ଆଜିର ଖାସ ଖବର
Thu. Apr 16th, 2026

୪୧% ପ୍ରଥମ ଥର ଗ୍ରାହକ ଜେଡ୍ ପିଢ଼ିର: ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ

By Admin_Dainkasha Apr7,2025

ଭୁବନେଶ୍ୱର: ୨୦୨୪ ଡିସେମ୍ବର ସୁଦ୍ଧା ଶେଷ ତ୍ରୈମାସିକରେ ଭାରତର ଖୁଚୁରା ଋଣ ଅଭିବୃଦ୍ଧି ମଧ୍ୟମ ଧରଣର ଥିଲା। ଋଣ ପାଇଁ ନୂଆ (ଏନ୍‌ଟିସି) ଗ୍ରାହକଙ୍କ ଦ୍ୱାରା ଋଣରେ ବାର୍ଷିକ ଭିତିରେ ୨୧ ପ୍ରତିଶତ ହ୍ରାସ ଘଟିଛି ଯାହା ପୂର୍ବରୁ ଋଣ ନେଇଥିବା ଗ୍ରାହକଙ୍କ କ୍ଷେତ୍ରରେ ମାତ୍ର ୨ ପ୍ରତିଶତ କମ୍ ହୋଇଛି।

୨୦୨୪ ଡିସେମ୍ବର ତ୍ରୈମାସିକର ଟ୍ରାନ୍ସୟୁନିୟନ୍ ସିବିଲ୍‌ର କ୍ରେଡିଟ୍ ମାର୍କେଟ୍ ଇଣ୍ଡିକେଟର୍ ରିପୋର୍ଟରୁ ଜଣାପଡ଼ିଛି ଯେ ୪୦ ପ୍ରତିଶତ ଏନ୍‌ଟିସି ଗ୍ରାହକ ସଂଗଠିତ ଋଣ କ୍ଷେତ୍ରରେ ପ୍ରବେଶ ବେଳେ ଉପଯୋଗିତା ଭିତିକ ଉତ୍ପାଦ ପସନ୍ଦ କରୁଥିବାରୁ ଋଣପ୍ରଦାନକାରୀମାନେ ବେଶ୍ ସତର୍କ ହୋଇପଡ଼ିଛନ୍ତି। ଏହି କ୍ଷେତ୍ରକୁ ଋଣ ପ୍ରଦାନ କରିବା ଲାଗି ଋଣଦାତାଙ୍କ ଦ୍ୱାରା ଏକ ସ୍ୱତନ୍ତ୍ର ରଣନୀତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ଥିବା ଦର୍ଶାଉଛି।

