ଆଜିର ଖାସ ଖବର
Sat. May 30th, 2026

କଲ୍ୟାଣ ଜୁଏଲର୍ସ ପକ୍ଷରୁ କାରିଗରମାନଙ୍କ ଉନ୍ନତି ପାଇଁ ‘କ୍ରାଫ୍ଟିଂ ଫ୍ୟୁଚର୍ସ’ର ଶୁଭାରମ୍ଭ

By Admin_Dainkasha Feb13,2025
(ବାମରୁ) ଶ୍ରୀ ରାଜେଶ୍ କଳ୍ୟାଣରଣ (କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ), ଶ୍ରୀ ଟି.ଏସ୍‌. କଳ୍ୟାଣରମଣ (ପରିଚାଳନା ନିର୍ଦ୍ଦେଶକ), ଏବଂ ଶ୍ରୀ ସଞ୍ଜୟ ରଘୁରମଣ (ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ) ‘କ୍ରାଫ୍ଟିଂ ଫ୍ୟୁଚର୍ସ’ ଘୋଷଣା କରୁଛନ୍ତି । ଏହା କଳ୍ୟାଣ୍ ଜୁଏଲର୍ସ୍ ଦ୍ୱାରା ଏକ ସିଏସ୍‌ଆର୍ ପଦକ୍ଷେପ ଯାହା ଗହଣା କାରିଗରମାନଙ୍କ ଉନ୍ନତି କରିବା, କାରିଗରୀ କଳାକୁ ସଂରକ୍ଷଣ କରିବା ଏବଂ ଗୋଷ୍ଠୀ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ୩ କୋଟି ଟଙ୍କାର ପ୍ରାରମ୍ଭିକ ପ୍ରତିବଦ୍ଧତା ସହିତ ଆରମ୍ଭ ହୋଇଛି
ଭୁବନେଶ୍ୱର: କଲ୍ୟାଣ ଜୁଏଲର୍ସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସିଏସ୍‌ଆର୍ ଅଭିଯାନ ତଥା ‘ପ୍ରେମର ସହ’ ବ୍ରାଣ୍ଡ ଦର୍ଶନର ମୂଳଦୁଆ ଭାବେ ‘କ୍ରାଫ୍ଟିଂ ଫ୍ୟୁଚର୍ସ’ର ଶୁଭାରମ୍ଭ କରାଯାଇଛି । ଏହି ପଦକ୍ଷେପରେ ଗହଣା କାରିଗରମାନଙ୍କର ଜୀବିକା ଉନ୍ନତି, କାରିଗରୀ କଳା ସଂରକ୍ଷଣ ଏବଂ ଗୋଷ୍ଠୀ ବିକାଶକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଇଛି । ଏହି ପଦକ୍ଷେପର ଭିତି ସ୍ଥାପନ ପାଇଁ କଳ୍ୟାଣ୍ ଜୁଏଲର୍ସର୍୍ ଏହାର କାର୍ଯ୍ୟକାରିତା ପାଇଁ ୩ କୋଟି ଟଙ୍କା ପ୍ରତିବଦ୍ଧତା ପ୍ରଦାନ କରିଛି ଯାହାଦ୍ୱାରା ଆରମ୍ଭରୁ ହିଁ ଏହାର ପ୍ରତ୍ୟକ୍ଷ ଏବଂ ସ୍ଥାୟୀ ପ୍ରଭାବ ସୁନିଶ୍ଚିତ ହୋଇପାରିବ ।
ଏକ ବୃହତର ସାମୁହିକ ପ୍ରଭାବ ସୃଷ୍ଟି କରିବା ଏବଂ ଅର୍ଥପୂର୍ଣ୍ଣ ପରିବର୍ତନ ଆଣିବା ପାଇଁ କଳ୍ୟାଣ୍ ଜୁଏଲର୍ସ୍ ନିଜ ସହଯୋଗୀ ଏବଂ ସ୍ଥାୟୀ ସହଭାଗୀମାନଙ୍କୁ ଏହି ଅଭିଯାନରେ ଯୋଗ ଦେବାକୁ ଆମନ୍ତ୍ରଣ କରୁଛି । କ୍ରାଫ୍ଟିଂ ଫ୍ୟୁଚର୍ସ୍ ଏକ ନିରନ୍ତର ପ୍ରୟାସ ଏବଂ ଏକ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ଯାହା ଆଗାମୀ ବର୍ଷଗୁଡ଼ିକରେ ଆହୁରି ବିକଶିତ ଏବଂ ପ୍ରସାରିତ ହେବ ।
