ଆଜିର ଖାସ ଖବର
Sat. May 30th, 2026

ଇରେଡା ପକ୍ଷରୁ ୩୯ତମ ପ୍ରତିଷ୍ଠା ଦିବସ ପାଳିତ, ସିଏମ୍‌ଡିଙ୍କ ଦ୍ୱାରା ମାଇଲଖୁଂଟ ଓ ଅଭିବୃଦ୍ଧି ଉପରେ ଆଲୋକପାତ

By Admin_Dainkasha Mar12,2025
IREDA Celebrates 39th Foundation Day, CMD Highlights Milestones and Growth

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ନୂଆଦିଲ୍ଲୀର ବିଜନେସ୍ ସେଂଟରରେ ଏହାର ୩୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି, ଯାହା ଅକ୍ଷୟ ଶକ୍ତି ଅର୍ଥ ଫାଇନାନ୍ସିଂରେ ଏହାର ୩୮ ବର୍ଷର ଯାତ୍ରାକୁ ସ୍ମରଣ କରାଇଛି। ଇରେଡାର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସ ଭର୍ଚୁଆଲ୍ ମାଧ୍ୟମରେ କର୍ମଚାରୀଙ୍କୁ ସମ୍ବୋଧିତ କରି ଇରେଡାର ଉଲ୍ଲେଖନୀୟ ଯାତ୍ରା ବିଷୟରେ ଆଲୋଚନା କରିଛନ୍ତି।
ସିଏମଡି କମ୍ପାନିର ସାମ୍ପ୍ରତିକ ସଫଳତା, ମାନ୍ୟତାପ୍ରାପ୍ତ ‘ନବରତ୍ôନ’ ସ୍ଥିତି ହାସଲ, ରେକର୍ଡ୍ ଆର୍ôଥକ ପ୍ରଦର୍ଶନ ଏବଂ ଅକ୍ଷୟ ଶକ୍ତି ଫାଇନାନ୍ସିଂରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଦି ଉପରେ ଆଲୋକପାତ କରିଛନ୍ତି। ସେ ଇରେଡାର ଦୃଢ଼ ଆର୍ôଥକ ବୃଦ୍ଧି ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ ୨୦୨୪-୨୫ ଆର୍ôଥକ ବର୍ଷର ପ୍ରଥମ ନଅ ମାସରେ ଟିକସ ପରବର୍ତୀ ଲାଭ (ପିଏଟି) ୩୧% ବୃଦ୍ଧି ପାଇ ୧,୧୯୭ କୋଟି ଟଙ୍କା ଏବଂ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଲୋନ୍ ବୁକ୍ ୩୬% ବୃଦ୍ଧି ପାଇ ୬୮,୯୬୦ କୋଟି ଟଙ୍କା ହୋଇଛି।
ସମସ୍ତ ପ୍ରମୁଖ ଘରୋଇ ରେଟିଂ ଏଜେନ୍ସି ଦ୍ୱାରା ଏଏଏ (ସ୍ଥିର) ରେଟିଂ ଏବଂ ଏସଆଣ୍ଡପି ଗ୍ଲୋବାଲ୍ ଦ୍ୱାରା ସଭରେନ୍‌-ସମାନ ବିବିବି ମାଇନ୍ସ (ସ୍ଥିର) ଆନ୍ତର୍ଜାତୀୟ ରେଟିଂ ଭଳି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଉପରେ ଶ୍ରୀ ଦାସ ଆଲୋକପାତ କରିଥିଲେ। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସବୁଜ ଶକ୍ତି ଫାଇନାନ୍ସିଂ କ୍ଷମତା ବୃଦ୍ଧି ପାଇଁ କ୍ୟୁଆଇପି ମାଧ୍ୟମରେ ୫,୦୦୦ କୋଟି ଟଙ୍କା ସଂଗ୍ରହ ପାଇଁ ଅଂଶୀଦାରମାନଙ୍କ ଅନୁମୋଦନ ମିଳିଛି।
ଗୁଜରାଟର ଗିଫ୍ଟ ସିଟିରେ ଏହାର ସମ୍ପୂର୍ଣ୍ଣ ମାଲିକାନାର ସହାୟକ ସଂସ୍ଥା ଇରୋଡା ଗ୍ଲୋବାଲ୍ ଗ୍ରୀନ୍ ଏନର୍ଜି ଫାଇନାନ୍ସ୍ ଆଇଏଫ୍‌ଏସ୍‌ସି ଲିମିଟେଡ୍ ପଞ୍ଜୀକରଣ ଏବଂ ଖୁଚୁୂରା ଅକ୍ଷୟ ଶକ୍ତି ବ୍ୟବସାୟ ପରିଚାଳନା ପାଇଁ ଏକ ଖୁଚୁରା ସହାୟକ ସଂସ୍ଥା ସ୍ଥାପନ ପାଇଁ ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ। ଏମ୍‌ଓୟୁ ପ୍ରଦର୍ଶନରେ ଲଗାତାର ଚତୁର୍ଥ ବର୍ଷ ପାଇଁ ଇରେଡା “ଉତ୍କର୍ଷ’ ରେଟିଂ ହାସଲ କରିଥିବା ସେ ଜଣାଇଛନ୍ତି।
ଶ୍ରୀ ଦାସ ନୂତନ ଏବଂ ଅକ୍ଷୟ ଶକ୍ତି, ଉପଭୋକ୍ତା ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଜୋଶୀ; ଶକ୍ତି ଏବଂ ନୂତନ ଓ ଅକ୍ଷୟ ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶ୍ରୀପଦ ନାଏକ; ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ନିଧି ଖାରେ; ମନ୍ତ୍ରାଳୟର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ନିର୍ଦ୍ଦେଶକ ବୋର୍ଡକୁ ସେମାନଙ୍କ ନିରନ୍ତର ସମର୍ଥନ ଏବଂ ଅମୂଲ୍ୟ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜଣାଇଛନ୍ତି।
ସେ ଶେଷରେ କର୍ମଚାରୀଙ୍କୁ ସେମାନଙ୍କର ସମର୍ପଣ ପାଇଁ ପ୍ରଶଂସା କରି ଭାରତର ସ୍ୱଚ୍ଛ ଶକ୍ତି ପ୍ରତି ସଂକ୍ରମଣକୁ ତ୍ୱରାନ୍ୱିତ କରିବା ପାଇଁ ଆଇଆରଇଡିଏର ମିଶନକୁ ଅଗ୍ରସର କରିବାକୁ ଅନୁରୋଧ କଲେ।

Related Post