
ଜୟପୁର
କୋରାପୁଟ କଂଗ୍ରେସ କମିଟି ତରଫରୁ ଜୟପୁର କଂଗ୍ରେସ ଭବନ ଠାରେ ଇନ୍ଦିରା ଗାନ୍ଧୀ ଙ୍କ ୪୧ ତମ ଶ୍ରାଦ୍ଧ ଦିବସ ଅବସରରେ ସ୍ଵେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କୋରାପୁଟ କଂଗ୍ରେସ ଜ଼ିଲ୍ଲା ସଭାପତି ରୂପକ ତୁରୁକ, ପୂର୍ବତନ ବିଧାୟକ ନିମାଇଁ ସରକାର,ବରିଷ୍ଠ କଂଗ୍ରେସ ନେତା କୃଷ୍ଣ କୁଲଦୀପ,ଯୁବ କଂଗ୍ରେସ ଜ଼ିଲ୍ଲା ସଭାପତି ସନ୍ଦୀପ ତ୍ରିପାଠୀ, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଣୟ ଶର୍ମା,ହଶନ ମାଦାନୀ,ବ୍ରଜ ନାଗ,ରମେଶ ବାରିକ, ପ୍ରଣବ ନାୟକ, ଜୟନ୍ତ କଚିମ, ରାଜେନ୍ଦ୍ର ହୁଇକା, ରମେଶ ପାତ୍ର, ପ୍ରଦୀପ ବେନିୟା, ପଙ୍କଜ ବାଗ, ଦେବେନ୍ଦ୍ର କୁଲଦୀପ, ସୂର୍ଯ୍ୟ ପଟ୍ଟନାୟକ, ବୁଡୁ ଖରା, ମୋହନ ହିଆଲ, ଶିବ ପଟ୍ଟନାୟକ, କାନ୍ତ ପାଢ଼ୀ, କୈଳାଶ ବିଶୋଇ ଙ୍କ ସମେତ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିର ରେ ୨୦ ରୁ ଉର୍ଦ୍ଧ ରକ୍ତ ସଂଗ୍ରହ କରାଯାଇଥିଲା।
