ୟତା ଦୋହରାଉଛି। ମୁଁ ଏହି ପୁରସ୍କାରକୁ ମୋ ଶିକ୍ଷକ, ମୋ ବରିଷ୍ଠ ଓ କାର୍ଯ୍ୟକ୍ଷେତ୍ରରେ ମୋ ସହଯୋଗୀ ତଥା ଦାୟିତ୍ୱବାନ ଖଣି ପରିଚାଳନା ଦିଗରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ସର୍ଗ କରୁଛି।’’
ଶ୍ରୀ ସତିଜାଙ୍କ କାର୍ଯ୍ୟ ଖଣି କ୍ଷେତ୍‌୍ରରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାର ଓ ପରିବେଶ ପ୍ରତି ଦାୟିତ୍ୱବାନ ଅଭ୍ୟାସକୁ ସମନ୍ୱିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଶିଳ୍ପରେ ନୂତନ ମାନଦଣ୍ଡ ନିର୍ଧାରଣ କରିଛି। ଦୀର୍ଘସ୍ଥାୟୀ ଓ ପ୍ରଯୁକ୍ତି ଆଧାରିତ ଅଭିଯାନ ଜରିଆରେ ଖଣି କ୍ଷେତ୍ରରେ ରୂପାନ୍ତରଣ ଆଣିଥିବାରୁ ଶ୍ରୀ ସତିଜାଙ୍କ ଉଦ୍ୟମକୁ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମ୍ମାନିତ କରାଯାଇଛି।
ଆଇଆଇଟି (ଆଇଏସ୍‌ଏମ୍‌), ଧାନବାଦ ପ୍ରତି ବର୍ଷ ଏହାର ଆଲୁମନି ମିଟ ‘ବସନ୍ତ’ ଆୟୋଜନ କରୁଛି ଏବଂ ବିଭିନ୍ନ କ୍ଷେତ୍ରକୁ ସେମାନଙ୍କ ଯୋଗଦାନ ଓ ଉଲ୍ଲେଖନୀୟ ସଫଳତା ଆଧାରରେ ଏହାର ସମ୍ମାନନୀୟ ଆଲୁମନି ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରୁଛି।

Related Post