ଆଜିର ଖାସ ଖବର
Mon. Apr 20th, 2026

ଆକ୍ସିସ ବ୍ୟାଙ୍କ ପକ୍ଷରୁ ଟିକସ ପରବର୍ତୀ ଲାଭ ୧୩% ବୃଦ୍ଧି ପାଇ ୭,୧୧୭ କୋଟି ଟଙ୍କା ହୋଇଛି

By Admin_Dainkasha Apr28,2025

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ-ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୪-୨୫ ଆର୍ôଥକ ବର୍ଷର ଫଳାଫଳ ଘୋଷଣା କରାଯାଇଛି। ଏହି ବର୍ଷ ବ୍ୟାଙ୍କର ବାର୍ଷିକ ନିଟ୍ ଲାଭ ୬ ପ୍ରତିଶତ ବୃଦ୍ଧି ପାଇ ୨୬,୩୭୩ କୋଟି ଟଙ୍କା ହୋଇଛି ଯାହା ୨୦୨୩-୨୪ରେ ୨୪,୮୬୧ କୋଟି ଟଙ୍କା ଥିଲା। ନିଟ୍ ସୁଧ ଆୟ ୬ ପ୍ରତିଶତ ବୃଦ୍ଧି ପାଇ ୧୩,୮୧୧ କୋଟି ଟଙ୍କା ହୋଇଛି। ନିଟ ସୁଧ ମାର୍ଜିନ ୨୦୨୪-୨୫ ଆର୍ôଥକ ବର୍ଷର ଚତୁର୍ଥ ତ୍ରୈମାସିକ ୩.୯୭ ପ୍ରତିଶତ ରହିଛି।
କାସା ଜମା ୧୦ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୫ ମାର୍ଚ୍ଚ ୧ ସୁଦ୍ଧା ବ୍ୟାଙ୍କର ମୋଟ ଏନପିଏ ଓ ନିଟ ଏନପିଏ ଯଥାକ୍ରମେ ୧.୨୮ ପ୍ରତିଶତ ଓ ୦.୩୩ ପ୍ରତିଶତ ରହିଛି ଯାହା ପୂର୍ବ ଆର୍ôଥକ ବର୍ଷରେ ଯଥାକ୍ରମେ ୧.୪୩ ପ୍ରତିଶତ ଓ ୦.୩୧ ପ୍ରତିଶତ ଥିଲା। ବ୍ୟାଙ୍କର ଫି’ ଆୟ ବାର୍ଷିକ ଭିତିରେ ୧୬ ପ୍ରତିଶତ ବୃଦ୍ଧି ପାଇ ୬,୩୩୮ କୋଟି ଟଙ୍କା ହୋଇଛି। ଖୁଚୁରା ଫି’ ଆୟ ବାର୍ଷିକ ୧୪ ପ୍ରତିଶତ ଓ ତ୍ରୈମାସିକରେ ୨୨ ପ୍ରତିଶତ ବୃଦ୍ଧି ପାଇଛି ଏବଂ ବ୍ୟାଙ୍କର ମୋଟ ଫି’ ଆୟ ପ୍ରତି ତାହାର ଯୋଗଦାନ ୭୫ ପ୍ରତିଶତ ରହିଛି। ବ୍ୟାଙ୍କର ମୋଟ ପୁଞ୍ଜି ସ୍ୱଚ୍ଛଳତା ହାର ୧୭.୦୭ ପ୍ରତିଶତ ଏବଂ ସିଇଟି ୧ ଅନୁପାତ ୧୪.୬୭ ପ୍ରତିଶତ ରହିଛି। ଏହି ତ୍ରୈମାସିକରେ ବ୍ୟାଙ୍କ ୧୭୦ଟି ନୂଆ ଶାଖା ଖୋଲିଛି। ଫରେ ଏହାର ମୋଟ ଶାଖା ସଂଖ୍ୟା ୫୮୭୬କୁ ବୃଦ୍ଧି ପାଇଛି ଯେଉଁଥିରୁ ୩୨୪ ବ୍ୟାକିଂ କରେସପଣ୍ଡେଂଟ ବ୍ୟାଙ୍କିଙ୍ଗ ଆଉଟଲେଟ ରହିଛି।
