ଆଜିର ଖାସ ଖବର
Sat. May 30th, 2026

ଗ୍ରୋ’ ପକ୍ଷରୁ ସେବି ନିକଟରେ ଆଇପିଓ ଦସ୍ତାବିଜ୍ ଦାଖଲ

By Admin_Dainkasha May26,2025
Groww files confidential IPO papers with SEBI

ଭୁବନେଶ୍ୱର: ଭାରତର ସର୍ବବୃହତ୍ ଷ୍ଟକ୍ ବ୍ରୋକିଂ ସଂସ୍ଥା ଗ୍ରୋ’ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଦସ୍ତାବିଜ୍ ଦାଖଲ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଇପିଓର ପରିମାଣ ୮୦୦ ନିୟୁତ ଡଲାରରୁ ୧ ବିଲିୟନ ଡଲାର ପର୍ଯ୍ୟନ୍ତ ହେବ। ଏଥିରେ ନୂଆ ସେୟାର ଜାରି କରାଯିବ ଏବଂ ଅଫର୍ ଫର୍ ସେଲ୍ ମଧ୍ୟ ରହିବ। ଏହି ସଂସ୍ଥାକୁ ପିକ୍ ଏକ୍ସଭି, ରିବିଟ୍‌, ୱାଇସି, ଆଇକନିକ, ଟାଇଗର କ୍ୟାପିଟାଲ୍ ଓ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ସମର୍ଥନ ରହିଛି। ଏହି ଆଇପିଓରୁ ଯେଉଁ ପାଣ୍ଠି ସଂଗୃହୀତ ହେବ ତାହାକୁ ପ୍ରଯୁକ୍ତି ବିକାଶ ଓ ବ୍ୟବସାୟ ବିକାଶରେ ବିନିଯୋଗ କରାଯିବ।
ଏହି ଇସ୍ୟୁର ମର୍ଚାଂଟ୍ ବ୍ୟାଙ୍କରମାନେ ହେଉଛନ୍ତି ଜେପି ମୋର୍ଗାନ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌, କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍‌, ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍ ପ୍ରାଇଭେଟ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍ ମୋତିଲାଲ ଓସ୍ୱାଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌।
୨୦୧୬ରେ ଗ୍ରୋ’ ଏହାର ଯାତ୍ରା ଆରମ୍ଭ କରିଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ୨୬ ପ୍ରତିଶତ ବଜାର ଅଂଶ ସହ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ରିଟେଲ ବ୍ରୋକିଂ ପ୍ଳାଟଫର୍ମ ଭାବେ ଉଭା ହୋଇଛି। ଗ୍ରୋ’ ଏନ୍‌ଏସ୍‌ଇ ଅଭିବୃଦ୍ଧିରେ ଏକାକୀ ୪୦ ପ୍ରତିଶତ ଅବଦାନ ଏଂ ୩୪ ଲକ୍ଷ ନୂଆ ଆକାଉଂଟ୍ ସହ ସର୍ବବୃହତ ଅବଦାନକାରୀ ହୋଇଛି। କମ୍ପାନି ସକ୍ରିୟ କ୍ଲାଏଂଟ୍ ସଂଖ୍ୟା ଯାହା ୨୦୨୪ ମାର୍ଚ୍ଚରେ ୯.୫ ନିୟୁତ ଥିଲା ତାହା ୨୦୨୫ ମାର୍ଚ୍ଚ ସୁଦ୍ଧା ୧.୨୯ କୋଟିକୁ ପାଇଛି, ଯେଉଁଥିରେ ୩୬ ପ୍ରତିଶତ ବୃଦ୍ଧି ଘଟିଛି। ସୂଚନା ଅନୁସାରେ କମ୍ପାନି ସିଙ୍ଗାପୁରର ସଂସ୍ଥା ଜିଆଇସିଠାରୁ ୧୦୦-୧୫୦ ନିୟୁତ ଡଲାର ସଂଗ୍ରହ କରିବାକୁ ଯୋଜନା ରଖିଛି।
ମୋବାଇଲ୍ ପ୍ରଥମ, ବ୍ୟବହାରକାରୀ ମିତବ୍ୟୟୀ ଅନୁଭୂତି ଏବଂ ସଚେତନତା ଉପରେ ଗୁରୁତ୍ୱ ଯୋଗୁଁ ସାରା ଭାରତରେ ଖୁଚୁରା ନିବେଶକମାନେ ପସନ୍ଦ କରିବାରୁ ଗ୍ରୋ’ର ଅଭିବୃଦ୍ଧି ହୋଇପାରିଛି। ଭାରତରେ ଖୁଚୁରା ନିବେଶର ଡିଜିଟାଲ୍‌କରଣ କରିବାରେ ଗ୍ରୋ’ ଆଗରେ ରହିଛି। ଏହାର ଗ୍ରାହକ କୈନ୍ଦ୍ରୀକ ଆଭିମୁଖ୍ୟ ଏଭଳି ଏକ ପ୍ଲାଟଫର୍ମ ବିକାଶ କରିଛି ଯାହାକୁ ସହଜରେ ହାସଲ କରାଯାଇପାରୁଛି ଏବଂ ସୂଚିତ ନିବେଶ ସଂସ୍କୃତିକୁ ତାହା ସକ୍ଷମ କରିଛି।
୨୦୨୨-୨୩ରେ ଗ୍ରୋମ ୧,୨୭୭ କୋଟି ଟଙ୍କାର ରାଜସ୍ୱ ଓ ୪୪୯ କୋଟି ଟଙ୍କାର ଲାଭ ହାସଲ କରି ଲାଭ ପଥରେ ପାଦ ଥାପିଥିଲା। ୨୦୨୩-୨୪ରେ ଏହାର ରାଜସ୍ୱ ୩୧୪୫ କୋଟି ଟଙ୍କା ଓ ପରିଚାଳନା ଲାଭ ୫୩୫ କୋଟି ଟଙ୍କା ରହିଛି। ଗତବର୍ଷ କମ୍ପାନି ୧୩୪୦ କୋଟି ଟଙ୍କାର ଟିକସ ପ୍ରଦାନ କରିଥିଲା, ଯେଉଁଥିପାଇଁ ଏହାର ୮୦୫ କୋଟି ଟଙ୍କାର କ୍ଷତି ହୋଇଥିଲା।

Related Post