ଆଜିର ଖାସ ଖବର
Sat. May 30th, 2026

ବରଗଡ଼ ଜିଲ୍ଲାରେ ଦୁଇଟି ନୂତନ ୩୩ କେ.ଭି. ଫିଡର୍ ଲାଇନର ଶୁଭାରମ୍ଭ

By Admin_Dainkasha May20,2025

ବୁର୍ଲା/ବରଗଡ଼: ବରଗଡ଼ ଜିଲ୍ଲାରେ ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲ୍ୟୁଓଡିଏଲ୍) ତରଫରୁ ଦୁଇଗୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ନିଆଯିବା ସହ ଏହାକୁ ସୂଚାର ରୂପେ ସମ୍ପାଦନ କରାଯାଇ ଏହାକୁ ଚଳିତ ମାସ ୭ ତାରିଖ ଦିନ ଏଥିରେ ବିଦ୍ୟୁତ୍ ସରବରାହ କରି ଦିଆଯାଇଅଛି ।  ପ୍ରଥମଟି ବରଗଡ଼ ଜିଲ୍ଲା ସ୍ଥିତ ଅମ୍ବାବନାଠାରେ ୨୫ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଏକ ନୂତନ ୩୩ କେ.ଭି. ଭୁକ୍ତା ଫିଡର୍ ଏବଂ ଅନ୍ୟଟି ଡୁଙ୍ଗୁରୀ ୩୩ କେ.ଭି. ଫିଡର୍ ଲାଇନ୍ ।    

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି ଫିଡର୍ ଲାଇନ୍ ଆରମ୍ଭ ହେବା ପୂର୍ବରୁ ଯେଉଁ ଫିଡର୍ ଲାଇନ୍ ଅବସ୍ଥିତ ଥିଲା, ତାହା ଘଞ୍ଚ ଜଙ୍ଗଲ ମଧ୍ୟରେ ଗତି କରୁଥିବାରୁ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟରେ ବିଭିନ୍ନ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଯାହା ଫଳରେ ବିଦ୍ୟୁତ୍ ସରବରାହ ଏବଂ ବିତରଣରେ ବ୍ୟାଘାତ ଘଟୁଥିଲା ।

ଏହି ଦୁଇଟି ଫିଡର୍ ଲାଇନକୁ କାର୍ଯ୍ୟକ୍ଷମ କରିବା ପାଇଁ କମ୍ପାନୀ ତରଫରୁ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଅଛି । ଏହା ଦ୍ୱାରା ପ୍ରାୟ ୩୦ ହଜାରରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତାମାନେ ଉପକୃତ ହୋଇପାରିବେ ।

ଟିପିଡବ୍ଲ୍ୟୁଓଡିଏଲ୍ ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କୁ ଅନବରତ ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ଏହାର ବିତରଣ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଅଛି ଏବଂ ଗ୍ରାହକମାନଙ୍କୁ ଉନ୍ନତମାନର ବିଦ୍ୟୁତ୍ ସେବା ଯୋଗାଇ ଦେବା ପାଇଁ ପ୍ରତ୍ୟେକ ସମୟରେ ଚେଷ୍ଟା ଜାରି ରଖିଅଛି ।   

Related Post