ଆଜିର ଖାସ ଖବର
Sat. Apr 18th, 2026

ଓରିଏଂଟ କେବୁଲସ (ଇଣ୍ଡିଆ) ଲିମିଟେଡ ପକ୍ଷରୁ ୭୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆରଏଚପି ଦାଖଲ

By Admin_Dainkasha Jul15,2025
ORIENT CABLES (INDIA) LIMITED FILES DRHP WITH SEBI FOR UP TO Rs.700 CRORE IPO

ଭୁବନେଶ୍ୱର: ନେଟୱର୍କିଂ କେବୁଲ ଓ ପରୋକ୍ଷ ନେଟୱର୍କିଂ ଉପକରଣ ନିର୍ମାଣ ଉପରେ ପ୍ରାଥମିକତା ଦେଉଥିବା ଓରିଏଂଟ କେବୁଲସ (ଇଣ୍ଡିଆ) ଲିମିଟେଡ ପକ୍ଷରୁ ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜରିଆରେ ୭୦୦ କୋଟି ଟଙ୍କା ସଂଗ୍ରହ କରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ ହେରିଂ ପ୍ରୋସପେକ୍ଟସ (ଡିଆରଏଚପି) ଦାଖଲ କରାଯାଇଛି। ଏହି ଅଫରରେ କମ୍ପାନି ୩୨୦ କୋଟି ଟଙ୍କାର ନୂଆ ସେୟାର ଜାରି କରିବ ଏବଂ ଅଂଶଧନକାରୀମାନେ ୩୮୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ସଂଗୃହୀତ ହେବ, ସେଥିରୁ ୯୧.୫୦ କୋଟି ଟଙ୍କାକୁ କମ୍ପାନି ମେସିନ, ଉପକରଣ ଏବଂ ଉତ୍ପାଦନ କାରଖାନାର ସିଭିଲ କାମ ପାଇଁ ଦରକାର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ କରିବାରେ ଏବଂ ୧୫୫.୫୦ କୋଟି ଟଙ୍କାର କମ୍ପାନି ହାସଲ କରିଥିବା କିଛି ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧନୁ କରିବାରେ ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବା ପ୍ରସ୍ତାବ ରଖିଛି।
ଓରିଏଂଟ କେବୁଲସ (ଇଣ୍ଡିଆ) ଲିମିଟେଡ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବ୍ରଡବ୍ୟାଣ୍ଡ, ଟେଲିକମ, ଡାଟା ସେଂଟର, ଅକ୍ଷୟ ଶକ୍ତି, ସ୍ମାର୍ଟ କୋଠା ଅଟୋମେସନ ଓ ନିରାପତା, ସିଷ୍ଟମ ଇଂଟିଗ୍ରେସନ, ଏଫଏମସିଜି ଓ ଅଟୋମୋବାଇଲ ଶିଳ୍ପର ଆବଶ୍ୟକତା ପୂରଣ କରୁଛି। ଏହା ନେଟୱର୍କିଂ କେବୁଲ ଓ ସମାଧାନ, ସ୍ପେସିଆଲିଟି ପାୱାର, ଅପ୍ଟିକାଲ ଫାଇବର କେବୁଲ ଓ ସମାଧାନ ଏବଂ ଆନୁଷଂଗିକ ଉତ୍ପାଦ ଉତ୍ପାଦନ କରୁଛି। ‘୧ଲାଟିସ’ ରିପୋର୍ଟ ଅନୁସାରେ ୨୦୨୩ରୁ ୨୦୨୫ ଆର୍ôଥକ ବର୍ଷ ମଧ୍ୟରେ ଓରିଏଂଟ କେବୁଲର ରାଜସ୍ୱ ୨୩.୧୮ ପ୍ରତିଶତ ଚକ୍ରବୃଦ୍ଧି ହାର ବଢ଼ିଛି ଏବଂ ଏହାର ପ୍ରତିଦ୍ୱନ୍ଦ୍ୱୀଙ୍କ ହାରାହାରି ରାଜସ୍ୱ ଏହି ସମୟରେ ୧୧.୪୮ ପ୍ରତିଶତ ହାରରେ ବଢ଼ିଛି।
କମ୍ପାନି ଏହାର ଇକ୍ୱିଟି ସେୟାରକୁ ବିଏସଇ ଲିମିଟେଡ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ ଅଫ ଇଣ୍ଡିଆ ଲିମିଟେଡରେ ତାଲିକାଭୁକ୍ତ କରିବା ପ୍ରସ୍ତାବ ଦେଇଛି।
ଏହି ଇସ୍ୟୁର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆଇଆଇଏଫଏଲ କ୍ୟାପିଟାଲ ସର୍ଭିସେସ ଲିମିଟେଡ ଓ ଜେଏମ ଫାଇନାନ୍ସିଆଲ ଲିମିଟେଡ।

Related Post