ଟ୍ରାନ୍ସୟୁନିୟନ୍ ସିବିଲ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ଭବେଶ ଜୈନ୍ କହିଛନ୍ତି ଯେ, “ଅସୁରକ୍ଷିତ ଋଣ ଉତ୍ପାଦ ପାଇଁ ରିସ୍କ-ଆଡଜଷ୍ଟ ରିଟର୍ଣ୍ଣ ପ୍ରତି ଋଣ ପ୍ରଦାନକାରୀମାନେ ଆପଣେଇଥିବା ଅଧିଗ୍ରହଣ ରଣନୀତି ଋଣ କ୍ଷେତ୍ର ନୂଆ ବର୍ଗକୁ ଗଭୀର ଅସମାନୁପାତିକ ଭାବେ ପ୍ରଭାବିତ କରିଛି। ପ୍ରଥମ ଥର ଋଣ ନେଉଥିବା ବର୍ଗକୁ ଏହି କ୍ଷେତ୍ର ପ୍ରତିନିଧିତ୍ୱ କରୁଛି। ଉନ୍ନତ ସୂଚନା ଆନାଲିଟିକ୍ସ ଓ ପ୍ରଯୁକ୍ତି ଭିତିକ ସମାଧାନ ବ୍ୟବହାର କରୁଥିବା ଋଣ ପ୍ରଦାନକାରୀମାନେ ଏନ୍‌ଟିସି ଗ୍ରାହକ ବର୍ଗରେ ସ୍ଥାୟୀ ଋଣ ଅଭିବୃଦ୍ଧି ହାସଲ କରୁଥିବା ଆମେ ଜାଣିପାରିଛୁ।’’
୨୦୨୪ ଡିସେମ୍ବର ତ୍ରୈମାସିକରେ ପ୍ରାୟ ପ୍ରତିଟି ଋଣ କ୍ଷେତ୍ରରେ ଚାହିଦା ଓ ଯୋଗାଣ କମ୍ ହୋଇଛି। ଗୃହ ଋଣ ଓ କ୍ରେଡିଟ୍ କାର୍ଡ ଅରିଜିନେସନ୍ (ନୂଆ ଖାତା ଖୋଲାହେବା) ହ୍ରାସ ପାଇଛି। କ୍ରେଡିଟ୍ କାର୍ଡରେ ତାହା ୩୨ ପ୍ରତିଶତ ଓ ଗୃହ ଋଣରେ ୯ ପ୍ରତିଶତ କମ୍ ହୋଇଛି। ସଂପତି ବଦଳରେ ଋଣ ୧ ପ୍ରତିଶତ, ଗାଡ଼ି ଋଣ ୪ ପ୍ରତିଶତ, ଦୁଇଚକିଆ ଯାନ ଋଣ ୯ ପ୍ରତିଶତ, ବ୍ୟକ୍ତିଗତ ଋଣ ୧୪ ପ୍ରତିଶତ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ ଋଣ ୬ ପ୍ରତିଶତ ବୃଦ୍ଧି ପାଇଛି।

୨୦୨୩ ଡିସେମ୍ବର ତ୍ରୈମାସିକରେ ମୋଟ ଋଣ ଅରିଜିନେସନ୍‌ରେ ଏନ୍‌ଟିସି ଗ୍ରାହକଙ୍କ ଅବଦାନ ୨୧ ପ୍ରତିଶତ ଥିଲା। ୨୦୨୪ ଡିସେମ୍ବର ତ୍ରୈମାସିକରେ ତାହା ୧୭ ପ୍ରତିଶତକୁ ହ୍ରାସ ପାଇଛି। ପ୍ରାୟ ସବୁ ଋଣ ବର୍ଗରେ ଏହି ହ୍ରାସ ପରିଲକ୍ଷିତ ହୋଇଛି।
ଏନ୍‌ଟିସି ଗ୍ରାହକଙ୍କ ମଧ୍ୟରୁ ଅଧିକାଂଶ, ପ୍ରାୟ ୪୧ ପ୍ରତିଶତ ହେଉଛନ୍ତି ଜେଡ୍ ପିଢ଼ିର ପିଲା ଯେଉଁମାନେ ୧୯୯୫ କିମ୍ବା ତା’ ପରେ ଜନ୍ମ ହୋଛନ୍ତି। ଏନ୍‌ଟିସି ଅରିଜିନେସନ୍‌ରେ ମହିଳାଙ୍କ ଭାଗ ୩୭ ପ୍ରତିଶତ ଥିବା ବେଳେ ପୂର୍ବରୁ ଋଣ ନେଇଥିବା ବର୍ଗରେ ୨୭ ପ୍ରତିଶତ ରହିଛି। ଏନ୍‌ଟିସି ଅରିଜିନେସନ୍‌ରେ ମହିଳାଙ୍କ ଅଧିକ ଅବଦାନ ଏବଂ ଗ୍ରାମାଚଂଳରେ ଏନ୍‌ଟିସି ଗ୍ରାହକଙ୍କ ଉପସ୍ଥିତି ଋଣ ପ୍ରଦାନକାରୀମାନେ ପ୍ରତିଟି ଅଂଚଳରେ ପହଂଚିବାକୁ କରୁଥିବା ଉଦ୍ୟମକୁ ଦର୍ଶାଉଛି।
୨୦୨୨-୨୩ ତଥ୍ୟର ଅନୁଶୀଳନରୁ ଜଣାପଡ଼ିଛି ଯେ ପ୍ରତି ତିନି ଏନ୍‌ଟିସି ଗ୍ରାହକଙ୍କ ଭିତରୁ ଜଣେ ଲେଖାଏଁ ପ୍ରଥମ ଋଣ ନେବାର ୧୨ ମାସ ମଧ୍ୟରେ ଦ୍ୱିତୀୟ ଋଣ ନେଇଛନ୍ତି। ଯେଉଁମାନେ ଦ୍ୱିତୀୟ ଋଣ ନେଇଛନ୍ତି, ସେମାନଙ୍କ ଭିତରୁ ୪୪ ପ୍ରତିଶତ ଗ୍ରାହକ ସେହି ସମାନ ବ୍ୟାଙ୍କରୁ ଋଣ ନେଇଛନ୍ତି।
ଶ୍ରୀ ଜୈନ୍ କହିଛନ୍ତି ଯେ, “ପ୍ରଥମ ଥର ଋଣ ନେଉଥିବା ଗ୍ରାହକମାନଙ୍କ ମଧ୍ୟରେ ଭାରତର ଯୁବବର୍ଗ, ମହିଳା ଓ ଗ୍ରାମାଚଂଳର ଗ୍ରାହକଙ୍କ ଏକ ବଡ଼ ଭାଗ ରହିଛି। ଭାରତକୁ ଅର୍ଥପୂର୍ଣ୍ଣ, ସ୍ଥାୟୀ ଓ ଅର୍ନ୍ତଭୁକ୍ତୀକରଣ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ପାଇଁ ଏହି ଗ୍ରାହକମାନଙ୍କୁ ସଂଗଠିତ ଋଣ ବ୍ୟବସ୍ଥାରେ ସାମିଲ କରିବା ଅପରିହାର୍ଯ୍ୟ। ସେମାନଙ୍କ ପାଖରେ ଋଣ ପହଂଚିଲେ ସେମାନଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ହେବ ଏବଂ ସେମାନେ ଆର୍ଥିକ ଭାବେ ସଶକ୍ତ ହୋଇପାରିବେ ବୋଲି ଶ୍ରୀ ଜୈନ୍ କହିଛନ୍ତି।

