ଆଜିର ଖାସ ଖବର
Sat. May 30th, 2026

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଏମ୍‌ଏସ୍‌ଇ ପାଇଁ ଡିଜିଟାଲ୍ ଫାଇନାନ୍ସ ସ୍କିମ୍ “ବିଓବି ଡିଜି ଉଦ୍ୟମ”ର ଶୁଭାରମ୍ଭ

By Admin_Dainkasha Sep4,2025

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ (ଏମ୍‌ଏସ୍‌ଇ)କୁ ୧୦ ଲକ୍ଷ ଟଙ୍କାରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବା ଲାଗି ଏକ ଡିଜିଟାଲ ତଥା ବନ୍ଧକ ମୁକ୍ତ ଋଣ ପ୍ଲାଟଫର୍ମ “ବିଓବି ଡିଜି ଉଦ୍ୟମ”ର ଶୁଭାରମ୍ଭ କରାଯାଇଛି। ୨୦୨୪-୨୫ କେନ୍ଦ୍ର ସରକାରଙ୍କ ବଜେଟ୍‌ରେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ଏମ୍‌ଏସଏମଇ ଋଣ ପ୍ରଦାନ ନିମନ୍ତେ ନିଜସ୍ୱ ଅନୁଶୀଳନ ଦକ୍ଷତା ବଢ଼ାଇବାକୁ କୁହାଯାଥିଲା। ଭାରତର କ୍ଷୁଦ୍ର ବ୍ୟବସାୟ ପାଖରେ ଋଣ ପହଂଚାଇବା ଦିଗରେ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସ୍କିମ୍ ବ୍ୟାଙ୍କର ଊଭୟ ନୂଆ ଓ ପୁରୁଣା ଗ୍ରାହକମାନଙ୍କ ପାଇଁ ଖୋଲା ରହିଛି।
ଋଣ ଆବେଦନର ଅନୁଶୀଳନ କରିବା ଲାଗି ବିଓବି ଡିଜି ଉଦ୍ୟମ ପ୍ଲାଟଫର୍ମ ବ୍ୟାପକ ଡାଟା ବ୍ୟବହାର କରୁଛି। ଏହା ସ୍ୱୟଂକ୍ରିୟ ଭାବେ ଏକ ବିପଦ ଆଧାରିତ ସ୍କୋର କାର୍ଡ ସୃଷ୍ଟି କରୁଛି ଯାହା ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ଅନୁଶୀଳନକୁ ସକ୍ଷମ କରିଥିବା ବେଳେ ଋଣ ପ୍ରକ୍ରିୟାକରଣ ପାଇଁ ଦରକାର ହେଉଥିବା ସମୟ ହ୍ରାସ କରୁଛି। କିଛି ମିନିଟ୍ ଭିତରେ ଋଣର ଅସ୍ଥାୟୀ ମଂଜୁରି ପ୍ରଦାନ କରାଯାଉଛି ଏବଂ ଏହା ପରେ ସ୍ୱୟଂକ୍ରିୟ ଭାବେ ଏହି ଆବେଦନ ତେଜସ୍ ଜରିଆରେ ଶାଖାରେ ଚୂଡ଼ାନ୍ତ ମଞ୍ଜୁରି ଏବଂ ମଞ୍ଜୁରି ପରବର୍ତୀ ଔପଚାରିକତା ପାଇଁ ପହଂଚୁଛି।
ଆଗ୍ରହୀ ସଂସ୍ଥାଗୁଡ଼ିକ ବିଓବି ଡିଜି ଉଦ୍ୟମ ଅଧୀନରେ ନିଜେ କିମ୍ବା ଶାଖାରେ ସହାୟତା ଜରିଆରେ ଆବେଦନ କରିପାରିବେ। ଏହି ପ୍ଲାଟଫର୍ମ ଡିଜିଟାଲ ମାଧ୍ୟମରେ ଯୋଗ୍ୟତା ଯାଂଚ, ବିପଦ ଆକଳନ ଏବଂ ଋଣ ସୀମା ସମୀକ୍ଷା କରି ଏକ ନିରବଚ୍ଛିନ୍ନ ଓ ସ୍ୱଚ୍ଛ ଋଣ ପ୍ରଦାନ ପ୍ରକ୍ରିୟା ସୁନିଶ୍ଚିତ କରୁଛି।
ଏହାର ଶୁଭାରମ୍ଭ ସମ୍ପର୍କରେ ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଲାଲ ସିଂହ କହିଛନ୍ତି ଯେ, “ଏମ୍‌ଏସ୍‌ଇମାନେ ହେଉଛନ୍ତି ଭାରତୀୟ ଅର୍ଥନୀତିର ପ୍ରମୁଖ ବାହକ, ତଥାପି ଋଣ ପାଇଁ ଆହ୍ୱାନ ରହିଛି। ବିଓବି ଡିଜି ଉଦ୍ୟମ ଜରିଆରେ ଆମେ ଏକ ଡିଜିଟାଲ ତଥା ନଗଦ ପ୍ରବାହ ଆଧାରିତ ଋଣ ମଡେଲ୍ ଆଣିଛୁ ଯାହା ଶୀଘ୍ର, ବନ୍ଧକମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଫାଇନାନ୍ସ ପ୍ରଦାନ କରିବ। ଏମ୍‌ଏସ୍‌ଇ ପାଖରେ ଋଣ ପହଂଚାଇବା ଦିଗରେ ବିଓବି ଡିଜି ଉଦ୍ୟମ ଏକ ପଦକ୍ଷେପ ଯାହାକୁ ବ୍ୟାପକ ଋଣ ଆବଶ୍ୟକତା ଏବଂ ଉଚ୍ଚ ମୂଲ୍ୟର ଋଣ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ।”
ଏହି ଋଣର ଅବଧି ୧୨ ମାସ। ଏଥିରେ କୌଣସି ପ୍ରକାର ବନ୍ଧକର ଆବଶ୍ୟକତା ନାହିଁ । ଏଥିରେ କ୍ୟାସ୍ କ୍ରେଡିଟ୍ ଓ ଓଭରଡ୍ରାଫ୍‌ଟ ସୁବିଧା ରହିଛି। ଏମ୍‌ଏସ୍‌ଇ ଋଣ ପ୍ରଦାନରେ ଡିଜିଟାଲ ରୂପାନ୍ତରଣକୁ ନେଇ ଭାରତ ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ରହିଥିବା ଲକ୍ଷ୍ୟ ସହ ଏହା ସମନ୍ୱିତ ରହିଛି।

Related Post