“ଗହଣା କେବଳ ସୁନା ଏବଂ ରତ୍ନ ନୁହେଁ , ଏହା କାରିଗରମାନଙ୍କର ଆତ୍ମା ଏବଂ କଳାକୃତି ବହନ କରେ ଯେଉଁମାନେ ପ୍ରତ୍ୟେକ ଗହଣାକୁ ଜୀବନ୍ତ କରିଥାନ୍ତି । ସେମାନଙ୍କର କାରିଗରୀ କଳା ଏକ ଜୀବନ୍ତ ପରମ୍ପରା ଯାହାକୁ ସମୃଦ୍ଧ କରାଯିବା ଆବଶ୍ୟକ ଏବଂ ଆଗକୁ ବଢ଼ାଇବା ଉଚିତ୍ । କ୍ରାଫ୍ଟିଂ ଫ୍ୟୁଚର୍ସ୍ ମାଧ୍ୟମରେ ଆମେ ନିଶ୍ଚିତ କରୁଛୁ ଯେ ପାରମ୍ପାରିକ କାରିଗରୀ କଳା ଆଧୁନିକ ଉନ୍ନତି ସହିତ ବିକଶିତ ହେଉଛି ଏବଂ କାରିଗରମାନଙ୍କ ପାଇଁ ଏକ ମଂଚ ଗଢ଼ିଛି ଯେଉଁମାନେ ଆମର ଶିଳ୍ପର ଐତିହ୍ୟକୁ ପିଢ଼ି ପିଢ଼ି ପର୍ଯ୍ୟନ୍ତ ଧରି ରଖିଛନ୍ତି । ଆମେ ଆମର ସହଯୋଗୀମାନଙ୍କୁ ଏହି ମିସନରେ ଯୋଗ ଦେବାକୁ ଆମନ୍ତ୍ରଣ କରୁଛୁ । ଏହାଦ୍ୱାରା ଏକ ଭବିଷ୍ୟତ ଗଠିତ ହେବ ଯେଉଁଠାରେ ପ୍ରତ୍ୟେକ କାରିଗର ମୂଲ୍ୟବାନ, ସଶକ୍ତ ଏବଂ ସମର୍ôଥତ ହେବେ ବୋଲି କଳ୍ୟାଣ୍ ଜୁଏଲର୍ସର ପ୍ରବନ୍ଧକ ନିର୍ଦ୍ଦେଶକ ଟି.ଏସ୍‌. କଳ୍ୟାଣରମଣ କହିଛନ୍ତି ।’’
କ୍ରାଫ୍ଟିଂ ଫ୍ୟୁଚର୍ସ୍ କେବଳ ଏକ ସିଏସ୍‌ଆର୍ ପ୍ରକଳ୍ପ ନୁହେଁ, ଏହା ଏକ ସ୍ଥାୟୀ ପରିବର୍ତନ ସୃଷ୍ଟି କରିବା ପାଇଁ ଏକ ଅଭିଯାନ । ଏହି ପଦକ୍ଷେପ ପାରମ୍ପାରିକତା ଏବଂ ନବୀନତା ମଧ୍ୟରେ ସେତୁ ନିର୍ମାଣ କରିବା ଉପରେ ଧ୍ୟାନ ଦେଇଛି ଯେଉଁଥିରେ କାର୍ଯ୍ୟସ୍ଥଳୀରେ ଉନ୍ନତି ଆଣିବା, ପ୍ରଯୁକ୍ତିବିଦ୍ୟା ପରିଚୟ କରାଇବା ଏବଂ କାରିଗରମାନଙ୍କୁ ନୂଆ ଦକ୍ଷତା ଶିଖିବାର ସୁଯୋଗ ପ୍ରଦାନ କରିବା ଉପରେ ଧ୍ୟାନ ଦିଆଯାଇଛି । ଏହି ପଦ୍ଧତି କେବଳ କାରିଗରୀ କଳାର ଐତିହ୍ୟକୁ ସଂରକ୍ଷଣ କରିବ ନାହିଁ ବରଂ କାରିଗରମାନଙ୍କୁ ଏକ ପରିବର୍ତନଶୀଳ ଶିଳ୍ପରେ ଉନ୍ନତି ଆଣିବ।। ପାଇଁ ଆବଶ୍ୟକ ଦକ୍ଷତା ମଧ୍ୟ ପ୍ରଦାନ କରିବ । ଏହା ବ୍ୟତୀତ ଏହି ପଦକ୍ଷେପ କାରିଗରମାନଙ୍କର ସନ୍ତାନମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କାରିଗର ଏବଂ ସେମାନଙ୍କର ପରିବାରଙ୍କ ପାଇଁ ଦୀର୍ଘମିଆଦୀ ଆର୍ôଥକ ସ୍ଥିରତା ପ୍ରଦାନ କରିବ ।
କଳ୍ୟାଣ୍ ଜୁଏଲର୍ସ ଏହି ପଦକ୍ଷେପକୁ ଆଗେଇ ନେଉଥିବାବେଳେ କମ୍ପାନି ନିଜ ଦୀର୍ଘମିଆଦୀ ସହଯୋଗୀ ଏବଂ ସ୍ଥାୟୀ ସହଭାଗୀମାନଙ୍କୁ ଏହି ସାମୁହିକ ପ୍ରୟାସରେ ଯୋଗ ଦେବାକୁ ଆମନ୍ତ୍ରଣ କରୁଛି । ମିଳିତ ଭାବେ ଏହି ମିସନ ହେଉଛି ଏକ ସ୍ଥାୟୀ ପରିବେଶ ଗଠନ କରିବା ଯେଉଁଠାରେ କାରିଗରମାନଙ୍କ ଉନ୍ନତି ହେବ, ସେମାନଙ୍କର ପରମ୍ପରା ବଜାୟ ରହିବ ଏବଂ ସେମାନଙ୍କର ଅବଦାନକୁ ବାସ୍ତବରେ ସ୍ୱୀକୃତି ମିଳିବ ।

Related Post