ଆଜିର ଖାସ ଖବର
Sat. May 30th, 2026

ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗଜପତି ନଗରରୁ ଏକ କଳା ବଗୁଲା ବା ବ୍ଲାକ ବିଟେନ ଆହତ ଅବସ୍ଥାରେ ଉଦ୍ଧାର ହୋଇଛି

By Admin_Dainkasha Oct31,2025

ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗଜପତି ନଗରରୁ ଏକ କଳା ବଗୁଲା ବା ବ୍ଲାକ ବିଟେନ ଆହତ ଅବସ୍ଥାରେ ଉଦ୍ଧାର ହୋଇଛି l ସ୍ଥାନୀୟ ବାସିନ୍ଦା ଉକ୍ତ ପକ୍ଷୀକୁ ଦେଖିବା ପରେ ପରିବେଶ ପ୍ରେମୀ ପି. ଅରବିନ୍ଦ ଦେଶିବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ପହଞ୍ଚି ଆହତ ପକ୍ଷୀ ଟିକୁ ଉଦ୍ଧାର କରିଥିଲେ l କଳା ବଗୁଲା ପକ୍ଷୀ ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ,୧୯୭୨ ର ସୂଚୀ II ରେ ତାଲିକାଭୁକ୍ତ l

ଏହି ପ୍ରଜାତି ର ପକ୍ଷୀ ସାଧାରଣତଃ ଏସିଆ,ଅଷ୍ଟ୍ରେଲିଆ ମହାଦେଶ ମାନଙ୍କରେ ଦେଖାଯାଏ l ମୁଖ୍ୟତଃ ଘଞ୍ଚ ଆଦ୍ର ଭୂମି ଜଙ୍ଗଲ, ଆଦ୍ର ଭୂମି, ହ୍ରଦ ଏମାନେ ବସା କରିଥାନ୍ତି l ବ୍ରହ୍ମପୁର ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଏହା ପ୍ରଥମ ଦେଖାଯାଇଛି l ଲାଜକୁଳା ଏବଂ ଏକାନ୍ତ ସ୍ଵଭାବ ର ହୋଇଥିବାରୁ ଏମାନଙ୍କୁ ଦେଖିବା ବହୁତ ବିରଳ ବହୁତ କମ ଥର ଓଡିଶାର  ଭିତରକନିକା, ମଙ୍ଗଳାଯୋଡି ଓ ସୋନପୁର ରେ ଦୃଶ୍ୟ ହୋଇଛି  l

   ଆଜି ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ଅରବିନ୍ଦ ଦେଶିବେହେରା ଆହତ ପକ୍ଷୀ କୁ ଚିକିତ୍ସା କରି ବ୍ରହ୍ମପୁର ବନାଞ୍ଚଳ କର୍ମଚାରୀ ଙ୍କୁ ହସ୍ତାନ୍ତର କରିଥିଲେ l ବନରକ୍ଷୀ ଶୁଭାସିନୀ ପ୍ରଧାନ, ଆରତୀ ପାଢ଼ୀ,

 ଜ୍ୟୋତି ରଞ୍ଜନ ପରିଡା, ପିଙ୍କି ସାହୁ, ଅଶ୍ୱିନୀ ନାହାକ,କିଶୋର ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

    ବନରକ୍ଷୀ ଅଶ୍ୱିନୀ ନାହାକଙ୍କ କହିବା ଅନୁଯାଇ ଆଜି ଆହତ ପକ୍ଷୀ ଉପରେ ନଜର ରଖାଯିବ ସନ୍ଧ୍ୟାରେ ପ୍ରାକୃତିକ ବାସ ସ୍ଥାନରେ ମୁକ୍ତ କରାଯିବ 

Related Post