ଏହି ତ୍ରୈମାସିକରେ ବ୍ୟାଙ୍କ ଅନେକ ଶିଳ୍ପ ପ୍ରଥମ ଅଭିଯାନ ଗ୍ରହଣ କରିଛି। ବ୍ୟାଙ୍କ ପକ୍ଷରୁ ଗିଫଟ ସିଟି ଆଇଏଫଏସସିରେ ଥିବା ଅନ୍ତର୍ଜାତୀୟ ବ୍ୟାଙ୍କିଙ୍ଗ ୟୁନିଟ ଜରିଆରେ ଏୟାରକ୍ରାପ୍ଟ ଫାଇନାନ୍ସିଂ କାରବାର କାର୍ଯ୍ୟକାରୀ କରିବାରେ ପ୍ରଥମ ଭାରତୀୟ ବ୍ୟାଙ୍କ ହୋଇଥିଲା। ଏୟାର ଇଣ୍ଡିଆର ୩୪ଟି ତାଲିମ ବିମାନ ପାଇଁ ଏହା ଡଲାରରେ ଋଣ ପ୍ରଦାନ କରିଥିଲା। ଭାରତର ପ୍ରଥମ ଆର୍ôଥକ ଅନୁଷ୍ଠାନ ଭାବେ କାଇନେକ୍ସିସ ଡିଜିଟାଲ ପେମେଂଟକୁ ବ୍ୟବହାର କରି ଏହାର ବାଣିଜ୍ୟିକ କ୍ଲାଏଂଟମାନଙ୍କ ପାଇଁ ଏହା ବାସ୍ତବ ସମୟ, ଚବିଶ ଘଂଟିଆ ଡଲାର କ୍ଲିୟରିଂ ଦକ୍ଷତା ପ୍ରଦାନ କରିଥିଲା। ଏହି ସୁବିଧାଗୁଡ଼ିକ ବ୍ୟାଙ୍କର ଅନ୍ତର୍ଜାତିକ ବ୍ୟାଙ୍କିଂ ୟୁନିଟକୁ ଗିଫଟ ସିଟିରେ ପରିଚାଳିତ ହେବାର ପସନ୍ଦର ବ୍ୟାଙ୍କରେ ପରିଣତ କରିଛି।
ଆକ୍ସିସ ବ୍ୟାଙ୍କର ଏମଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “୨୦୨୪-୨୫ ଆର୍ôଥକ ବର୍ଷ ସାରାରେ ଅନିଶ୍ଚିତ ସମୟ ଓ କଠିନ ନଗଦ ବ୍ୟବସ୍ଥା ବିଚାରକୁ ନେଇ ବ୍ୟାଙ୍କ ଅଭିବୃଦ୍ଧି ବଦଳରେ ଲାଭକୁ ଅଗ୍ରାଧିକାର ଦେଇଥିଲା ଏବଂ ଫ୍ରାଂଚାଇଜିକୁ ଅଧିକ ସ୍ଥାୟୀ କରିବା ଲାଗି ଅର୍ଥପୂର୍ଣ୍ଣ ନିବେଶ ଜାରି ରଖିଥିଲା। ୨୦୨୫-୨୬ରେ ଆମେ ପ୍ରବେଶ କରୁଥିବା ବେଳେ ଆମର ବିଶ୍ୱାସ ରହିଛି ଯେ ପରିଚାଳନା ପରିବେଶରେ ଉନ୍ନତି ହୋଇଛି ଯାହା ଆମକୁ ଉଭୟ ଅଭିବୃଦ୍ଧି ଓ ଲାଭ ବଢ଼ାଇବାରେ ସହାୟକ ହୋଇପାରିବ।”

Related Post