ଆଜିର ଖାସ ଖବର
Thu. Apr 16th, 2026

ଆମର ରଣନୈତିକ ଲକ୍ଷ୍ୟ ପାଇଁ “ଅଲ୍ ହ୍ୟାଣ୍ଡସ୍ ଅନ୍ ଡେକ୍‌’ ଆବଶ୍ୟକ : ଅନିଲ ଅଗ୍ରୱାଲ

By Admin_Dainkasha Apr8,2025
Vedanta Chairman Anil Agarwal Welcomes UP Government’s Power Sector Reform

ଭୁବନେଶ୍ୱର: ଆପଣ ଜାଣିଛନ୍ତି କି? ଯେଉଁଠି ଚୀନ ତାଙ୍କ ବ୍ୟବସାୟିକ ଜାହାଜ କ୍ଷେତ୍ରରେ ୫,୦୦୦ରୁ ଅଧିକ ବଡ଼ ଜାହାଜ ରଖିଛି, ତା’ ତୁଳନାରେ ଭାରତର ପାଖରେ କେବଳ ୫୦୦ ଟି ଅଛି।
ଆନ୍ତର୍ଜାତିକ ବାଣିଜ୍ୟ ପ୍ରାୟ ସମ୍ପୂର୍ଣ୍ଣ ଭାବେ ଚୀନୀ ଜାହାଜ ଦ୍ୱାରା ପରିଚାଳିତ। ବସ୍ତୁତଃ, ବିଶ୍ୱର ୯୮% ବ୍ୟବସାୟିକ ଜାହାଜ ବା ଚୀନ ଚଳାଉଥିବା କମ୍ପାନୀ ଦ୍ୱାରା ଚାଳିତ, ଅବା ଚୀନରେ ତିଆରି ହୋଇଥିବା ଜାହାଜ।
ଭାରତ ତିନି ପାର୍ଶ୍ୱରୁ ସମୁଦ୍ର ଦ୍ୱାରା ଘେରିରହିଛି ଏବଂ ଏକ ଗୌରବଶାଳୀ ନୌ-ବାଣିଜ୍ୟ ଐତିହ୍ୟ ଥିବା ଦେଶ ହେବା ସତ୍ତ୍ୱେ, ଆଜି ନୌ-ଶକ୍ତିରେ ଅତ୍ୟନ୍ତ ପଛରେ ପଡ଼ିଯାଇଛି। ଏହି ପରିସ୍ଥିତିକୁ ବଦଳାଇବାକୁ ଆମେ ଆମର ନୌ-ଶିଳ୍ପକୁ ପୁନଃଜୀବିତ କରିବା ଦିଗରେ କାର୍ଯ୍ୟ କରାଯିବା ଦରକାର।
ସରକାରୀ ଓ ବେସରକାରୀ ସେକ୍ଟର ମଧ୍ୟରେ କୌଣସି ପାର୍ଥକ୍ୟ ରହିବା ଉଚିତ୍ ନୁହେଁ – ଲକ୍ଷ୍ୟ ସମସ୍ତଙ୍କ ପାଇଁ ଏକ ହେବା ଆବଶ୍ୟକ।
ନୌ-ବାଣିଜ୍ୟିକ ଭାଷାରେ କୁହାଯାଏ, “ଅଲ୍ ହ୍ୟାଣ୍ଡସ୍ ଅନ୍ ଡେକ୍‌’ – ଆମର ରାଷ୍ଟ୍ରୀୟ ରଣନୈତିକ ହିତ ପାଇଁ ଏହି ମହତ୍ତ୍ୱପୂର୍ଣ୍ଣ ସମୟରେ ସମସ୍ତଙ୍କ ସହଯୋଗ ଆବଶ୍ୟକ।

Related Post