ପୂର୍ବ ଚାରିଟି ତ୍ରୈମାସିକରେ ଲଗାତାର ଭାବେ ଋଣ ଯୋଗାଣ କମ୍ ହେଉଥିବାରୁ ୨୦୨୪ ଡିସେମ୍ବରରେ ଋଣ ସକ୍ରିୟ ଗ୍ରାହକଙ୍କ ସଂଖ୍ୟା ୯ ପ୍ରତିଶତ କମ୍ ହୋଇଛି। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ ଭାରତରେ ୧୮-୮୦ ବର୍ଷ ବୟସର ଋଣ ପାଇବାକୁ ଯୋଗ୍ୟ ଲୋକଙ୍କ ସଂଖ୍ୟା ୧୦୩.୬ କୋଟି ହୋଇଥିବା ବେଳେ ସେଥିରୁ କେବଳ ୨୭.୭ କୋଟି ଲୋକଙ୍କୁ ସଂଗଠିତ କ୍ଷେତ୍ରରୁ ଋଣ ମିଳିପାରିଛି। ୪୫.୧ କୋଟି ଲୋକଙ୍କୁ କୌଣସି ସଂଗଠିତ ଉତ୍ସରୁ ଋଣ ମିଳୁନାହିଁ। ଟ୍ରାନ୍ସୟୁନିୟନ୍ ସିବିଲ୍ ଅନୁଶୀଳନରୁ ଜଣାପଡ଼ିଛି ଯେ ଋଣ ପାଇବାକୁ ଯୋଗ୍ୟ ଲୋକଙ୍କ ମଧ୍ୟରୁ ୩୪ ପ୍ରତିଶତ ହେଉଛନ୍ତି ଜେଡ୍ ପିଢ଼ିର ପିଲା। କିନ୍ତୁ ସେହି କ୍ଷେତ୍ରରେ ଋଣ ପ୍ରବେଶ ମାତ୍ର ୧୬ ପ୍ରତିଶତ ଭଳି ନିମ୍ନ ସ୍ତରରେ ରହିଛି।

Related Post